ନ୍ୟୁଜିଲ୍ୟାଣ୍ଡ୍ ଟେଷ୍ଟ ସିରିଜକୁ ଫେରିଲେ ପୃଥ୍ୱୀ ଶ'

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ମଙ୍ଗଳବାର ଭାରତୀୟ ଦଳର ଘୋଷଣା କରାଯାଇଛି। ଯୁବ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଶ’ଙ୍କ ବ୍ୟତୀତ ନଭଦୀପ ସାଇନିଙ୍କୁ ମଧ୍ୟ ଟେଷ୍ଟ ସ୍କ୍ୱାଡରେ ସ୍ଥାନ ମିଳିଛି। ସୀମିତ ଓଭର ସିରିଜରେ ଭଲ ପ୍ରଦର୍ଶନ କାରଣରୁ ସାଇନିଙ୍କୁ ଏହି ଉପହାର ମିଳିଛି। ତେବେ ଜବରଦସ୍ତ ଫର୍ମରେ ଥିବା ଲୋକେଶ ରାହୁଲଙ୍କୁ ନିରାଶ ହେବାକୁ ପଡ଼ିଛି। ସୀମିତ ଓଭରରେ ଭଲ ପ୍ରଦର୍ଶନ ସତ୍ତ୍ୱେ ରାହୁଲଙ୍କୁ […]

shaw

shaw

Ranjit Kumar Jena
  • Published: Tuesday, 04 February 2020
  • Updated: 04 February 2020, 03:38 PM IST

Sports

Latest News

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ମଙ୍ଗଳବାର ଭାରତୀୟ ଦଳର ଘୋଷଣା କରାଯାଇଛି। ଯୁବ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ' ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଶ'ଙ୍କ ବ୍ୟତୀତ ନଭଦୀପ ସାଇନିଙ୍କୁ ମଧ୍ୟ ଟେଷ୍ଟ ସ୍କ୍ୱାଡରେ ସ୍ଥାନ ମିଳିଛି। ସୀମିତ ଓଭର ସିରିଜରେ ଭଲ ପ୍ରଦର୍ଶନ କାରଣରୁ ସାଇନିଙ୍କୁ ଏହି ଉପହାର ମିଳିଛି। ତେବେ ଜବରଦସ୍ତ ଫର୍ମରେ ଥିବା ଲୋକେଶ ରାହୁଲଙ୍କୁ ନିରାଶ ହେବାକୁ ପଡ଼ିଛି। ସୀମିତ ଓଭରରେ ଭଲ ପ୍ରଦର୍ଶନ ସତ୍ତ୍ୱେ ରାହୁଲଙ୍କୁ ଟେଷ୍ଟ ଟିମରେ ସାମିଲ୍ କରାଯାଇନାହିଁ।

ରୋହିତ୍ ଶର୍ମା ଉଭୟ ଦିନିକିଆ ଓ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲଙ୍କୁ ଦିନିକିଆ ଦଳରେ ସାମିଲ୍ କରାଯାଇଛି। ୮ମାସର ବାସନ୍ଦାଦେଶ କାଟିବା ପରେ ଶ' ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରି ଚୟନକର୍ତ୍ତା ଦୃଷ୍ଟି ଆକର୍ଷଣ କରିଥିଲେ। ଶ' ନିଜର ଶେଷ ଟେଷ୍ଟ ୨୦୧୮ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିଥିଲେ ଏବଂ ଏହି ସିରିଜ୍ ଜରିଆରେ ସେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ। ଶୁବମାଲ୍ ଗିଲଙ୍କୁ ମଧ୍ୟ ଟେଷ୍ଟ ଦଳରେ ସ୍ଥାନ ମିଳିଛି।

ଅଭିଜ୍ଞ ପେସ୍ ବୋଲର ଈଶାନ୍ତ ଶର୍ମା ଆହତ ସମସ୍ୟାରେ ଥିଲେ ହେଁ, ତାଙ୍କୁ ୧୬ଜଣିଆ ଟେଷ୍ଟ ସ୍କ୍ୱାଡରେ ସ୍ଥାନ ମିଳିଛତ। ସେହିପରି ଅନ୍ୟତମ ପେସର୍ ଯଶପ୍ରୀତ ବୁମ୍ରା ଟେଷ୍ଟ ଦଳକୁ ଫେରିଛନ୍ତି। ଟି-୨୦ ସିରିଜରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନଥିବା କୁଲଦୀପ ଯାଦବଙ୍କୁ ଟେଷ୍ଟ ଦଳରୁ ବାଦ୍ ପଡ଼ିଛନ୍ତି। ତେବେ ଦୁଇ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ରବୀନ୍ଦ୍ର ଜାଡେଜା ସ୍ଥାନ ବଜାୟ ରଖିଛନ୍ତି। ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଫେବୃଆରୀ ୨୧ ତାରିଖରୁ ୱେଲିଂଟନରେ ଆରମ୍ଭ ହେବ। ଦ୍ୱିତୀୟ ଟେଷ୍ଟ ଫେବୃଆରୀ ୨୯ ତାରିଖରୁ କ୍ରାଇଷ୍ଟଚର୍ଚ୍ଚରେ ଖେଳାଯିବ।

ଦିନିକିଆ ସ୍କ୍ୱାଡ୍‌: ବିରାଟ୍ କୋହଲି (କ୍ୟାପଟେନ୍‌), ମୟଙ୍କ ଅଗ୍ରୱାଲ୍‌, ପୃଥ୍ୱୀ ଶ', ଲୋକେଶ ରାହୁଲ୍‌, ଶ୍ରେୟସ ଆୟର୍‌, ମନିଷ ପାଣ୍ଡେ, ଋଷଭ ପନ୍ତ (ୱିକେଟକିପର), ଶିବମ ଦୁବେ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍‌, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ନଭଦୀପ ସାଇନି, ଶାର୍ଦ୍ଦୁଲ ଠାକୁର୍‌, କେଦାର ଯାଦବ।

ଟେଷ୍ଟ ସ୍କ୍ୱାଡ୍‌: ବିରାଟ୍ କୋହଲି (କ୍ୟାପଟେନ୍‌), ମୟଙ୍କ ଅଗ୍ରୱାଲ୍‌, ପୃଥ୍ୱୀ ଶ', ଶୁବମାନ୍ ଗିଲ୍‌, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ (ଭାଇସ୍‌-କ୍ୟାପଟେନ୍‌), ହନୁମା ବିହାରୀ, ଋଦ୍ଧିମାନ ସାହା (ୱିକେଟକିପର), ଋଷଭ ପନ୍ତ (ୱିକେଟକିପର), ରବିଚନ୍ଦ୍ରନ୍ ଅଶ୍ୱିନ୍‌, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା, ଉମେଶ ଯାଦବ, ମହମ୍ମଦ ଶାମି, ନଭଦୀପ ସାଇନି, ଈଶାନ୍ତ ଶର୍ମା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story