ଓଡ଼ିଆ ପୁଅ ପ୍ରମୋଦଙ୍କ ପାଇଁ ମୋଦିଙ୍କ ସମୟ ନାହିଁ!

ନୂଆଦିଲ୍ଲୀ: ଦେଶ ତଥା ରାଜ୍ୟ ପାଇଁ ପାରା ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଅର୍ଥାତ ପାରା ବ୍ୟାଡମିଣ୍ଟନରେ ପ୍ରମୋଦ ବିଶ୍ୱ ବିଜେତା ହୋଇଛନ୍ତି। କେବଳ ଏକକ ବର୍ଗରେ ନୁହେଁ ପାରା ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ର ଡବଲ୍ସରେ ମଧ୍ୟ ପ୍ରମୋଦ ଓ ମନୋଜ ସରକାରଙ୍କ ଯୋଡ଼ି ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ। ହେଲେ ପ୍ରମୋଦଙ୍କ ଭଳି ଜଣେ ଉଦୀୟମାନ ଖେଳାଳିଙ୍କୁ ଦେଖା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ସମୟ ନାହିଁ। […]

wd

Hemant Lenka
  • Published: Wednesday, 28 August 2019
  • , Updated: 28 August 2019, 07:52 PM IST

ନୂଆଦିଲ୍ଲୀ: ଦେଶ ତଥା ରାଜ୍ୟ ପାଇଁ ପାରା ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଅର୍ଥାତ ପାରା ବ୍ୟାଡମିଣ୍ଟନରେ ପ୍ରମୋଦ ବିଶ୍ୱ ବିଜେତା ହୋଇଛନ୍ତି। କେବଳ ଏକକ ବର୍ଗରେ ନୁହେଁ ପାରା ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ର ଡବଲ୍ସରେ ମଧ୍ୟ ପ୍ରମୋଦ ଓ ମନୋଜ ସରକାରଙ୍କ ଯୋଡ଼ି ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ। ହେଲେ ପ୍ରମୋଦଙ୍କ ଭଳି ଜଣେ ଉଦୀୟମାନ ଖେଳାଳିଙ୍କୁ ଦେଖା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ସମୟ ନାହିଁ। ପ୍ରମୋଦ ଅଗଷ୍ଟ ୨୫ରେ ବିଶ୍ୱ ବିଜେତା ହୋଇଥିଲେ।

ସେହିଦିନ ବିଶ୍ୱ ବ୍ୟାଡମିଣ୍ଟନର ମେନ୍ ଇଭେଣ୍ଟରେ ମଧ୍ୟ ଭାରତର ପ୍ରସିଦ୍ଧ ଶଟଲର ପିଭି ସିନ୍ଧୁ ଦେଶ ପାଇଁ ସ୍ୱର୍ଣ୍ଣ ଜିତିଥିଲେ। ପ୍ରଥମ ଭାରତୀୟ ଭାବେ ସିନ୍ଧୁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଗତକାଲି ସିନ୍ଧୁ ଓ ପ୍ରମୋଦ ଭାରତ ଫେରିଥିଲେ। ହେଲେ ମୋଦି କେବଳ ସିନ୍ଧୁଙ୍କୁ ସାକ୍ଷାତ କରିଥିଲେ। ସିନ୍ଧୁ ଦେଶ ପାଇଁ ଗର୍ବ ଓ ପ୍ରେରଣାର ଉତ୍ସ ବୋଲି ମଧ୍ୟ ଟ୍ୱିଟ୍‌ କରି ତାଙ୍କ ସହ ଭେଟଘାଟ ବେଳର ଫଟୋ ଶେୟାର କରିଥିଲେ। ପ୍ରମୋଦ ଏବଂ ମନୋଜ ମଧ୍ୟ ମୋଦିଙ୍କୁ ଦେଖା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଅନେକ ଟ୍ୱିଟର ବ୍ୟବହାରକାରୀ ମଧ୍ୟ ପିଏମଓଙ୍କ ଆଗରେ ପ୍ରମୋଦଙ୍କ ପାଇଁ ଓକିଲାତି କରିଥିଲେ। ହେଲେ ପିଏମଓ ପକ୍ଷରୁ ଏଯାଏ କୌଣସି ଉତ୍ତର ମିଳିନାହିଁ।

ଗତକାଲି ପ୍ରମୋଦଙ୍କୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ସାକ୍ଷାତ କରିଥିଲେ। ଆଜି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ପ୍ରମୋଦ ଓ ପାରା ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଭେଟିଥିଲେ। ହେଲେ ମୋଦି ଏଯାଏ ତାଙ୍କୁ ଭେଟି ନଥିବାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜଣେ ଦିବ୍ୟାଙ୍ଗ ଖେଳାଳିଙ୍କ ପ୍ରତି କାହିଁକି ମୋଦି ଆଖି ବୁଜି ଦେଇଛନ୍ତି? ସିନ୍ଧୁଙ୍କୁ ଭେଟିବାକୁ ଯଦି ମୋଦିଙ୍କ ପାଖରେ ସମୟ ରହିଥିଲା, ତା’ହେଲେ ଓଡ଼ିଶାର ପ୍ରମୋଦଙ୍କୁ ସେ କାହିଁକି ଭେଟିଲେ ନାହିଁ?

କେବଳ ପ୍ରମୋଦ ନୁହନ୍ତି ସୁକାନ୍ତ କଦମ ମଧ୍ୟ ବିଶ୍ୱ ପାରା ବ୍ୟାଡମିଣ୍ଟନରେ ବ୍ରୋଞ୍ଜ ପଦକ ଜିତିଥିଲେ। ସେ ମଧ୍ୟ ମୋଦିଙ୍କୁ ଦେଖା କରିବାକୁ ଚାହିଁଥିଲେ। ହେଲେ ତାଙ୍କୁ ମଧ୍ୟ ନିରାଶ ହେବାକୁ ପଡ଼ିଛି। ମୋଦି କେବଳ ଟ୍ୱିଟ କରି ଏମାନଙ୍କ ପ୍ରଶଂସା କରିଥିଲେ। ହେଲେ ଏମାନଙ୍କୁ ଭେଟିବା ସମ୍ପର୍କରେ କୌଣସି କଥା କହିନାହାନ୍ତି।

ଚଳିତ ବିଶ୍ୱ ପାରା ବ୍ୟାଡ଼ମିଣ୍ଟନରେ ଭାରତର ଆଥଲେଟମାନେ ମୋଟ ୧୨ଟି ପଦକ ଦେଶ ପାଇଁ ଜିତିଛନ୍ତି। ଏହା ଏକ ଗର୍ବର ବିଷୟ। ହେଲେ ପ୍ରଧାନମନ୍ତ୍ରୀ ଏମାନଙ୍କୁ ଦେଖା କରି ନଥିବାରୁ ବିଭିନ୍ନ ମହଲରେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Related story