ଭାରତକୁ ବଡ଼ ଝଟ୍‌କା: ଟେଷ୍ଟ୍‌ ସିରିଜ୍‌ ପୂର୍ବରୁ ଏହି କ୍ରିକେଟର୍‌ ଆହତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ଆରମ୍ଭ ହେବାର ଠିକ୍‌ ପୂର୍ବରୁ ଭାରତୀୟ ଟିମ୍‌କୁ ଏକ ବଡ଼ ଝଟ୍‌କା ମିଳିଛି। ଟିମ୍ ଇଣ୍ଡିଆର ସବୁଠୁ ଅନୁଭବୀ ସ୍ପିନର୍‌ ଆର୍‌. ଆଶ୍ୱିନ ଅଭ୍ୟାସ ମ୍ୟାଚ୍‌ ସମୟରେ ଆହତ ହୋଇଛନ୍ତି। ଏସେକ୍ସ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ର ପ୍ରଥମ ଦିନରେ ଅଶ୍ୱିନ ଆହତ ହୋଇଥିଲେ। ଫଳରେ ସେ ମ୍ୟାଚ୍‌ରେ ଆଉ ବୋଲିଂ କରିପାରିନଥିଲେ। ସୂଚନା ଅନୁସାରେ ତାଙ୍କ ଡାହାଣ ହାତରେ ଆଘାତ ଲାଗିଛି। ଯଦି ଅଶ୍ୱିନଙ୍କ ଆହତ ସମସ୍ୟା […]

26253

Rakesh Mallick
  • Published: Friday, 27 July 2018
  • , Updated: 27 July 2018, 04:58 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ଆରମ୍ଭ ହେବାର ଠିକ୍‌ ପୂର୍ବରୁ ଭାରତୀୟ ଟିମ୍‌କୁ ଏକ ବଡ଼ ଝଟ୍‌କା ମିଳିଛି। ଟିମ୍ ଇଣ୍ଡିଆର ସବୁଠୁ ଅନୁଭବୀ ସ୍ପିନର୍‌ ଆର୍‌. ଆଶ୍ୱିନ ଅଭ୍ୟାସ ମ୍ୟାଚ୍‌ ସମୟରେ ଆହତ ହୋଇଛନ୍ତି। ଏସେକ୍ସ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ର ପ୍ରଥମ ଦିନରେ ଅଶ୍ୱିନ ଆହତ ହୋଇଥିଲେ। ଫଳରେ ସେ ମ୍ୟାଚ୍‌ରେ ଆଉ ବୋଲିଂ କରିପାରିନଥିଲେ। ସୂଚନା ଅନୁସାରେ ତାଙ୍କ ଡାହାଣ ହାତରେ ଆଘାତ ଲାଗିଛି। ଯଦି ଅଶ୍ୱିନଙ୍କ ଆହତ ସମସ୍ୟା ଗୁରୁତର ହୋଇଥାଏ ତେବେ ଭାରତ ପାଇଁ ବଡ଼ ଝଟ୍‌କା ହେବ। କାରଣ ଅଶ୍ୱିନ କେବଳ ବୋଲିଂ ନୁହେଁ ବ୍ୟାଟିଂରେ ମଧ୍ୟ ଅନେକ ଥର ଭାରତ ପାଇଁ ରନ୍‌ କରିଛନ୍ତି। ପ୍ରଥମ ଟେଷ୍ଟରେ ଅଶ୍ୱିନ ଯଦି ନ ଖେଳନ୍ତି ତେବେ କୁଲଦୀପ ଯାଦବ ଓ ଜାଡ଼େଜାଙ୍କୁ ଦଳରେ ସୁଯୋଗ ମିଳିପାରେ। ଅଶ୍ୱିନ ଆସନ୍ତା ୧ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଖେଳିବେ ନା ନାହିଁ କହିବା ମୁସ୍କିଲ୍‌।

Related story