ଡେନମାର୍କ ପାରା-ବ୍ୟାଡମିଣ୍ଟନ୍: ସେମିରେ ପ୍ରମୋଦ ଭଗତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ତାରକା ଶଟଲର୍ ପ୍ରମୋଦ ଭଗତ ଚଳିତ ଡେନମାର୍କ ପାରା-ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟରେ ବିଜୟଧାରା ଅବ୍ୟାହତ ରଖି ସିଙ୍ଗଲ୍ସ ଓ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରମୋଦ ପେରୁର ପେଡ୍ରୋ ପାବେଲାଙ୍କୁ ସିଧାସଳଖ ୨୧-୧୧, ୨୨-୨୦ ଗେମରେ ପରାସ୍ତ କରିଛନ୍ତି। ସିଙ୍ଗଲ୍ସ ସେମିରେ ସେ ନିଜ ଦେଶର ମନୋଜ ସରକାରଙ୍କୁ ଭେଟିବେ। ସେହିପରି ଡବଲ୍ସ କ୍ୱାର୍ଟରଫାଇନାଲରେ ପ୍ରମୋଦ ଓ ମନୋଜ ସରକାର ୨୪-୨୨, ୨୧-୧୪ ଗେମରେ ସ୍କଟଲ୍ୟାଣ୍ଡର ରିଚାର୍ଡ […]

pramod

pramod

Ranjit Kumar Jena
  • Published: Friday, 18 October 2019
  • Updated: 18 October 2019, 09:06 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ତାରକା ଶଟଲର୍ ପ୍ରମୋଦ ଭଗତ ଚଳିତ ଡେନମାର୍କ ପାରା-ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟରେ ବିଜୟଧାରା ଅବ୍ୟାହତ ରଖି ସିଙ୍ଗଲ୍ସ ଓ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରମୋଦ ପେରୁର ପେଡ୍ରୋ ପାବେଲାଙ୍କୁ ସିଧାସଳଖ ୨୧-୧୧, ୨୨-୨୦ ଗେମରେ ପରାସ୍ତ କରିଛନ୍ତି। ସିଙ୍ଗଲ୍ସ ସେମିରେ ସେ ନିଜ ଦେଶର ମନୋଜ ସରକାରଙ୍କୁ ଭେଟିବେ।

ସେହିପରି ଡବଲ୍ସ କ୍ୱାର୍ଟରଫାଇନାଲରେ ପ୍ରମୋଦ ଓ ମନୋଜ ସରକାର ୨୪-୨୨, ୨୧-୧୪ ଗେମରେ ସ୍କଟଲ୍ୟାଣ୍ଡର ରିଚାର୍ଡ ୱିଲିୟମ ଓ କଲିନ୍ ଲେସଲିଙ୍କୁ ହରାଇ ଅନ୍ତିମ-୪ରେ ସ୍ଥାନ ପକ୍କା କରିଛନ୍ତି। ଆସନ୍ତାକାଲି ଡବଲ୍ସ ସେମିରେ ପ୍ରମୋଦ ଓ ମନୋଜ ନିଜ ଦେଶର ବିକ୍ରମ କୁମାର ଓ ସୁହାଶ ଲି'ଙ୍କୁ ଭେଟିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos