ରିଓ ଅଲିମ୍ପିକ୍‌ ପାଇଁ ଭାରତୀୟ ହକି ଦଳ ଫୋକସ୍‌ କରୁଛି: ପିଆର ଶ୍ରୀଜେସ୍‌

ନୂଆଦିଲ୍ଲୀ: ଲଣ୍ଡନ ଚାମ୍ପିଆନ୍ସ ଟ୍ରଫିରେ ରୌପ୍ୟ ଜିତିବା ପରେ ଭାରତୀୟ ଦଳର ନଜର ଏବେ ରିଓ ଅଲିମ୍ପିକ୍ସ ଉପରେ। ଏଥିପାଇଁ ଦଳର ମୁଖ୍ୟ ପ୍ରଶିକ୍ଷକ ରୋଲାଣ୍ଟ ଓଲ୍‌ଟମାନ୍ସ ଦଳକୁ ପ୍ରସ୍ତୁତ କରାଉଛନ୍ତି ବୋଲି ଗୁରବାର ଦିନ କହିଛନ୍ତି ଗୋଲ କିପର ପିଆର ଶ୍ରୀଜେସ। ସେ କହିଛନ୍ତି,“ଆମେ ଲଣ୍ଡନ ଚାମ୍ପିଅନ୍ସ ଟ୍ରଫିରେ ଯେଉଁ ସଫଳତା ପାଇଛୁ ତାହା ଆମ ପାଇଁ ଗୌରବର ବିଷୟ। କିଛି କାରଣ ଯୋଗୁଁ ସ୍ୱର୍ଣ୍ଣ ପାଇବାରୁ ବଞ୍ଚିତ ହେଲୁ। କିନ୍ତୁ ଆମେ ଆସନ୍ତା ମାସରେ […]

sreejesh-india-goalie

Rakesh Mallick
  • Published: Thursday, 07 July 2016
  • , Updated: 07 July 2016, 08:23 PM IST

ନୂଆଦିଲ୍ଲୀ: ଲଣ୍ଡନ ଚାମ୍ପିଆନ୍ସ ଟ୍ରଫିରେ ରୌପ୍ୟ ଜିତିବା ପରେ ଭାରତୀୟ ଦଳର ନଜର ଏବେ ରିଓ ଅଲିମ୍ପିକ୍ସ ଉପରେ। ଏଥିପାଇଁ ଦଳର ମୁଖ୍ୟ ପ୍ରଶିକ୍ଷକ ରୋଲାଣ୍ଟ ଓଲ୍‌ଟମାନ୍ସ ଦଳକୁ ପ୍ରସ୍ତୁତ କରାଉଛନ୍ତି ବୋଲି ଗୁରବାର ଦିନ କହିଛନ୍ତି ଗୋଲ କିପର ପିଆର ଶ୍ରୀଜେସ।

ସେ କହିଛନ୍ତି,“ଆମେ ଲଣ୍ଡନ ଚାମ୍ପିଅନ୍ସ ଟ୍ରଫିରେ ଯେଉଁ ସଫଳତା ପାଇଛୁ ତାହା ଆମ ପାଇଁ ଗୌରବର ବିଷୟ। କିଛି କାରଣ ଯୋଗୁଁ ସ୍ୱର୍ଣ୍ଣ ପାଇବାରୁ ବଞ୍ଚିତ ହେଲୁ। କିନ୍ତୁ ଆମେ ଆସନ୍ତା ମାସରେ ରିଓ ଡି ଜିନେରିଓରେ ହେବାକୁ ଥିବା ଅଲିମ୍ପିକ୍‌ ପାଇଁ ଦୃଷି ନିବଦ୍ଧ କରୁଛୁ। କଠିନ ପରିଶ୍ରମ କରି ଆମେ ସେଠାରେ ଭାରତର ନାଁ ରଖିବୁ ବୋଲି ଆଶା ରଖିଛୁ।”

Related story