ପିଙ୍କ ବଲ୍‌ରେ ଟେଷ୍ଟ ମ୍ୟାଚ୍‌ ଖେଳିବା ନେଇ ଟିମ୍‌ ଇଣ୍ଡିଆ ଭାବି ନାହିଁ: କୁମ୍ବଲେ

କାନ୍‌ବେରା:ପିଙ୍କ୍‌ ବଲରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିବା କଥା ଏପର୍ଯ୍ୟନ୍ତ ଟିମ୍‌ ଇଣ୍ଡିଆ ଭାବି ନାହିଁ। ଗୁରୁବାର ଏହା କହିଛନ୍ତି ଟିମ୍‌ ଇଣ୍ଡିଆର ନବ ନିଯୁକ୍ତ ମୁଖ୍ୟ ପ୍ରଶିକ୍ଷକ ଅନୀଲ କୁମ୍ବଲେ। ସେ କହିଛନ୍ତି,“ମୁଁ ଜାଣିବାରେ ଆମେ ଏପର୍ଯ୍ୟନ୍ତ ପିଙ୍କ୍‌ ବଲରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିବା ପ୍ରସ୍ତାବ ସମ୍ପର୍କରେ ଚିନ୍ତା କରିନାହୁଁ। ଏହା ଏବେ ଦୂରରେ ଅଛି। ଆମେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ନାଲି ଡ୍ୟୁକ୍‌ ବଲ୍‌ରେ ଖେଳିବୁ। ସେଥିପାଇଁ ଏହି ପରିବେଶ ସହ ଖାପ ଖୁଆଇବାକୁ […]

anil-kumble

Rakesh Mallick
  • Published: Thursday, 07 July 2016
  • , Updated: 07 July 2016, 08:25 PM IST

କାନ୍‌ବେରା:ପିଙ୍କ୍‌ ବଲରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିବା କଥା ଏପର୍ଯ୍ୟନ୍ତ ଟିମ୍‌ ଇଣ୍ଡିଆ ଭାବି ନାହିଁ। ଗୁରୁବାର ଏହା କହିଛନ୍ତି ଟିମ୍‌ ଇଣ୍ଡିଆର ନବ ନିଯୁକ୍ତ ମୁଖ୍ୟ ପ୍ରଶିକ୍ଷକ ଅନୀଲ କୁମ୍ବଲେ।

ସେ କହିଛନ୍ତି,“ମୁଁ ଜାଣିବାରେ ଆମେ ଏପର୍ଯ୍ୟନ୍ତ ପିଙ୍କ୍‌ ବଲରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିବା ପ୍ରସ୍ତାବ ସମ୍ପର୍କରେ ଚିନ୍ତା କରିନାହୁଁ। ଏହା ଏବେ ଦୂରରେ ଅଛି। ଆମେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ନାଲି ଡ୍ୟୁକ୍‌ ବଲ୍‌ରେ ଖେଳିବୁ। ସେଥିପାଇଁ ଏହି ପରିବେଶ ସହ ଖାପ ଖୁଆଇବାକୁ ଚେଷ୍ଟା କରୁଛୁ।  ଏହି ସରିଜ୍‌ ଆମ ପାଇଁ ବେଶ୍ ଗୁରୁତ୍ୱ ବହନ କରେ। ଆମେ ବେଙ୍ଗାଲୁରୁରେ ନାଲି ଡ୍ୟୁକ୍ ବଲ୍‌ରେ ୬ ଦିନ ଧରି ଅଭ୍ୟାସ କରିଥିବା ବେଳେ ଆଜି ଏଠାରେ ମଧ୍ୟ କରିଛୁ। ଏଥିରେ ଯଦି ଦଳ ଭଲ ପ୍ରଦର୍ଶନ କଲା ତେବେ ପିଙ୍କ୍ ବଲରେ ଦିବାରାତ୍ର ଟେଷ୍ଟ ଖେଳିବାରେ ସେପରି କୌଣସି ଅସୁବିଧା ହେବ ନାହିଁ।”

Related story