ବିରାଟଙ୍କଠାରୁ ବ୍ୟାଟିଂ ଶିଖିବାକୁ ଚେଷ୍ଟା କରିଆସୁଛନ୍ତି ଏହି ପାକ୍ ଖେଳାଳି

ନୂଆଦିଲ୍ଲୀ: ଇଂଲଣ୍ଡରେ ଚାଲିଥିବା କ୍ରିକେଟ୍‌ ବିଶ୍ୱକପ୍‌ରେ ଆସନ୍ତାକାଲି ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ହେବ। ଏହି ମ୍ୟାଚ୍ ଦେଖିବା ପାଇଁ ଉଭୟ ଦେଶର ଫ୍ୟାନ୍‌ ଅପେକ୍ଷା କରି ବସିଥିବା ବେଳେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି ପାକିସ୍ତାନର ପ୍ରତିଭାଶାଳୀ କ୍ରିକେଟର ବାବର ଆଜମ। ସେ କହିଛନ୍ତି,“ମୁଁ ସବୁବେଳେ ତାଙ୍କ (ବିରାଟଙ୍କ) ବ୍ୟାଟିଂ ଦେଖେ। ବିଭିନ୍ନ ପରିସ୍ଥିତିରେ ସେ ଯେଉଁ ଭଳି ବ୍ୟାଟିଂ କରନ୍ତି, ତାହା ମୁଁ ଶିଖିବାକୁ ଚେଷ୍ଟା କରିଛି। ମୁଁ […]

virat1

Jitendra Garnayak
  • Published: Saturday, 15 June 2019
  • , Updated: 15 June 2019, 01:11 PM IST

ନୂଆଦିଲ୍ଲୀ: ଇଂଲଣ୍ଡରେ ଚାଲିଥିବା କ୍ରିକେଟ୍‌ ବିଶ୍ୱକପ୍‌ରେ ଆସନ୍ତାକାଲି ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ହେବ। ଏହି ମ୍ୟାଚ୍ ଦେଖିବା ପାଇଁ ଉଭୟ ଦେଶର ଫ୍ୟାନ୍‌ ଅପେକ୍ଷା କରି ବସିଥିବା ବେଳେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି ପାକିସ୍ତାନର ପ୍ରତିଭାଶାଳୀ କ୍ରିକେଟର ବାବର ଆଜମ।

ସେ କହିଛନ୍ତି,“ମୁଁ ସବୁବେଳେ ତାଙ୍କ (ବିରାଟଙ୍କ) ବ୍ୟାଟିଂ ଦେଖେ। ବିଭିନ୍ନ ପରିସ୍ଥିତିରେ ସେ ଯେଉଁ ଭଳି ବ୍ୟାଟିଂ କରନ୍ତି, ତାହା ମୁଁ ଶିଖିବାକୁ ଚେଷ୍ଟା କରିଛି। ମୁଁ ମୋ ଅଭିଜ୍ଞତାରୁ ମଧ୍ୟ ଶିଖିବାକୁ ଚେଷ୍ଟା କରେ। ଭାରତ ପାଇଁ କୋହଲିଙ୍କ ମ୍ୟାଚ୍‌ ଜିତାଇବା ହାର ବହୁତ ଅଧିକ। ତାଙ୍କ ଭଳି ମୁଁ ମଧ୍ୟ ଏହି ସଫଳତା ପାଇବାକୁ ଚେଷ୍ଟା କରୁଛି।”

୨୦୧୭ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ଭାରତକୁ ୧୮୦ ରନ୍‌ରେ ହରାଇଥିବା ବେଳେ ବାବର ଦ୍ରୁତ ୪୬ ରନ୍ ସଂଗ୍ରହ କରିଥିଲେ।

ଏନେଇ ବାବର କହିଛନ୍ତି,“ଚାମ୍ପିଅନ୍ସ ଟ୍ରଫି ମ୍ୟାଚର ସ୍ମୃତିକୁ ଆମେ କେବେ ବି ଭୁଲି ପାରିବୁ ନାହିଁ। ଏହା ସବୁବେଳେ ଆମକୁ ଉତ୍ସାହିତ କରୁଛି। ଏହା ଆମ ଆତ୍ମବିଶ୍ୱାସକୁ ବଢ଼ାଇଛି। ରବିବାର ଭାରତ ବିପକ୍ଷ ମ୍ୟାଚ୍ ଖେଳିବାକୁ ମଧ୍ୟ ଏହା ଆମକୁ ଉତ୍ସାହିତ କରିବ। କାରଣ ଚାମ୍ପିଅନ୍ସ ଟ୍ରଫିରେ ଆମର ଯେଉଁ ଟିମ୍ ଥିଲା, ସେଥିରେ କିଛି ବିଶେଷ ପରିବର୍ତ୍ତନ ହୋଇନାହିଁ।”

ସେ ଆହୁରି କହିଛନ୍ତି,“ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବାକୁ ସାରା ବିଶ୍ୱ ଅପେକ୍ଷା କରିଛି। ଆମେ ବି ସେଥିପାଇଁ ଉତ୍ସାହିତ ଅଛୁ। ଆମେ ସକାରାତ୍ମକ ମନୋଭାବ ନେଇ ପଡ଼ିଆକୁ ଓହ୍ଲାଇବୁ ଓ ଭଲ ଖେଳିବୁ। ଭାରତର ପେସ୍ ଆଟାକ୍ ବହୁତ ଭଲ। ତେବେ ଆମେ ଇଂଲଣ୍ଡ ବିରୋଧରେ ଭଲ ଖେଳିଥିଲୁ। ତାଙ୍କର ପେସ୍‌ ଆଟାକ୍‌କୁ ଆମେ ସଫଳତାର ସହିତ ମୁକାବିଲା କରିପାରିଥିଲୁ। ତେଣୁ ଭାରତୀୟ ପେସ୍ ବୋଲରଙ୍କୁ ବି ଆମେ ଠିକ୍ ଢଙ୍ଗରେ ସମ୍ମୁଖୀନ ହୋଇପାରିବୁ ବୋଲି ମୋର ବିଶ୍ୱାସ।”

ଚଳିତ ବିଶ୍ୱକପ୍‌ରେ ଇଂଲଣ୍ଡ ବିପକ୍ଷରେ ୨୪ ବର୍ଷୀୟ ବାବର ୬୩ ରନ୍ କରିଥିଲେ। ପାକିସ୍ତାନ ଏହି ମ୍ୟାଚ୍ ଜିତିଥିବା ବେଳେ ୱେଷ୍ଟଇଣ୍ଡିଜ୍ ଓ ପାକିସ୍ତାନ ବିପକ୍ଷ ମ୍ୟାଚ୍ ହାରି ଯାଇଥିଲା। ବର୍ଷା ହେବାରୁ ଦଳ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ଖେଳି ପାରି ନଥିଲା। ତେଣୁ ଦୁଇ ଦେଶ ମଧ୍ୟରେ ପଏଣ୍ଟ ଭାଗ କରାଯାଇଥିଲା।

Related story