ଭାରତ କହିଲା ଦେଇଛୁ, ପାକିସ୍ତାନ କହିଲା ପାଇନୁ......

ଭୁବନେଶ୍ୱର:କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଏସିଆନ୍ ଆଥଲେଟିକ୍‌ ଚାମ୍ପିୟନସିପ୍‌ରେ ପାକିସ୍ତାନ ଟିମ୍‌ ଅଂଶଗ୍ରହଣକୁ ନେଇ ଅନିଶ୍ଚିତତା ଦେଖାଦେଇଥିବା ବେଳେ ଏବେ ଏହା ଦୂର ହୋଇଥିବା କହିଛନ୍ତି AFI ସମ୍ପାଦକ ଭି.କେ. ୱାଲସନ୍। ତେବେ ଏହାକୁ  ଖଣ୍ଡନ କରିଛନ୍ତି ପାକିସ୍ତାନ ଆଥଲେଟିକ୍‌ ଫେଡେରେସନ୍‌ର ସଭାପତି ଆକ୍ରମ ସାହି। ପାକିସ୍ତାନ ଆଥଲେଟଙ୍କୁ ଭିସା ମିଳିଥିବା ନେଇ ତାଙ୍କ ପାଖରେ ଖବର ନ ଥିବା ସାହି କହିଛନ୍ତି। ତେବେ ପାକିସ୍ତାନ କର୍ତ୍ତୃପକ୍ଷ ଭାରୀତୟ ଦୂତାବାସ ସହ ନିୟମିତ ଯୋଗାଯୋଗରେ ରହିଥିବା ସେ […]

india-pakistan-flag

Rakesh Mallick
  • Published: Friday, 30 June 2017
  • , Updated: 30 June 2017, 08:39 PM IST

ଭୁବନେଶ୍ୱର:କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଏସିଆନ୍ ଆଥଲେଟିକ୍‌ ଚାମ୍ପିୟନସିପ୍‌ରେ ପାକିସ୍ତାନ ଟିମ୍‌ ଅଂଶଗ୍ରହଣକୁ ନେଇ ଅନିଶ୍ଚିତତା ଦେଖାଦେଇଥିବା ବେଳେ ଏବେ ଏହା ଦୂର ହୋଇଥିବା କହିଛନ୍ତି AFI ସମ୍ପାଦକ ଭି.କେ. ୱାଲସନ୍। ତେବେ ଏହାକୁ  ଖଣ୍ଡନ କରିଛନ୍ତି ପାକିସ୍ତାନ ଆଥଲେଟିକ୍‌ ଫେଡେରେସନ୍‌ର ସଭାପତି ଆକ୍ରମ ସାହି। ପାକିସ୍ତାନ ଆଥଲେଟଙ୍କୁ ଭିସା ମିଳିଥିବା ନେଇ ତାଙ୍କ ପାଖରେ ଖବର ନ ଥିବା ସାହି କହିଛନ୍ତି। ତେବେ ପାକିସ୍ତାନ କର୍ତ୍ତୃପକ୍ଷ ଭାରୀତୟ ଦୂତାବାସ ସହ ନିୟମିତ ଯୋଗାଯୋଗରେ ରହିଥିବା ସେ ସୂଚନା ଦେଇଛନ୍ତି। ଦୂତାବାସରେ ଆଜି ସପ୍ତାହର ଶେଷ କାର୍ଯ୍ୟ ଦିବସ ହୋଇଥିବାରୁ ଆଜି ଯଦି ଭିସା ନମିଳେ ତେବେ ପ୍ରତିଯୋଗିତାରେ ଭାଗ ନେବା ସମ୍ଭବ ନୁହେଁ ବୋଲି ଆକ୍ରମ ଜଣାଇଛନ୍ତି। ଏପଟେ ପାକିସ୍ତାନକୁ ଭିସା ମିଳିଥିବାରୁ ଚାମ୍ପିୟନସିପରେ ଭାଗନେବା ପାଇଁ କୌଣସି ସମସ୍ୟା ରହିବନି  ବୋଲି ପୂର୍ବରୁ କହିଥିଲେ ଏଏଫଆଇ ସମ୍ପାଦକ ଭି.କେ. ୱାଲସନ୍।

Related story