କ୍ୱିନ୍‌ସ ପାର୍କ ଓଭାଲ ଷ୍ଟାଡିୟମ ଅତି ନିମ୍ନମାନର: ମ୍ୟାଚ ରେଫ୍‌ରୀ

ଦୁବାଇ: ଭାରତ-ୱେଷ୍ଟଇଣ୍ଡିଜ୍‌ ଚତୁର୍ଥ ଟେଷ୍ଟ ଖେଳାଯାଇଥିବା କ୍ୱିନ୍‌ସ ପାର୍କ ଓଭାଲର ଷ୍ଟାଡିୟମ ଅତି ନିମ୍ନମାନର। ପଡିଆ ରକ୍ଷଣ କର୍ମଚାରୀଙ୍କ ଅବହେଳା ଓ ସଠିକ୍‌ ସମୟରେ ଶୁଖାଯାଇ ନ ପାରିବା ଯୋଗୁଁ ମାତ୍ର ୨୨ ଓଭର ମ୍ୟାଚ୍‌ ଖେଳାଯାଇ ପାରିଥିଲା ବୋଲି କହିଛନ୍ତି ମ୍ୟାଚ୍‌ ରେଫ୍‌ରୀ। ଅବାଶ୍ୟକ ପଦକ୍ଷେପ ନିଆ ନ ଯିବାରୁ ଭାରତ ବିପକ୍ଷ ଚତୁର୍ଥ ଟେଷ୍ଟର ୪ ଦିନ ଧୋଇଯାଇ ଡ୍ର’ ହୋଇଯାଇଥିଲା। ଫଳରେ ଭାରତ ଆଇସିସି ଟେଷ୍ଟ ମାନ୍ୟତାରୁ ଏକ ନମ୍ବରରୁ ଖସି ଦ୍ୱିତୀୟ […]

in-vs-wi

Rakesh Mallick
  • Published: Wednesday, 24 August 2016
  • , Updated: 24 August 2016, 06:45 PM IST

ଦୁବାଇ: ଭାରତ-ୱେଷ୍ଟଇଣ୍ଡିଜ୍‌ ଚତୁର୍ଥ ଟେଷ୍ଟ ଖେଳାଯାଇଥିବା କ୍ୱିନ୍‌ସ ପାର୍କ ଓଭାଲର ଷ୍ଟାଡିୟମ ଅତି ନିମ୍ନମାନର। ପଡିଆ ରକ୍ଷଣ କର୍ମଚାରୀଙ୍କ ଅବହେଳା ଓ ସଠିକ୍‌ ସମୟରେ ଶୁଖାଯାଇ ନ ପାରିବା ଯୋଗୁଁ ମାତ୍ର ୨୨ ଓଭର ମ୍ୟାଚ୍‌ ଖେଳାଯାଇ ପାରିଥିଲା ବୋଲି କହିଛନ୍ତି ମ୍ୟାଚ୍‌ ରେଫ୍‌ରୀ। ଅବାଶ୍ୟକ ପଦକ୍ଷେପ ନିଆ ନ ଯିବାରୁ ଭାରତ ବିପକ୍ଷ ଚତୁର୍ଥ ଟେଷ୍ଟର ୪ ଦିନ ଧୋଇଯାଇ ଡ୍ର’ ହୋଇଯାଇଥିଲା। ଫଳରେ ଭାରତ ଆଇସିସି ଟେଷ୍ଟ ମାନ୍ୟତାରୁ ଏକ ନମ୍ବରରୁ ଖସି ଦ୍ୱିତୀୟ ସ୍ଥାନକୁ ଆସିଥିଲା।

ଅନ୍ୟପକ୍ଷରେ ଡର୍ବାନ୍‌ ପଡିଆକୁ ମଧ୍ୟ ଅତି ନିମ୍ନମାନର ଷ୍ଟାଡିୟମ ଭାବେ ଅଭିହିତ କରିଛନ୍ତି ମ୍ୟାଚ୍‌ ରେଫ୍‌ରୀ। ଯେଉଁଠାରେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏ ଟେଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା।

ଆଇସିସି ମ୍ୟାଚ୍‌ ରେଫ୍‌ରୀର ଏମିରେଟ୍ସ ଏଲିଟ୍‌ ପ୍ୟାନେଲର ଆଣ୍ଡି ପିକ୍ରୋଫ୍‌ ଓ ରଞ୍ଜନ ମୁଦ୍‌ଗଲ ଏହି ରିପୋର୍ଟ ଦେଇଛନ୍ତି।

Related story