ଗୋଟିଏ ଟିମ୍‌ ପାଖରେ ଏବେ ପର୍ପଲ ଓ ଅରେଞ୍ଜ କ୍ୟାପ୍‌: ଯେଉଁ ଟିମ୍‌କୁ ଅଣଦେଖା କରନ୍ତି ସମସ୍ତେ

ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ଅଧାରୁ ଅଧିକ ମ୍ୟାଚ୍‌ ଖେଳାଯାଇଛି। ବୁଧବାର ସୁଦ୍ଧା ଆଇପିଏଲ-୧୧ ସଂସ୍କରଣରେ ମୋଟ ୩୨ଟି ମ୍ୟାଚ୍‌ ଖେଳାଯାଇସାରିଛି। ଦିନକୁ ଦିନ ଆଇପଏଲର ଲୋକପ୍ରିୟତା ଅଧିକରୁ ଅଧିକ ବୃଦ୍ଧି ପାଇଚାଲିଛି। ଏହି ଫଟାଫଟ୍‌ କ୍ରିକେଟ୍‌ ମାଧ୍ୟମରେ ଅନେକ ଖେଳାଳି ନିଜର ଜଲ୍‌ୱା ଦେଖାଇବାକୁ ସୁଯୋଗ ପାଇଛନ୍ତି। ଏପରି ସ୍ଥିତିରେ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଚଳିତ ଆଇପିଏଲରେ ଏବେ ଉଭୟ ପର୍ପଲ କ୍ୟାପ୍‌ ଓ ଅରେଞ୍ଜ କ୍ୟାପ୍ ଗୋଟିଏ ଟିମ୍‌ର ଖେଳାଳିଙ୍କ ନିକଟରେ ଅଛି ଏବଂ […]

92983-ipl

Rakesh Mallick
  • Published: Thursday, 03 May 2018
  • , Updated: 03 May 2018, 05:06 PM IST

ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ଅଧାରୁ ଅଧିକ ମ୍ୟାଚ୍‌ ଖେଳାଯାଇଛି। ବୁଧବାର ସୁଦ୍ଧା ଆଇପିଏଲ-୧୧ ସଂସ୍କରଣରେ ମୋଟ ୩୨ଟି ମ୍ୟାଚ୍‌ ଖେଳାଯାଇସାରିଛି। ଦିନକୁ ଦିନ ଆଇପଏଲର ଲୋକପ୍ରିୟତା ଅଧିକରୁ ଅଧିକ ବୃଦ୍ଧି ପାଇଚାଲିଛି। ଏହି ଫଟାଫଟ୍‌ କ୍ରିକେଟ୍‌ ମାଧ୍ୟମରେ ଅନେକ ଖେଳାଳି ନିଜର ଜଲ୍‌ୱା ଦେଖାଇବାକୁ ସୁଯୋଗ ପାଇଛନ୍ତି। ଏପରି ସ୍ଥିତିରେ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଚଳିତ ଆଇପିଏଲରେ ଏବେ ଉଭୟ ପର୍ପଲ କ୍ୟାପ୍‌ ଓ ଅରେଞ୍ଜ କ୍ୟାପ୍ ଗୋଟିଏ ଟିମ୍‌ର ଖେଳାଳିଙ୍କ ନିକଟରେ ଅଛି ଏବଂ ଏହି ଟିମ୍‌ ଆଇପିଏଲ ପଏଣ୍ଟ ଟେବୁଲରେ ନିମ୍ନରେ ହିଁ ରହିଛି। ଦିଲ୍ଲୀ ଡେୟାର ଡେଭିଲ୍ସ ଟିମ୍‌ର ବୋଲର ଟ୍ରେଣ୍ଟ ବୋଲ୍ଟଙ୍କ ପାଖରେ ପର୍ପଲ କ୍ୟାପ୍‌ ଓ ଏହି ଟିମ୍‌ର ବ୍ୟାଟ୍ସମ୍ୟାନ୍‌ ରିଷବ ପନ୍ତଙ୍କ ନିକଟରେ ଅରେଞ୍ଜ କ୍ୟାପ୍‌ ଅଛି।

ବୋଲ୍ଟ ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ୯ଟି ମ୍ୟାଚ୍‌ରୁ ୧୩ ୱିକେଟ୍‌ ନେଇ  ସର୍ବାଧିକ ୱିକେଟ୍‌ ହାସଲକାରୀ ବୋଲର ରହିଥିବା ବେଳେ ରିଷବ ପନ୍ତ ୯ଟି ମ୍ୟାଚ୍‌ରୁ ୩୭୫ ରନ୍‌ କରି ଟପ୍‌ ସ୍କୋର୍‌ର ଅଛନ୍ତି। ଗୋଟିଏ ମ୍ୟାଚ୍‌ ପୂର୍ବରୁ ଯେଉଁ ଦିଲ୍ଲୀ ଟିମ୍‌ ପଏଣ୍ଟ ତାଲିକାରେ ସବା ତଳେ ଥିଲା ସେହି ଦଳର ଖେଳାଳି ଏବେ ପର୍ପଲ ଓ ଅରେଞ୍ଜ କ୍ୟାପ୍‌କୁ କବ୍‌ଜା କରି ନିଜ ପାଖରେ ରଖିଛନ୍ତି।

Related story