ମୁଖ୍ୟକୋଚ୍‌ ପଦରୁ ସିମନ୍ସଙ୍କୁ ବହିଷ୍କୃତ କଲା ୱେଷ୍ଟଇଣ୍ଡିଜ୍‌

କିଙ୍ଗ୍ସଟନ୍‌: ଟି-୨୦ ବିଶ୍ୱକପ୍‌ ଟାଇଟଲ ହାତେଇଥିବା ୱେଷ୍ଟଇଣ୍ଡିଜ୍‌ ଦଳର ମୁଖ୍ୟକୋଚ୍‌ ଫିଲ୍‌ ସିମନ୍ସଙ୍କୁ ଆଜି ବହିଷ୍କୃତ କରିଛି ୱେଷ୍ଟ ଇଣ୍ଡିଜ୍‌ କ୍ରିକେଟ ବୋର୍ଡ(ଡବ୍ଲ୍ୟୁଆଇସିବି)। ୬ ମାସ ଧରି ଦଳକୁ ସିମନ୍ସ ତତ୍ତ୍ୱାବଧାନ କରୁଥିବା ବେଳେ ଆଜି ଏହି ନିଷ୍ପତ୍ତି କ୍ରିକେଟପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଡବ୍ଲ୍ୟୁଆଇସିବି କହିଛି,“ମୁଖ୍ୟ କୋଚ୍‌ ପାଇଁ ତାଙ୍କ ସହ ୧୮ମାସ ପାଇଁ ଚୁକ୍ତି ହୋଇଥିଲା। କିନ୍ତୁ ସଂସ୍କୃତି ଓ ରଣକୌଶଳରେ ଭିନ୍ନତା ଦୃଷ୍ଟିକୋଣରୁ ଆଜି ତାଙ୍କୁ ବହିଷ୍କୃତ କରାଯାଇଛି।” ଦେଶର ମନୋନୟନ ନୀତିକୁ ବିରୋଧ […]

phil-simmons

phil-simmons

Rakesh Mallick
  • Published: Wednesday, 14 September 2016
  • Updated: 14 September 2016, 09:16 PM IST

Sports

Latest News

କିଙ୍ଗ୍ସଟନ୍‌: ଟି-୨୦ ବିଶ୍ୱକପ୍‌ ଟାଇଟଲ ହାତେଇଥିବା ୱେଷ୍ଟଇଣ୍ଡିଜ୍‌ ଦଳର ମୁଖ୍ୟକୋଚ୍‌ ଫିଲ୍‌ ସିମନ୍ସଙ୍କୁ ଆଜି ବହିଷ୍କୃତ କରିଛି ୱେଷ୍ଟ ଇଣ୍ଡିଜ୍‌ କ୍ରିକେଟ ବୋର୍ଡ(ଡବ୍ଲ୍ୟୁଆଇସିବି)। ୬ ମାସ ଧରି ଦଳକୁ ସିମନ୍ସ ତତ୍ତ୍ୱାବଧାନ କରୁଥିବା ବେଳେ ଆଜି ଏହି ନିଷ୍ପତ୍ତି କ୍ରିକେଟପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି।

ଡବ୍ଲ୍ୟୁଆଇସିବି କହିଛି,“ମୁଖ୍ୟ କୋଚ୍‌ ପାଇଁ ତାଙ୍କ ସହ ୧୮ମାସ ପାଇଁ ଚୁକ୍ତି ହୋଇଥିଲା। କିନ୍ତୁ ସଂସ୍କୃତି ଓ ରଣକୌଶଳରେ ଭିନ୍ନତା ଦୃଷ୍ଟିକୋଣରୁ ଆଜି ତାଙ୍କୁ ବହିଷ୍କୃତ କରାଯାଇଛି।”

ଦେଶର ମନୋନୟନ ନୀତିକୁ ବିରୋଧ କରି ତାଙ୍କୁ ବାସନ୍ଦ କରିଥିଲା ଡବ୍ଲ୍ୟୁଆଇସିବି। ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରେ ଡ୍ୱେନ୍‌ ବ୍ରାଭୋ ଓ କୀରନ୍‌ ପୋଲାର୍ଡଙ୍କୁ ଦଳରେ ସାମିଲ କରା ନ ଯିବା ନେଇ ସେ ପ୍ରଶ୍ନ ଉଠାଇଥିଲେ। ଏହାକୁ ନେଇ ଡବ୍ଲ୍ୟୁଆଇସିବି କ୍ଷମା ପ୍ରାର୍ଥନା କରିବାକୁ ସିମନ୍ସଙ୍କୁ ନିର୍ଦ୍ଦେଶ ଦେଇଥିଲା କିନ୍ତୁ ସେ ଏପରି କିଛ କରି ନ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos