ଫାଇନାଲ ପୂର୍ବରୁ ଦୁଇ ଦେଶର ପ୍ରଧାନମନ୍ତ୍ରୀ ପରସ୍ପରକୁ କହିଲେ ଏମିତି କଥା

ମେଲବର୍ଣ୍ଣ: ଆସନ୍ତାକାଲି ମଧ୍ୟାହ୍ଣ ୧୨.୩୦ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମହିଳା ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଐତିହାସିକ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ଫାଇନାଲ ମ୍ୟାଚରେ ୯୦ ହଜାରରୁ ଅଧିକ ଲୋକ ଆସିବେ ବୋଲି ଆଶା କରାଯାଉଛି। ସବୁଠି ମ୍ୟାଚ୍‌କୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ଏସବୁ ଭିତରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ମଧ୍ୟରେ ଟ୍ୱିଟରେ କଥାବାର୍ତ୍ତା ଦେଖିବାକୁ ମିଳିଛି। ଫାଇନାଲ ପୂର୍ବରୁ […]

e

Hemant Lenka
  • Published: Saturday, 07 March 2020
  • , Updated: 07 March 2020, 08:44 PM IST

ମେଲବର୍ଣ୍ଣ: ଆସନ୍ତାକାଲି ମଧ୍ୟାହ୍ଣ ୧୨.୩୦ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମହିଳା ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଐତିହାସିକ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ଫାଇନାଲ ମ୍ୟାଚରେ ୯୦ ହଜାରରୁ ଅଧିକ ଲୋକ ଆସିବେ ବୋଲି ଆଶା କରାଯାଉଛି।

ସବୁଠି ମ୍ୟାଚ୍‌କୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ଏସବୁ ଭିତରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ମଧ୍ୟରେ ଟ୍ୱିଟରେ କଥାବାର୍ତ୍ତା ଦେଖିବାକୁ ମିଳିଛି।

ଫାଇନାଲ ପୂର୍ବରୁ ସ୍କଟ ମୋରିସନ ଟ୍ୱିଟ କରି ମୋଦିଙ୍କୁ ଟ୍ୟାଗ କରିଛନ୍ତି ଏବଂ ତାଙ୍କ ଦେଶ ଟ୍ରଫି ଜିତିବ ବୋଲି କହିଛନ୍ତି। ମୋଦି ମଧ୍ୟ ତୁରନ୍ତ ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି, ବ୍ଲ୍ୟୁ ମାଉଣ୍ଟେନ ପରି ଆସନ୍ତାକାଲି ଏମସିଜି ମଧ୍ୟ ବ୍ଲ୍ୟୁ ହୋଇଯିବ।

ସ୍କଟ ମୋରିସର ଟ୍ୱିଟ କରି କହିଛନ୍ତି, “Hey @narendramodi ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟ ମହିଳା ବିଶ୍ୱକପ ଫାଇନାଲ ମେଲବର୍ଣ୍ଣରେ ହେବ। ଏମସିଜିର ବିଶାଳ ଷ୍ଟାଡିୟମ ଓ ଲୋକଙ୍କ ସମ୍ମୁଖରେ ଦୁଇଟି ବେଷ୍ଟ ଟିମ୍‌ ପରସ୍ପରକୁ ଭେଟିବେ। ଏହା ଏକ ଚମତ୍କାର ରାତି ଓ ଭଲ ମ୍ୟାଚ ହେବ। ତେବେ ଅଷ୍ଟ୍ରେଲିଆ ହିଁ ବାଜିମାତ କରିବ।”

ଏହାର ଜବାବର ମୋଦି ଦେଇ ଲେଖିଛନ୍ତି ଯେ “ଭଲ ଦିନ @ScottMorrisonMP!। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମହିଳା ଟି-୨୦ ବିଶ୍ୱକପ ଫାଇନାଲ ଆସନ୍ତାକାଲି ହେବ। ଏହାଠାରୁ ଆଉ ବଡ଼ କିଛି ନ ହୋଇପାରେ। ଉଭୟ ଟିମକୁ ଶୁଭେଚ୍ଛା ଓ ମହିଳା ଦିବସର ଶୁଭକାମନା। ଯିଏ ଭଲ ଖେଳିବ, ସିଏ ଜିତିବ। ବ୍ଲ୍ୟୁ ମାଉଣ୍ଟେନ ପରି ଆସନ୍ତାକାଲି ଏମସିଜି ମଧ୍ୟ ବ୍ଲ୍ୟୁ ହୋଇଯିବ।”

Related story