କଟକ: କଟକ ବୋଷ୍ ଖେଳ ପଡ଼ିଆରେ ୧୧ତମ ପି.ଭି.ଆର. ମୂର୍ତ୍ତି ଇଣ୍ଟର ସ୍କୁଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଆଜି ଉଦ୍ଘାଟିତ ହୋଇଛି। ୟୁନିୟନ୍ ସ୍ପୋର୍ଟିଙ୍ଗ୍ କ୍ଲବ୍ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ କଟକ ଓ ଭୁବନେଶ୍ୱରର ୧୬ ଗୋଟି ସ୍କୁଲ୍ ଅଂଶଗ୍ରହଣ କରିଛନ୍ତି। ଲିଗ୍ ପର୍ଯ୍ୟାୟରେ ୪ ଟି ଗ୍ରୁପ୍ ଭିତ୍ତିରେ ପ୍ରତିଦିନ ମ୍ୟାଚ୍ ଖେଳାଯିବ। ଆସନ୍ତା ୨୦ ତାରିଖରେ ଫ।ଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ।
ଆଜି ଏହି ଟୁର୍ଣ୍ଣାମେଣ୍ଟକୁ ବୋଷ୍ ପ୍ରିନ୍ସିପାଲ ପ୍ରଦୀପ୍ତ ରଂଜନ ମହାନ୍ତି ଓ ବୋଷ୍ ଆଥେଲେଟିକ୍ ଆସୋସିଏସନ୍ର ଉପ-ସଭାପତି ସୌଭାଗ୍ୟ କିଶୋର ଦାସ ଉଦ୍ଘାଟନ କରିଥିଲେ। ଟୁର୍ଣ୍ଣାମେଣ୍ଟରେ ଯେଉଁ ଖେଳାଳି ଉତ୍ତମ ପ୍ରଦର୍ଶନ କରିବେ ସେମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ।