ଆୟରେ ସିନ୍ଧୁ ବିଶ୍ୱର ୭ମ ମହିଳା ଆଥ୍‌ଲେଟ୍‌

ନୂଆଦିଲ୍ଲୀ: ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଆୟ କରୁଥିବା ମହିଳା ଆଥ୍‌ଲେଟ୍‌ଙ୍କ ତାଲିକା ଆଜି ଫୋର୍ବସ ପକ୍ଷରୁ ପ୍ରକାଶ ପାଇଛି। ଏହି ତାଲିକାର ପ୍ରଥମ ୧୦ ଜଣ ମହିଳା ଆଥ୍‌ଲେଟ୍‌ଙ୍କ ମଧ୍ୟରେ ଭାରତର ବ୍ୟାଡ୍‌ମିଣ୍ଟନ୍‌ ଲଳନା ତଥା ଅଲମ୍ପିକ୍‌ ରୌପ୍ୟ ପଦକ ବିଜେତା ପିଭି ସିନ୍ଧୁଙ୍କୁ ସ୍ଥାନ ମିଳିଛି। ଫୋର୍ବସ୍‌ ତାଲିକାରେ ସ୍ଥାନ ପାଇବାରେ ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଖେଳାଳି। ଏହି ମାନ୍ୟତା ଲାଭ କରି ସେ ଏକ ଇତିହାସ ରଚିଛନ୍ତି। ସିନ୍ଧୁ ଏହି […]

sindhu

Jitendra Garnayak
  • Published: Wednesday, 22 August 2018
  • , Updated: 22 August 2018, 09:35 AM IST

ନୂଆଦିଲ୍ଲୀ: ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଆୟ କରୁଥିବା ମହିଳା ଆଥ୍‌ଲେଟ୍‌ଙ୍କ ତାଲିକା ଆଜି ଫୋର୍ବସ ପକ୍ଷରୁ ପ୍ରକାଶ ପାଇଛି। ଏହି ତାଲିକାର ପ୍ରଥମ ୧୦ ଜଣ ମହିଳା ଆଥ୍‌ଲେଟ୍‌ଙ୍କ ମଧ୍ୟରେ ଭାରତର ବ୍ୟାଡ୍‌ମିଣ୍ଟନ୍‌ ଲଳନା ତଥା ଅଲମ୍ପିକ୍‌ ରୌପ୍ୟ ପଦକ ବିଜେତା ପିଭି ସିନ୍ଧୁଙ୍କୁ ସ୍ଥାନ ମିଳିଛି।

ଫୋର୍ବସ୍‌ ତାଲିକାରେ ସ୍ଥାନ ପାଇବାରେ ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଖେଳାଳି। ଏହି ମାନ୍ୟତା ଲାଭ କରି ସେ ଏକ ଇତିହାସ ରଚିଛନ୍ତି। ସିନ୍ଧୁ ଏହି ତାଲିକାର ୭ମ ସ୍ଥାନରେ ରହିଛନ୍ତି।

କ୍ରମାଗତ ତୃତୀୟ ଥର ପାଇଁ ଟେନିସ୍‌ ତାରକା ସେରେନା ୱିଲୟମ୍ସ ତାଲିକାର ୧ ନଂ ସ୍ଥାନରେ ରହିବାର ବିରଳ ରେକର୍ଡ ସୃଷ୍ଟି କରିଛନ୍ତି।

ଫୋର୍ବସ୍‌ ତାଲିକା ଅନୁସାରେ ସିନ୍ଧୁ ବାର୍ଷିକ ୮.୫ ମିଲିୟନ୍‌ ଡଲାର୍ (ପ୍ରାୟ ୫୯ କୋଟି ଟଙ୍କା) ଆୟ କରୁଛନ୍ତି।

ତାଲିକାର ୧ ନଂ ସ୍ଥାନରେ ଥିବା ସେରେନାଙ୍କ ବାର୍ଷିକ ଆୟ ହେଉଛି ୧୮.୧ ମିଲିୟନ୍‌ ଡଲାର୍।

ଟପ୍‌ ୧୦ରେ ଥିବା ପ୍ରାୟ ସମସ୍ତ ମହିଳା ଆଥ୍‌ଲେଟ୍‌ ଟେନିସ୍‌ ଖେଳାଳି ହୋଇଥିବା ବେଳେ କେବଳ ୭ମ ସ୍ଥାନରେ ଥିବା ସିନ୍ଧୁ ବ୍ୟାଡ୍‌ମିଣ୍ଟନ ଓ ନବମ ସ୍ଥାନରେ ଥିବା ଡ୍ୟାନିକା ପ୍ୟାଟ୍ରିକ୍‌ କାର୍‌ ରେସର୍‌। ଡ୍ୟାନିକାଙ୍କ ବାର୍ଷିକ ଆୟ ହେଉଛି ୭.୫ ମିଲିୟନ୍‌ ଡଲାର।

Related story