ଡବଲ୍ ପଦକ ଜିତିଲେ ପ୍ରମୋଦ

ଭୁବନେଶ୍ୱର: ଓଡ଼ିଆ ପାରା ବ୍ୟାଡମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତ ପୁଣିଥରେ ଅନ୍ତର୍ଜାତୀୟ ଇଭେଣ୍ଟରେ ଚମକିଛନ୍ତି। କ୍ୟାନାଡାର ଓଟାୱା ସହରର ମମ୍ପେଟିଟ୍ ଇନଡୋର୍ ଷ୍ଟାଡିୟମରେ ଅନୁଷ୍ଠିତ ଅନ୍ତର୍ଜାତୀୟ କ୍ୟାନାଡା ପାରା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ପ୍ରମୋଦ ଡବଲ୍ ପଦକ ହାସଲ କରିଛନ୍ତି।

ପ୍ରମୋଦ ସିଙ୍ଗଲ୍ସ ବର୍ଗର ସେମିଫାଇନାଲ ଏବଂ ଡବଲ୍ସ ଫାଇନାଲରେ ହାରି ଯଥାକ୍ରମେ ବ୍ରୋଞ୍ଜ ଓ ରୌପ୍ୟ ପଦକ ଜିତିଛନ୍ତି। ସିଙ୍ଗଲ୍ସ ସେମିରେ ପ୍ରମୋଦ ୨୧-୧୯, ୧୪-୨୧, ୨୦-୨୨ ଗେମରେ ଇଂଲଣ୍ଡର ଡାନିଏଲ୍ ବେଥେଲଙ୍କଠାରୁ ହାରିଯାଇଥିଲେ।

ପ୍ରଥମ ଦୁଇଟି ଗେମ୍ ବରାବର ରହିବା ପରେ ନିର୍ଣ୍ଣାୟକ ତଥା ତୃତୀୟ ଗେମରେ ପ୍ରମୋଦ ୨୦-୧୬ରେ ଆଗୁଆ ଥିଲେ। କିନ୍ତୁ ଏହା ପରେ ବେଥେଲେ ଲଗାତାର ୬ ପଏଣ୍ଟ ହାସଲ କରି ଗେମ ସହ ମ୍ୟାଚକୁ ଜିତି ନେଇଥିଲେ।

ସେହିପରି ନିଜ ଦେଶର ମନୋଜ ସରକାରଙ୍କୁ ସାଥୀ କରି ଖେଳିଥିବା ପ୍ରମୋଦ ଡବଲ୍ସ ଫାଇନାଲରେ ଇଣ୍ଡୋନେସିଆ ଯୋଡ଼ି ଫ୍ରେଡି ସତ୍ୟବାନ୍ ଓ ଡୁୟୋକଙ୍କ ନିକଟରୁ ୧୯-୨୧, ୧୦-୨୧ ଗେମରେ ପରାସ୍ତ ହୋଇ ରନର୍ସଅପ୍ ହୋଇଥିଲେ। ସୂଚନାଯୋଗ୍ୟ, ଏହି ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ଦେଶରୁ ୨୨୮ ଜଣ ଖେଳାଳି ଭାଗ ନେଇଥିଲେ। ତେବେ ଓଡ଼ିଶାର ଏକମାତ୍ର ଖେଳାଳି ଭାବେ ପ୍ରମୋଦ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ।

ଆହୁରି ପଢ଼ନ୍ତୁ

ହାର୍ଦ୍ଦିକ ପଟେଲଙ୍କୁ ବଡ଼ ଦାୟିତ୍ୱ ଦେଲେ ସୋନିଆ

ମୋ ଜ୍ୱାଇଁ ଖାଇବେ ୬୭ ପ୍ରକାର ଆଇଟମ୍‌

ଫେସବୁକରୁ ବିଏମଡବ୍ଲୁ ପୋଷ୍ଟ ଡିଲିଟ୍ କଲେ ଦୂତୀ

ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର, ସୀମା ସେପଟେ ଆହୁରି ୩୦୦ ଆତଙ୍କୀ ହମଲା ପାଇଁ ତୟାର

ପ୍ରଥମ ଟେଷ୍ଟ: ୩୧୮ରେ ଇଣ୍ଡିଜ୍‌ ଅଲଆଉଟ, ୯୯ ରନ୍‌ ପଛରେ ଇଂଲଣ୍ଡ

ଜୁଲାଇ ୧୧, ଶନିବାର: ଘରକୁ ଅତିଥି ଆସିପାରନ୍ତି

ଚୀନ୍ ସୀମାରେ ଆପାଚି ଏବଂ ଚିନୁକ

‘ସୁଶାନ୍ତ ସିଂହ ରାଜପୁତ ହତ୍ୟା ପଛରେ ଦାଉଦ ଇବ୍ରାହିମ୍ ଗ୍ୟାଙ୍ଗ’

କେମିତି ପ୍ରାଣ ହରାଇଲା ବିକାଶ ଦୁବେ, କେଉଁ ସବୁ ସ୍ଥାନରେ ବାଜିଛି ଗୁଳି

ଯଦି ସୁନୀଲ ଗାଭାସ୍କରଙ୍କ ବାମ କାନରେ ନଥା’ନ୍ତା ସେହି ଛୋଟ ଜାଇ…

ଜୁଲାଇ ୧୦, ଶୁକ୍ରବାର: ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ

ମୃତ୍ୟୁ ହାର ହ୍ରାସ ଆମର ଲକ୍ଷ୍ୟ: ସ୍ୱାସ୍ଥ୍ୟ ମନ୍ତ୍ରୀ