କେକେଆର୍‌କୁ ୯ ୱିକେଟ୍‌ରେ ହରାଇ ପଞ୍ଜାବ ଗ୍ରୁପ୍‌ ଟପର୍‌: ୧୧.୧ ଓଭରରେ ମ୍ୟାଚ୍‌ କବ୍‌ଜା

କୋଲକାତାକୁ ୯ ୱିକେଟ୍‌ରେ ହରାଇ ପଏଣ୍ଟ ଟେବୁଲରେ ଶୀର୍ଷରେ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ। ବର୍ଷା ବାଧକ ମ୍ୟାଚ୍‌ରେ ୧୨୫ ରନ୍‌ର ଟାର୍ଗେଟ୍‌କୁ ପଞ୍ଜାବ ମାତ୍ର ଗୋଟିଏ ୱିକେଟ୍‌ ହରାଇ ହାସଲ କରିନେଇଛି। କେକେଆର୍‌ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ସଂଗ୍ରହ କରିଥିଲା ୧୯୧ ରନ୍‌। ୧୯୨ ରନ୍‌ ଟାର୍ଗେଟରୁ ପିଛା କରି ଆରମ୍ଭରୁ ହିଁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ପଞ୍ଜାବର ଦୁଇ ଓପନ୍‌ର। କିନ୍ତୁ ୮.୨ ଓଭରରେ ଟିମ୍‌ର ସ୍କୋର […]

KL-Rahul-and-Chris-Gayle

Rakesh Mallick
  • Published: Saturday, 21 April 2018
  • , Updated: 21 April 2018, 08:38 PM IST

କୋଲକାତାକୁ ୯ ୱିକେଟ୍‌ରେ ହରାଇ ପଏଣ୍ଟ ଟେବୁଲରେ ଶୀର୍ଷରେ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ। ବର୍ଷା ବାଧକ ମ୍ୟାଚ୍‌ରେ ୧୨୫ ରନ୍‌ର ଟାର୍ଗେଟ୍‌କୁ ପଞ୍ଜାବ ମାତ୍ର ଗୋଟିଏ ୱିକେଟ୍‌ ହରାଇ ହାସଲ କରିନେଇଛି। କେକେଆର୍‌ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ସଂଗ୍ରହ କରିଥିଲା ୧୯୧ ରନ୍‌। ୧୯୨ ରନ୍‌ ଟାର୍ଗେଟରୁ ପିଛା କରି ଆରମ୍ଭରୁ ହିଁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ପଞ୍ଜାବର ଦୁଇ ଓପନ୍‌ର। କିନ୍ତୁ ୮.୨ ଓଭରରେ ଟିମ୍‌ର ସ୍କୋର ୯୬ ରହିଥିବା ବେଳେ ବର୍ଷା ହୋଇଥିଲା। ଫଳରେ ଖେଳ ଅଧାରୁ ବନ୍ଦ ରହିଥିଲା। ବର୍ଷା ଛାଡିବା ପରେ ଡିଏଲ୍ ନିୟମ ଅନୁସାରେ ପଞ୍ଜାବ ଆଗରେ ୧୩ ଓଭରରେ ୧୨୫ରନ୍‌ର ଟାର୍ଗେଟ୍‌ ଦିଆଯାଇଥିଲା। ଯାହାକୁ ଅତି ସହଜରେ ହାସଲ କରିନେଇଛି ପଞ୍ଜାବ।

ପଞ୍ଜାବ ମାତ୍ର ୧୧.୧ ଓଭରରେ ଏହି ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା। ଦଳ ପକ୍ଷରୁ କେଏଲ୍‌ ରାହୁଲ ୨୭ ବଲ୍‌ରେ ୬୦ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଗେଲ୍‌ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ପଞ୍ଜାବକୁ ଜିତାଇଥିଲେ। ଗେଲ୍‌ ୩୮ ବଲ୍‌ରୁ ୬୨ରନର ଅପରାଜିତ ପାରି ଖେଳିଥିଲେ।  ଏହି ବିଜୟ ସହ ପଞ୍ଜାବ ୮ ପଏଣ୍ଟ ସହ ଗ୍ରୁପର ଶୀର୍ଷରେ ପହଞ୍ଚିଛି।

Related story