ସଚିନଙ୍କ ପରେ ପୃଥ୍ୱୀ ଶ’ କଲେ ଏହି ରେକର୍ଡ

ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଫେଲ ମାରିଥିବା ଟିମ୍‌ ଇଣ୍ଡିଆନର ଓପନ ପୃଥ୍ୱୀ ଶ’ ଦ୍ୱିତୀୟ ମ୍ୟାଚ୍‌ରେ କମବ୍ୟାକ କରିଛନ୍ତି। ଏଠାରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ଶ’ ପ୍ରଥମ ଇନିଂସରେ ୬୪ ବଲରେ ୫୪ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୮ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ଏହାପୂର୍ବରୁ ପ୍ରଥମ ଟେଷ୍ଟରେ ଶ’ ଯଥାକ୍ରମେ ୧୬ ଓ ୧୪ ରନ୍‌ର ଇନିଂସ ଖେଳିଥିଲେ। ଦ୍ୱିତୀୟ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରି […]

wc

Hemant Lenka
  • Published: Saturday, 29 February 2020
  • , Updated: 29 February 2020, 06:28 PM IST

ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଫେଲ ମାରିଥିବା ଟିମ୍‌ ଇଣ୍ଡିଆନର ଓପନ ପୃଥ୍ୱୀ ଶ’ ଦ୍ୱିତୀୟ ମ୍ୟାଚ୍‌ରେ କମବ୍ୟାକ କରିଛନ୍ତି। ଏଠାରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ଶ’ ପ୍ରଥମ ଇନିଂସରେ ୬୪ ବଲରେ ୫୪ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୮ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ଏହାପୂର୍ବରୁ ପ୍ରଥମ ଟେଷ୍ଟରେ ଶ’ ଯଥାକ୍ରମେ ୧୬ ଓ ୧୪ ରନ୍‌ର ଇନିଂସ ଖେଳିଥିଲେ।

ଦ୍ୱିତୀୟ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରି ପୃଥ୍ୱୀ ନିଜ ନାଁରେ ଏକ ବଡ଼ ରେକର୍ଡ ଯୋଡ଼ିଛନ୍ତି। ନ୍ୟୁଜିଲ୍ୟାଣ୍ଡ ମାଟିରେ ଅର୍ଦ୍ଧଶତକ ହାସଲ କରିବାରେ ପୃଥ୍ୱୀ ଶ’ ଭାରତର ଦ୍ୱିତୀୟ ଯୁବ ଖେଳାଳି ହୋଇଯାଇଛନ୍ତି।

ଏହି ତାଲିକାରେ ଶ’ଙ୍କ ଉପରେ ସଚିନ ତେନ୍ଦୁଲକର ରହିଛନ୍ତି। ସଚିନ ୧୯୯୦ରେ ନାପିୟର ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେତେବେଳେ ସଚିନଙ୍କ ବୟସ ୧୬ ବର୍ଷ ୨୯୧ ଦିନ ଥିଲା।

ଏବେ ପୃଥ୍ୱୀ ୨୦ ବର୍ଷ ୧୧୨ ଦିନରେ ନ୍ୟୁଜିଲ୍ୟାଣ୍ଡ ମାଟିରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ତୃତୀୟ ସ୍ଥାନରେ ଅତୁଲ ୱାସନ ଅଛନ୍ତି। ସେ ୧୯୯୦ରେ ହିଁ ଅର୍ଦ୍ଧଶତକ ହାସଲ କରିଥିଲେ। ସେତେବେଳେ ଅତୁଲଙ୍କ ବୟସ ୨୧ ବର୍ଷ ୩୩୬ ଦିନ ଥିଲା।

Related story