ଧୱନଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଦେଲେ ଏହି ବାର୍ତ୍ତା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ନିଜର ବାମହାତର ଅଙ୍ଗୁଳିରେ ଫ୍ରାକଚର୍ ଯୋଗୁ ବିଶ୍ୱକପରୁ ବାଦ୍ ପଡ଼ିଛନ୍ତି। ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବା ପରେ ଧୱନ୍ ନିରାଶ ପ୍ରକାଶ କରିବା ସହ ଟିମ୍ ଇଣ୍ଡିଆର ବିଜୟ ଏବଂ ସମର୍ଥନ ପାଇଁ ପ୍ରଶଂସକଙ୍କୁ ଅପିଲ୍ କରିଛନ୍ତି। ଧୱନଙ୍କ ଏହି ଟ୍ୱିଟ୍ ପରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନୋବଳ ବଢ଼ାଇବା ପାଇଁ ଏକ ଟ୍ୱିଟ୍ କରିଛନ୍ତି। Dear @SDhawan25, no doubt the pitch […]

modi and dhawan

Hemant Lenka
  • Published: Thursday, 20 June 2019
  • , Updated: 20 June 2019, 08:18 PM IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ନିଜର ବାମହାତର ଅଙ୍ଗୁଳିରେ ଫ୍ରାକଚର୍ ଯୋଗୁ ବିଶ୍ୱକପରୁ ବାଦ୍ ପଡ଼ିଛନ୍ତି। ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବା ପରେ ଧୱନ୍ ନିରାଶ ପ୍ରକାଶ କରିବା ସହ ଟିମ୍ ଇଣ୍ଡିଆର ବିଜୟ ଏବଂ ସମର୍ଥନ ପାଇଁ ପ୍ରଶଂସକଙ୍କୁ ଅପିଲ୍ କରିଛନ୍ତି। ଧୱନଙ୍କ ଏହି ଟ୍ୱିଟ୍ ପରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନୋବଳ ବଢ଼ାଇବା ପାଇଁ ଏକ ଟ୍ୱିଟ୍ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, "ପ୍ରିୟ ଶିଖର ଧୱନ୍, ଏଥିରେ କୌଣସି ସନ୍ଦେହ ନାହିଁ ଯେ ଖେଳର ଏହି ପିଚ୍ ମଧ୍ୟ ଆପଣଙ୍କୁ ମିସ୍ କରିବ। କିନ୍ତୁ ମୁଁ ଆଶା କରୁଛି ଯେ ଆପଣ ଜଲଦି ଠିକ୍ ହୋଇ ମଇଦାନକୁ ଫେରନ୍ତୁ ଏବଂ ପୁଣିଥରେ ଦେଶର ବିଜୟରେ ଅଧିକରୁ ଅଧିକ ଯୋଗଦାନ କରିପାରିବେ।"

ଏହା ପୂର୍ବରୁ ବୁଧବାର ଧୱନ୍ ଟୁର୍ଣ୍ଣାମେଣ୍ଟରୁ ବାଦ୍ ହେବା ନେଇ ଖବର ଆସିଥିଲା। ତେବେ ଟିମ୍ ଇଣ୍ଡିଆ ତାଙ୍କ ବ୍ୟାକଅପ୍ ଭାବେ ପୂର୍ବରୁ ହିଁ ରିଷଭ ପନ୍ତଙ୍କୁ ଇଂଲଣ୍ଡ ଡକାଇଥିଲା। ଏବେ ଧୱନ୍ ବାଦ୍ ପଡ଼ିବା ପରେ ପନ୍ତ ଟିମରେ ସାମିଲ୍ ହୋଇଛନ୍ତି। ବିଶ୍ୱକପରୁ ବାଦ୍ ପଡ଼ିବା ପରେ ଧୱନ୍ ନିଜ ଟ୍ୱିଟର୍ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଥିଲେ, ଯେଉଁଥିରେ ତାଙ୍କୁ ବହୁତ ଭାବପ୍ରବଣତା ହେବାର ଦେଖିବାକୁ ମିଳିଥିଲା।

Related story