ରାହୁଲଙ୍କ ଶତକରେ କିଙ୍ଗସ୍ ଇଲେଭେନ୍ ୧୯୭/୪

ମୁମ୍ବାଇ: ଚଳିତ ଆଇପିଏଲର ବୁଧବାର ଖେଳାଯାଉଥିବା ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗସ ଇଲେଭେନ୍ ପଞ୍ଜାବ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ଲୋକେଶ ରାହୁଲଙ୍କ ପ୍ରଥମ ଶତକ ଓ କ୍ରିସ ଗେଲଙ୍କ ଅର୍ଦ୍ଧଶତକ ବଳରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୯୭ ରନ୍ କରିଛି। ରାହୁଲ ୬୪ ବଲରେ ୬ ଚୌକା ଓ ୬ ଛକା ସହ ସର୍ବାଧିକ ୧୦୦* ଓ ଗେଲ୍ ୬୩ (୩୬ ବଲ, ୩ […]

rahul

Ranjit Kumar Jena
  • Published: Wednesday, 10 April 2019
  • , Updated: 10 April 2019, 09:58 PM IST

ମୁମ୍ବାଇ: ଚଳିତ ଆଇପିଏଲର ବୁଧବାର ଖେଳାଯାଉଥିବା ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗସ ଇଲେଭେନ୍ ପଞ୍ଜାବ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ଲୋକେଶ ରାହୁଲଙ୍କ ପ୍ରଥମ ଶତକ ଓ କ୍ରିସ ଗେଲଙ୍କ ଅର୍ଦ୍ଧଶତକ ବଳରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୯୭ ରନ୍ କରିଛି।

ରାହୁଲ ୬୪ ବଲରେ ୬ ଚୌକା ଓ ୬ ଛକା ସହ ସର୍ବାଧିକ ୧୦୦* ଓ ଗେଲ୍ ୬୩ (୩୬ ବଲ, ୩ ଚୌକା, ୭ ଛକା) ରନ୍ କରିଛନ୍ତି । ତେବେ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରି ନାହାନ୍ତି। ନିମୟିତ ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନରେ ମୁମ୍ବାଇ ଟିମର ନେତୃତ୍ୱ ନେଉଥିବା କାଇରନ୍ ପୋଲାର୍ଡ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ଆମନ୍ତ୍ରଣ ପାଇ ପଞ୍ଜାବ ପକ୍ଷରୁ ଗେଲ୍ ଓ ରାହୁଲ୍ ଇନିଂସ୍ ଓପନ୍ କରିବାକୁ ଆସିଥିଲେ। ଦୁହେଁ ଆରମ୍ଭରୁ ମୁମ୍ବାଇ ବୋଲରଙ୍କୁ ଆକ୍ରମଣ କରିଥିଲେ। ପ୍ରଥମ ୱିକେଟ୍ ପାଇଁ ରାହୁଲ ଓ ଗେଲ୍ ୧୧୬ ରନର ଶତକୀୟ ପାର୍ଟନରଶିପ୍ କରିଥିଲେ। ଗେଲ୍ ୩୧ ବଲ୍ ଓ ରାହୁଲ ୪୧ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ।

ଅର୍ଦ୍ଧଶତକ ମାରିବା ପରେ ଗେଲ୍ ଅଧିକ ଆକ୍ରମଣାତ୍ମକ ହୋଇଆସୁଥିବା ବେଳେ ତାଙ୍କୁ ମୁମ୍ବାଇ ପେସର ଜେସନ୍ ବେହରେନଡର୍ଫ ପ୍ୟାଭିଲିୟନ ପଠାଇଥିଲେ। ଏହା ପରେ ରାହୁଲ ଏକାକୀ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ଟିମକୁ ବଡ଼ ସ୍କୋରରେ ପହଞ୍ଚାଇଥିଲେ। ରାହୁଲ ୬୧ ବଲରେ ନିଜର ପ୍ରଥମ ଆଇପିଏଲ୍ ଶତକ ପୂରଣ କରିଥିବା ବେଳେ ତାଙ୍କୁ ମନଦୀପ ସିଂହ (୭*) ଭରପୂର ସହଯୋଗ କରିଥିଲେ।

ରାହୁଲ୍ ଓ ମନଦୀପ ପଞ୍ଚମ ୱିକେଟ୍ ପାଇଁ ୪୬ ରନ୍ ଯୋଡ଼ିଥିଲେ। ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଡେଭିଡ୍ ମିଲର୍ (୭), କରୁନ୍ ନାୟର (୫) ଓ ସାମ୍ କରାନ୍ (୮) ନିରାଶ କରିଥିଲେ। ମୁମ୍ବାଇ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୫୭ ରନ୍ ଦେଇ ୨ଟି, ବେହରନଡର୍ଫ ଓ ବୁମ୍ରା ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

Related story