ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ କ୍ରିକେଟ ସିରିଜ୍ ବିବାଦ ନେଇ ଆସନ୍ତାକାଲି ଆଇସିସିରେ ଶୁଣାଣି ହେବ। ୨୦୧୪ରୁ ୨୦୨୨ ପର୍ଯ୍ୟନ୍ତ ଭାରତ ପାକିସ୍ତାନ ସହ କ୍ରିକେଟ୍ ସିରିଜ୍ ଖେଳିବା ନେଇ ଚୁକ୍ତି ହୋଇଥିଲା ।
ହେଲେ ଏଯାଏ ଭାରତ କୌଣସି ସିରିଜ୍ ଖେଳି ନ ଥିବା ଅଭିଯୋଗ ଆଣିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ। ଏଥିପାଇଁ ବିସିସିଆଇ ଆଗରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ପିସିବି ୭୦ ମିଲିୟନ ଡଲାର କ୍ଷତିପୂରଣ ଦାବି କରିଛି। ଦୁଇଟି ଘରୋଇ ସିରିଜ୍ ଖେଳି ନ ଥିବା ଅଭିଯୋଗରେ ପାକିସ୍ତାନ ଆଇସିସିର ଦ୍ୱାରସ୍ଥ ହୋଇଥିଲା। ଯାହାର ଶୁଣାଣି ଆସନ୍ତାକାଲି ହେବ।
ଏକ ତିନି ଜଣିଆ ଆଇସିସି ଗଭର୍ଣ୍ଣିଙ୍ଗ ବଡି ଏଥିପାଇଁ ଗଠନ କରାଯାଇଛି। ତେବେ ପାକିସ୍ତାନରେ ଭାରତୀୟ ଖେଳାଳିଙ୍କ ସୁରକ୍ଷା ସମସ୍ୟା ତଥା ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ହେତୁ ପାଖାପାଖି ଏକ ଦଶନ୍ଧି ହେବ ଦୁଇ ଦେଶ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇ ନାହିଁ। କେବଳ ବିଶ୍ୱକପ୍ ଓ ଏସିଆ କପ୍ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ଉଭୟ ଦେଶ ପରସ୍ପରର ସାମ୍ନାସାମ୍ନି ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କୁଏତରେ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶା ଆସିବାକୁ ମୋଦିଙ୍କ ନିମନ୍ତ୍ରଣ
କୁଏତୀ ବନ୍ଧୁଙ୍କୁ ମଧ୍ୟ ସାଥିରେ ଆଣିବାକୁ ସେଠାକାର ପ୍ରବାସୀ ଭାରତୀୟଙ୍କୁ କହିଛନ୍ତି ମୋଦି। ଏହା ସହିତ ଓଡ଼ିଶା ଆସିଲେ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ମଧ୍ୟ ନେଇପାରିବେ ବୋଲି ସେ କହିଛନ୍ତି।
National
ଫଡ଼ନାଭିସ ରଖିଲେ ଗୃହ ବିଭାଗ, ଅଜିତ ପାୱାରଙ୍କୁ ମିଳିଲା ଅର୍ଥ
ଅର୍ଥ ଓ ଯୋଜନା ସହ ଅଜିତ ପାୱାରଙ୍କୁ ଅତିରିକ୍ତ ଭାବେ ରାଜ୍ୟ ଅବକାରୀ ବିଭାଗ ମଧ୍ୟ ମିଳିଛି।
National
ମୋହାଲିରେ ଭୁଶୁଡ଼ିଲା ତିନିତାଲା କୋଠା, ୭ରୁ ୮ ଜଣ ଫସିଥିବା ସନ୍ଦେହ
ଭୁଶୁଡ଼ି ଯାଇଥିବା କୋଠାର ସମସ୍ତ ମହଲାରେ ଚାଲିଥିଲା ଜିମ। ଜାରି ରହିଛି ଉଦ୍ଧାର କାର୍ଯ୍ୟ।
National
IPS ଗୌତମଙ୍କୁ ୮ ମାସର ଜେଲ ଦଣ୍ଡ ଦେଲେ ସିବିଆଇ କୋର୍ଟ
ସରକାରୀ ଓକିଲ ଦାଖଲ କରିଥିବା ପ୍ରମାଣକୁ ଦେଖିବା ପରେ ନିଃସନ୍ଦେହରେ କୁହାଯାଇ ପାରେ ଯେ ସମସ୍ତ ଅଭିଯୁକ୍ତ ଅପରାଧିକ ଷଡ଼ଯନ୍ତ୍ରରେ ସାମିଲ ରହିଛନ୍ତି।
National
ହୁଣ୍ଡିରେ ଖସି ପଡ଼ିଲା ଭକ୍ତଙ୍କ ଆଇ-ଫୋନ, ଭଗବାନଙ୍କ ସମ୍ପତ୍ତି କହି ରଖିଦେଲା ମନ୍ଦିର
ସେ ମନ୍ଦିରକୁ ଦାନ କରୁଥିବା ବେଳେ ଭୁଲ ବଶତଃ ତାଙ୍କ ପକେଟରେ ଥିବା ଆଇଫୋନଟି ହୁଣ୍ଡିରେ ପଡ଼ି ଯାଇଥିଲା।