‘ଶ ଅଷ୍ଟ୍ରେଲିଆରେ ଭଲ ଖେଳିବେ’

କୋଲକାତା: ପଦାର୍ପଣ ଟେଷ୍ଟ୍‌ ଶତକ ପାଇଁ ପୃଥ୍ୱୀ ଶ’ଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ମଧ୍ୟ ତାଙ୍କ ଖେଳରେ ମୁଗ୍ଧ ହୋଇଛନ୍ତି। ଶ’ଙ୍କ ଷ୍ଟାଇଲ୍ ତାଙ୍କୁ ପସନ୍ଦ ଆସିଛି। ସୌରଭ କହିଛନ୍ତି,“କିଛି ମାସ ପରେ ପୃଥ୍ୱୀ ଶ’ ଅଷ୍ଟ୍ରେଲିଆ ଯିବେ। ମୁଁ ନିଶ୍ଚିତ ଯେ ସେ ସେଠାରେ ଭଲ ଖେଳିବେ। କାରଣ ସେ ବ୍ୟାକ୍‌ଫୁଟ୍‌ରେ ଭାରି ଷ୍ଟ୍ରଙ୍ଗ୍‌।” ସେ କହିଛନ୍ତି,“ବ୍ୟାଟ୍ସମ୍ୟାନ୍ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଟେକ୍‌ନିକ୍‌ ଓ ଉତ୍ସାହ। ଶ’ ଶତକ […]

ppp

Jitendra Garnayak
  • Published: Friday, 05 October 2018
  • , Updated: 05 October 2018, 11:01 AM IST

କୋଲକାତା: ପଦାର୍ପଣ ଟେଷ୍ଟ୍‌ ଶତକ ପାଇଁ ପୃଥ୍ୱୀ ଶ’ଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ମଧ୍ୟ ତାଙ୍କ ଖେଳରେ ମୁଗ୍ଧ ହୋଇଛନ୍ତି। ଶ’ଙ୍କ ଷ୍ଟାଇଲ୍ ତାଙ୍କୁ ପସନ୍ଦ ଆସିଛି।

ସୌରଭ କହିଛନ୍ତି,“କିଛି ମାସ ପରେ ପୃଥ୍ୱୀ ଶ’ ଅଷ୍ଟ୍ରେଲିଆ ଯିବେ। ମୁଁ ନିଶ୍ଚିତ ଯେ ସେ ସେଠାରେ ଭଲ ଖେଳିବେ। କାରଣ ସେ ବ୍ୟାକ୍‌ଫୁଟ୍‌ରେ ଭାରି ଷ୍ଟ୍ରଙ୍ଗ୍‌।”

ସେ କହିଛନ୍ତି,“ବ୍ୟାଟ୍ସମ୍ୟାନ୍ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଟେକ୍‌ନିକ୍‌ ଓ ଉତ୍ସାହ। ଶ’ ଶତକ ମାରିବା ବେଳେ ବୋଲର୍‌ମାନଙ୍କ ଉପରେ ଦବ୍‌ଦବା ବନାଇ ରଖିଥିଲେ। ବଡ଼ ମ୍ୟାଚ୍‌, ପୁଣି ପ୍ରଥମ ମ୍ୟାଚ୍, ତଥାପି ସେ ଏମିତି ଖେଳିଲେ ଯେମିତି ସେ ଖେଳିବାକୁ ଚାହୁଁଥିଲେ।”

ସୌରଭ କହିଛନ୍ତି,“ଶ’ ଭାରି ସକରାତ୍ମକ ଜଣାପଡ଼ୁଥିଲେ। ତାଙ୍କଠାରୁ ଉତ୍ସାହ ଭର୍ତ୍ତି ହୋଇ ରହିଥିଲା। ତାଙ୍କ ଖେଳିବାର ଷ୍ଟାଇଲ୍‌ ବି ଖୁବ୍ ଭଲ ଥିଲା। ସେ ଦୀର୍ଘ ଦିନ ଧରି ଭାରତ ପାଇଁ ଖେଳିବେ।”

ତେବେ ତାଙ୍କୁ ବୀରେନ୍ଦ୍ର ସେହୱାଗ୍‌ଙ୍କ ସହିତ ତୁଳନା କରାଯିବା ଠିକ୍ ନୁହେଁ ବୋଲି କହିଛନ୍ତି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି।

Related story