ପେଟ ପୋଷିବାକୁ ପର ଘରେ ଖଟୁଛନ୍ତି ଆନ୍ତର୍ଜାତୀୟ ଫୁଟ୍‌ବଲ୍‌ ଖେଳାଳି ରେଶ୍ମା

କଟକ: ଖେଳ ପ୍ରତି ନିଜ ଜୀବନକୁ ଉତ୍ସର୍ଗ କରିଥିବା ଖେଳାଳି ଆମ ରାଜ୍ୟରେ କିପରି ଦୟନୀୟ ପରିସ୍ଥିତିରେ ରହୁଛନ୍ତି ତାହା ରେଶ୍ମା ବେଗମ୍‌ଙ୍କୁ ଦେଖିଲେ ଜାଣି ହେବ। ଜାତୀୟ ଓ ଆନ୍ତର୍ଜାତୀୟ ଫୁଟ୍‌ବଲ୍‌ ମ୍ୟାଚ୍‌ ଖେଳିଥିବା କଟକ ସହର ସୂତାହାଟ ଡଗବରା ସାହିର ଏହି ଝିଅ ଏବେ ନିଜ ପେଟ ପୋଷିବା ପାଇଁ ପର ଘରେ କାମ କରୁଛନ୍ତି। ସରକାରୀ ସହାୟତା ଯେମିତି ରେଶ୍ମାଙ୍କ ଘରକୁ ବାଟ ଭୁଲି ଯାଇଛି। ରେଶ୍ମା ୧୦ରୁ ଅଧିକ ଜାତୀୟ ଓ […]

resma

Rakesh Mallick
  • Published: Sunday, 06 November 2016
  • , Updated: 06 November 2016, 10:00 PM IST

କଟକ: ଖେଳ ପ୍ରତି ନିଜ ଜୀବନକୁ ଉତ୍ସର୍ଗ କରିଥିବା ଖେଳାଳି ଆମ ରାଜ୍ୟରେ କିପରି ଦୟନୀୟ ପରିସ୍ଥିତିରେ ରହୁଛନ୍ତି ତାହା ରେଶ୍ମା ବେଗମ୍‌ଙ୍କୁ ଦେଖିଲେ ଜାଣି ହେବ। ଜାତୀୟ ଓ ଆନ୍ତର୍ଜାତୀୟ ଫୁଟ୍‌ବଲ୍‌ ମ୍ୟାଚ୍‌ ଖେଳିଥିବା କଟକ ସହର ସୂତାହାଟ ଡଗବରା ସାହିର ଏହି ଝିଅ ଏବେ ନିଜ ପେଟ ପୋଷିବା ପାଇଁ ପର ଘରେ କାମ କରୁଛନ୍ତି। ସରକାରୀ ସହାୟତା ଯେମିତି ରେଶ୍ମାଙ୍କ ଘରକୁ ବାଟ ଭୁଲି ଯାଇଛି।

ରେଶ୍ମା ୧୦ରୁ ଅଧିକ ଜାତୀୟ ଓ ୨ଟି ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ମେଡାଲ ସହ ଅନେକ ସାର୍ଟିଫିକେଟ୍‌ ମଧ୍ୟ ପାଇଛନ୍ତି। ହେଲେ ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ପର ଘରେ କାମ କରି ପେଟ ପୋଷୁଛନ୍ତି। ସ୍ପୋର୍ଟ୍ସ କୋଟାରେ ଚାକିରି ଖଣ୍ଡେ ପାଇବାକୁ ବହୁ ସରକାରୀ କାର୍ଯ୍ୟାଳୟକୁ ଯାଇ ଗୁହାରି କରିଛନ୍ତି। ହେଲେ ସବୁଠି ତାଙ୍କୁ ନିରାଶ ହେବାକୁ ପଡିଛି। ଘରେ ଏବେ ମାଆବାପା ଅସୁସ୍ଥ ହୋଇ ପଡିଥିବାରୁ ତାଙ୍କ ଆର୍ଥିକ ସ୍ଥିତି ବିଗିଡିବାରେ ଲାଗିଛି।

୧୯୯୫ରୁ ମୁଁ ଫୁଟ୍‌ବଲ ଖେଳିବା ଆରମ୍ଭ କରିଥିଲେ ରେଶ୍ମା। ୧୯୯୯ରେ ପ୍ରଥମେ ଜାତୀୟ ସ୍ତରରେ ଖେଳିବାକୁ ବିହାରର ମୋତିହାରି ଯାଇଥିଲେ। ମଣିପୁର, ହାଇଦ୍ରାବାଦ, ପଞ୍ଜାବରେ ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ୨୦୦୩ରେ ସିଙ୍ଗାପୁର ଓ ୨୦୦୭ରେ ବାଂଲାଦେଶରେ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତ ତରଫରୁ ପ୍ରତିନିଧିତ୍ୱ କରିଛନ୍ତି।

ରେଶ୍ମା କହିଛନ୍ତି,“ମୁଁ ବାପାମାଆ ଏବେ ଅସୁସ୍ଥ। ଘର ଚଳାଇବା ପାଇଁ ପର ଘରେ ଖଟୁଛି। ସରକାର ମୋ ପ୍ରତି ଦୃଷ୍ଟି ଦେଇ ଚାକିରି ଖଣ୍ଡେ ପ୍ରଦାନ କଲେ ମୋ ପରିବାର ଭରଣପୋଷଣ ହୋଇପାରନ୍ତା।”

ସେ କହିଛନ୍ତି,“କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାନ୍‌ଙ୍କ ଯୋଗାଯୋଗରେ ଖେଳମନ୍ତ୍ରୀଙ୍କୁ ଭେଟିଥିଲି। ସେ ମୋ ସବୁ ସାର୍ଟିଫିକେଟ ଦେଖିବା ପରେ ବୁଝିବେ ବୋଲି କହିଥିଲେ।”

Related story