ବୁଶଫାୟର୍ କ୍ରିକେଟ୍ ମ୍ୟାଚ୍‌: ପଣ୍ଟିଂ ଓ ଗିଲଖ୍ରୀଷ୍ଟ କ୍ୟାପଟେନ୍‌

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ଦୁଇ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ରିକି ପଣ୍ଟିଂ ଓ ଆଡାମ ଗିଲଖ୍ରୀଷ୍ଟ ରବିବାର ମେଲବର୍ଣ୍ଣରେ ଖେଳାଯିବାକୁଥିବା ବୁଶଫାୟର୍ କ୍ରିକେଟ୍ ବ୍ୟାଶ୍ ଚ୍ୟାରିଟି ମ୍ୟାଚରେ ନିଜ ନିଜର ଟିମର ନେତୃତ୍ୱ ନେବେ। ପୂର୍ବରୁ ଏହି ମ୍ୟାଚ୍ ପଣ୍ଟିଂ ଏକାଦଶ ଓ ଶେନ୍ ୱାର୍ଣ୍ଣ ଏକାଦଶ ମଧ୍ୟରେ ଖେଳାଯିବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ୱାର୍ଣ୍ଣ ମ୍ୟାଚ୍ ଦିନ ଉପଲବ୍ଧି ରହିବେ ନାହିଁ ଏବଂ ସେ ଯେଉଁକାରଣରୁ ମ୍ୟାଚରୁ ଓହରିଯାଇଛନ୍ତି। ତାଙ୍କ ସ୍ଥାନରେ ଗିଲଖ୍ରୀଷ୍ଟ କ୍ୟାପଟେନ୍ ଦାୟିତ୍ୱ ସମ୍ଭାଳିବେ। […]

ponting-and-gilchrist

ponting-and-gilchrist

Ranjit Kumar Jena
  • Published: Thursday, 06 February 2020
  • Updated: 06 February 2020, 09:13 PM IST

Sports

Latest News

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ଦୁଇ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ରିକି ପଣ୍ଟିଂ ଓ ଆଡାମ ଗିଲଖ୍ରୀଷ୍ଟ ରବିବାର ମେଲବର୍ଣ୍ଣରେ ଖେଳାଯିବାକୁଥିବା ବୁଶଫାୟର୍ କ୍ରିକେଟ୍ ବ୍ୟାଶ୍ ଚ୍ୟାରିଟି ମ୍ୟାଚରେ ନିଜ ନିଜର ଟିମର ନେତୃତ୍ୱ ନେବେ। ପୂର୍ବରୁ ଏହି ମ୍ୟାଚ୍ ପଣ୍ଟିଂ ଏକାଦଶ ଓ ଶେନ୍ ୱାର୍ଣ୍ଣ ଏକାଦଶ ମଧ୍ୟରେ ଖେଳାଯିବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ୱାର୍ଣ୍ଣ ମ୍ୟାଚ୍ ଦିନ ଉପଲବ୍ଧି ରହିବେ ନାହିଁ ଏବଂ ସେ ଯେଉଁକାରଣରୁ ମ୍ୟାଚରୁ ଓହରିଯାଇଛନ୍ତି। ତାଙ୍କ ସ୍ଥାନରେ ଗିଲଖ୍ରୀଷ୍ଟ କ୍ୟାପଟେନ୍ ଦାୟିତ୍ୱ ସମ୍ଭାଳିବେ।

ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ଭୟଙ୍କର ନିଆଁରେ ପ୍ରଭାବିତ ଲୋକଙ୍କ ସହାୟତା ଉଦ୍ଦେଶ୍ୟରେ ଅର୍ଥ ସଂଗ୍ରହ ପାଇଁ ଏହି ଚ୍ୟାରିଟି ମ୍ୟାଚର ଆୟୋଜନ ଶନିବାର ସିଡନୀରେ ହେବା ପାଇଁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ବର୍ଷାର ଆଶଙ୍କା କାରଣରୁ ଏବେ ଏହି ମ୍ୟାଚ୍ ସିଡନୀ ବଦଳରେ ରବିବାର ମେଲବର୍ଣ୍ଣରେ ଆୟୋଜିତ କରାଯିବ। ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ପଣ୍ଟିଂ ଏଦାଦଶ ଟିମର କୋଚ୍ ହେବେ।

ସେହିପରି ୱେଷ୍ଟଇଣ୍ଡିଜ୍ ଦଳର ମହାନ୍ ବୋଲର କର୍ଟନୀ ୱାଲ୍ସଙ୍କୁ ଗିଲଖ୍ରୀଷ୍ଟ ଏକାଦଶ ଟିମ୍ ପକ୍ଷରୁ ଖେଳିବେ। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ଗିଲଖ୍ରୀଷ୍ଟ ଏକାଦଶ ପକ୍ଷରୁ ଖେଳିବେ। ଏହି ଚ୍ୟାରିଟି ମ୍ୟାଚ୍ ୧୦ ଓଭର ବିଶିଷ୍ଟ ହେବ, ଯେଉଁଥିରେ ୫ ଓଭର ପାୱାରପ୍ଲେ ରହିବ। ବୋଲରଙ୍କ ପାଇଁ ଓଭର କରିବାର କୌଣସି କୋଟା ନାହିଁ। ଏହି ମ୍ୟାଚରୁ ମିଳିବାକୁ ଥିବା ଅର୍ଥରାଶି ଅଷ୍ଟ୍ରେଲିଆ ରେଡ୍ କ୍ରସ୍ ରିଲିଫ୍ ଫଣ୍ଡକୁ ଦାନ କରାଯିବ।

ପଣ୍ଟିଂ ଏକାଦଶ: ମାଥ୍ୟୁ ହେଡେନ୍‌, ଜଷ୍ଟିନ୍ ଲାଙ୍ଗର, ରିକି ପଣ୍ଟିଂ (କ୍ୟାପଟେନ୍‌), ଏଲିସ୍ ଭିଲାନୀ, ବ୍ରାଏନ୍ ଲାରା, ଫୋବେ ଲିଚଫିଲ୍ଡ, ବ୍ରାଡ୍ ହାଡିନ୍ (ୱିକେଟକିପର), ବ୍ରେଟ୍ ଲି, ୱାସିମ୍ ଆକ୍ରାମ୍‌, ଡାନ୍ ଖ୍ରୀଷ୍ଟିଆନ୍‌, ଲୁକ୍ ହଜ୍। କୋଚ୍‌: ସଚିନ ତେନ୍ଦୁଲକର।

ଗିଲଖ୍ରୀଷ୍ଟ ଏକାଦଶ: ଆଡାମ ଗିଲଖ୍ରୀଷ୍ଟ (କ୍ୟାପଟେନ୍ ଓ ୱିକେଟକିପର), ଶେନ୍ ୱାଟସନ୍‌, ବ୍ରାଡ୍ ହଜ୍‌, ଯୁବରାଜ ସିଂହ, ଆଲେକ୍ସ ବ୍ୟାକୱେଲ୍‌, ଆଣ୍ଡ୍ର୍ୟୁ୍ ସାଇମଣ୍ଡସ୍‌, କର୍ଟନୀ ୱାଲ୍ସ, ନିକ୍ ରିୱଲ୍ଡ, ପିଟର୍ ସିଡଲ୍‌, ଫୱାଦ୍ ଅହମ୍ମଦ। କୋଚ୍‌- ଟିମ୍ ପେନ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story