ଦକ୍ଷିଣ ଆଫ୍ରିକା ପାଇଁ ପିଙ୍କ୍‌ ଜର୍ସି ଲକି: ଅପରାଜୟର ରେକର୍ଡ   

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୋହାନ୍ସବର୍ଗ ଦିନିକିଆରେ ଘରୋଇ ଦକ୍ଷିଣ ଆଫ୍ରିକା ଭାରତକୁ ହରାଇ ଚଳିତ ସିରିଜର ପ୍ରଥମ ବିଜୟୀ ହାସଲ କରିଛି। ପ୍ରଥମ ୩ଟି ମ୍ୟାଚ୍‌ ହାରିବା ପରେ ଦକ୍ଷିଣ ଆଫ୍ରିକା ଟିମ୍‌ ୪ର୍ଥ ମ୍ୟାଚରେ ପିଙ୍କ୍ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲା। ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପୂର୍ବ ରେକର୍ଡକୁ ଅତୁଟ ରଖିଛି  କାରଣ ଦକ୍ଷିଣ ଆଫ୍ରିକା ଯେବେ ଯେବେ ପିଙ୍କ ଜର୍ସିରେ ମ୍ୟାଚ୍‌ ଖେଳିଛି ସମସ୍ତ ମ୍ୟାଚ୍‌ ଜିତିଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଦକ୍ଷିଣ […]

front-pic_1518355234

Ordigital Desk
  • Published: Sunday, 11 February 2018
  • , Updated: 11 February 2018, 10:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୋହାନ୍ସବର୍ଗ ଦିନିକିଆରେ ଘରୋଇ ଦକ୍ଷିଣ ଆଫ୍ରିକା ଭାରତକୁ ହରାଇ ଚଳିତ ସିରିଜର ପ୍ରଥମ ବିଜୟୀ ହାସଲ କରିଛି। ପ୍ରଥମ ୩ଟି ମ୍ୟାଚ୍‌ ହାରିବା ପରେ ଦକ୍ଷିଣ ଆଫ୍ରିକା ଟିମ୍‌ ୪ର୍ଥ ମ୍ୟାଚରେ ପିଙ୍କ୍ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲା। ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପୂର୍ବ ରେକର୍ଡକୁ ଅତୁଟ ରଖିଛି  କାରଣ ଦକ୍ଷିଣ ଆଫ୍ରିକା ଯେବେ ଯେବେ ପିଙ୍କ ଜର୍ସିରେ ମ୍ୟାଚ୍‌ ଖେଳିଛି ସମସ୍ତ ମ୍ୟାଚ୍‌ ଜିତିଛି।

ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ୫ ଉଇକେଟରେ ଭାରତକୁ ପରାସ୍ତ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ୨୮୯ ରନ୍‌ କରିଥିଲା। ଯେଉଁଥିରେ ଧାୱନ ଏକ ଶତକୀୟ ପାଳି ଖେଳିଥିଲେ। ଧାୱନ ନିଜର ୧୦୦ତମ ମ୍ୟାଚରେ ଶତକ ହାସଲ କରିଥିଲେ। କିନ୍ତୁ ଖରାପ ପାଗ ଓ ବର୍ଷା ଯୋଗୁ ଡକ ୱର୍ଥ ଲୁଇସ ନିୟମ ଅନୁଯାୟୀ ଦକ୍ଷିଣ ଆଫ୍ରିକା ପାଇଁ ୨୮ ଓଭରରେ ୨୦୨ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ଏହି ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୫ ୱିକେଟ୍‌ ହରାଇ ହାସଲ କରିନେଇଥିଲା। ଭାରତ ଏହି ସିରିଜରେ ୩-୧ରେ ଆଗୁଆ ରହିଛି।

Related story