ପ୍ରଥମ ଓଡ଼ିଆ ପାରା ଆଥଲେଟ୍ ଭାବେ ଏହି ସମ୍ମାନ ପାଇବେ ପ୍ରମୋଦ

ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ାଜଗତ ପାଇଁ ବହୁତ ବଡ଼ ଖୁସି ଖବର। ରାଜ୍ୟ ତଥା ଦେଶର ଏକ ନମ୍ବର ପାରା ବ୍ୟାଡମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତ ଚଳିତ ବର୍ଷ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଚଳିତ ମାସ ୨୯ ତାରିଖରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ପ୍ରମୋଦ ପ୍ରଥମ ଓଡ଼ିଆ ପାରା ଆଥଲେଟ୍ ଭାବେ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇବେ। ଏହା ପୂର୍ବରୁ ଦେଶ ପାଇଁ […]

pramod2

pramod2

Ranjit Kumar Jena
  • Published: Saturday, 17 August 2019
  • Updated: 17 August 2019, 08:23 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ାଜଗତ ପାଇଁ ବହୁତ ବଡ଼ ଖୁସି ଖବର। ରାଜ୍ୟ ତଥା ଦେଶର ଏକ ନମ୍ବର ପାରା ବ୍ୟାଡମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତ ଚଳିତ ବର୍ଷ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଚଳିତ ମାସ ୨୯ ତାରିଖରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।

ପ୍ରମୋଦ ପ୍ରଥମ ଓଡ଼ିଆ ପାରା ଆଥଲେଟ୍ ଭାବେ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇବେ। ଏହା ପୂର୍ବରୁ ଦେଶ ପାଇଁ ରାଜ୍ୟରୁ ଅନେକ ପାରା ଆଥଲେଟ୍ ପ୍ରତିନିଧିତ୍ୱ କରିସାରିଛନ୍ତି। କିନ୍ତୁ ପ୍ରମୋଦ ଅର୍ନ୍ତଜାତୀୟ ପାରା ବ୍ୟାଡମିଣ୍ଟନ କ୍ଷେତ୍ରରେ ଅପୂର୍ବ ସଫଳତା ଆଣି ଆଜି ଏହି ସମ୍ମାନର ହକଦାର ହୋଇପାରିଛନ୍ତି।

ଏହି ପୁରସ୍କାର ପାଇଁ ମନୋନୀତ ହେବାର ଖବର ପ୍ରମୋଦଙ୍କ ପାଖରେ କୌଣସି ଖବର ପହଞ୍ଚିପାରିନାହିଁ। କାରଣ ପ୍ରମୋଦ ସ୍ୱିଜରଲ୍ୟାଣ୍ଡର ବେସେଲ୍ସଠାରେ ହେବାକୁଥିବା ୱାର୍ଲ୍ଡ ପାରା ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍ ପାଇଁ ଶନିବାର ସକାଳେ ଦିଲ୍ଲୀ ଛାଡ଼ିଛନ୍ତି। ବର୍ତ୍ତମାନ ପ୍ରମୋଦ ଫ୍ଲାଇଟରେ ଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇପାରିନାହିଁ।

ପ୍ରମୋଦ ଏକାଧାରାରେ ଜଣେ ବ୍ୟାଡମିଣ୍ଟନ ଖେଳାଳି ଏବଂ କୋଚ୍। ୪ ବର୍ଷର ହୋଇଥିଲା ସେ ପୋଲିଓରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ପିଲାଦିନରୁ ବ୍ୟାଡମିଣ୍ଟନ ପ୍ରତି ପ୍ରମୋଦଙ୍କର ଦୁର୍ବଳତା ରହିଥିଲା। ଫଳସ୍ୱରୂପ ମାତ୍ର ୧୦ ବର୍ଷ ବୟସରେ ସେ ରାଜ୍ୟସ୍ତରୀୟ ଆଉଟଡୋର୍ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ। ଏହାପରେ ତାଙ୍କର ଜାତୀୟ ସ୍ତରରେ କ୍ୟାରିୟର ଆରମ୍ଭ ହୋଇଥିଲା। ସେ ୨୦୦୬ରେ ଅନୁଗୁଳରେ ଆୟୋଜିତ ଦ୍ୱିତୀୟ ଅଲ୍ ଇଣ୍ଡିଆ ପାରା ବ୍ୟାଡମିଣ୍ଟନ ସୁପର ସିକ୍ସ ଚାମ୍ପିୟନଶିପରେ ଭାଗ ନେଇଥିଲେ। ଫାଇନାଲରେ ସେ ଅର୍ଜୁନ ପୁରସ୍କାର ବିଜେତା ରମେଶ ଟିକାରାମଙ୍କୁ ହରାଇ ସମସ୍ତଙ୍କୁ ଚକିତ କରିଥିଲେ। ବାସ୍ ଏହାପରଠାରୁ ତାଙ୍କର ସଫଳତା ଧାରା ଆରମ୍ଭ ହୋଇଥିଲା।

ପ୍ରମୋଦ ଜାତୀୟ ସ୍ତରରେ ୩୦ ସ୍ୱର୍ଣ୍ଣ, ୧୨ ରୌପ୍ୟ, ୧ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ସେ ୧୯ ସ୍ୱର୍ଣ୍ଣ, ୭ ରୌପ୍ୟ ଏବଂ ୧୨ ବ୍ରୋଞ୍ଜ ପଦକ ଅର୍ଜନ କରିଛନ୍ତି। ଚଳିତ ବର୍ଷ ପ୍ରମୋଦଙ୍କ ପାଇଁ ସବୁଠାରୁ ସଫଳ ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ୨୦୧୯ରେ ୮ ସ୍ୱର୍ଣ୍ଣ, ୨ ରୌପ୍ୟ ଏବଂ ୨ ବ୍ରୋଞ୍ଜ ପଦକ ଜିତି ଅଲିମ୍ପିକ୍ସ ଟିକେଟ୍ ଦୌଡ଼ରେ ଆଗରେ ଅଛନ୍ତି। ୧୯ ତାରିଖରୁ ଆରମ୍ଭ ହେବାକୁଥିବା ବିଶ୍ୱ ଚାମ୍ପିୟନଶିପରେ ଭଲ ପ୍ରଦର୍ଶନ କରି ଆସନ୍ତାବର୍ଷ ହେବାକୁଥିବା ଅଲିମ୍ପିକକୁ ଯୋଗ୍ୟତା ଅର୍ଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି।

କୋଚ୍ ଭାବେ ପ୍ରମୋଦ ୨୦୦୯ରେ ଘରୋଇ ବିକାଶ ସ୍କୁଲରେ ପ୍ରଶିକ୍ଷଣ ଦେଇଥିଲେ। ଏହାପରେ ୨୦୧୩ରେ ମହାରାଷ୍ଟ୍ରର ନାଗପୁର, ୨୦୧୫ରେ ସମ୍ବଲପୁରରେ କୋଚିଂ ଦେଇଥିଲେ। ତାଙ୍କ ପ୍ରଶିକ୍ଷଣରେ ଛାତ୍ର ଓ ଛାତ୍ରୀମାନେ ରାଜ୍ୟ ତଥା ଜାତୀୟ ସ୍ତରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos