ବର୍ଷା ଯୋଗୁ ଅଟକିଲା ମ୍ୟାଚ୍‍, ବଡ଼ ସ୍କୋର ଅଭିମୁଖେ ଟିମ୍ ଇଣ୍ଡିଆ

ମାଞ୍ଚେଷ୍ଟର: ଭାରତ ଓ ପାକିସ୍ତାନ ମଧ୍ୟରେ ଏଠାରେ ଖେଳାଯାଉଥିବା ବିଶ୍ୱକପ୍ ମ୍ୟାଚ୍ ବର୍ଷା ବାଧାପ୍ରାପ୍ତ ହୋଇଛି। ବର୍ଷା ସୁଦ୍ଧା ଭାରତ ୪୬.୪ ଓଭରରେ ୪ ୱିକେଟ୍ ହରାଇ ୩୦୪ ରନ୍ କରି ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହୋଇଛି। ଏହି ସମୟରେ କ୍ୟାପଟେନ୍ ବିରାଟ୍ କୋହଲି ୭୧ ଓ ବିଜୟ ଶଙ୍କର ୩ ରନ୍ କରି ବ୍ୟାଟିଂ କରୁଥିଲେ। ଏହା ପୂର୍ବରୁ ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ବିସ୍ଫୋରକ ଶତକ ମାରି ଆଉଟ୍ ହୋଇଥିଲେ। ରୋହିତ୍ ୧୧୩ ବଲରେ ୧୪ […]

ସସ

Hemant Lenka
  • Published: Sunday, 16 June 2019
  • , Updated: 16 June 2019, 06:22 PM IST

ମାଞ୍ଚେଷ୍ଟର: ଭାରତ ଓ ପାକିସ୍ତାନ ମଧ୍ୟରେ ଏଠାରେ ଖେଳାଯାଉଥିବା ବିଶ୍ୱକପ୍ ମ୍ୟାଚ୍ ବର୍ଷା ବାଧାପ୍ରାପ୍ତ ହୋଇଛି। ବର୍ଷା ସୁଦ୍ଧା ଭାରତ ୪୬.୪ ଓଭରରେ ୪ ୱିକେଟ୍ ହରାଇ ୩୦୪ ରନ୍ କରି ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହୋଇଛି। ଏହି ସମୟରେ କ୍ୟାପଟେନ୍ ବିରାଟ୍ କୋହଲି ୭୧ ଓ ବିଜୟ ଶଙ୍କର ୩ ରନ୍ କରି ବ୍ୟାଟିଂ କରୁଥିଲେ।

ଏହା ପୂର୍ବରୁ ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ବିସ୍ଫୋରକ ଶତକ ମାରି ଆଉଟ୍ ହୋଇଥିଲେ। ରୋହିତ୍ ୧୧୩ ବଲରେ ୧୪ ଚୌକା ଓ ୩ ଛକା ସହ ୧୪୦ ରନ୍ କରି ହାସନ୍ ଅଲୀଙ୍କ ବଲରେ ଆଉଟ୍ ହୋଇଛନ୍ତି । ରୋହିତ୍ ମାତ୍ର ୮୫ ବଲରେ କ୍ୟାରିୟରର ୨୪ତମ ଶତକ ମାରିଥିଲେ।

କ୍ୟାପଟେନ୍ ବିରାଟ୍‌ କୋହଲି ଦମଦାର ବ୍ୟାଟିଂ କରି ଲଗାତାର ଅର୍ଦ୍ଧଶତକ ମାରିଛନ୍ତି। ଏହା ତାଙ୍କ କ୍ୟାରିୟରର ୫୧ତମ ଅର୍ଦ୍ଧଶତକ। ଅଲରାଉଣ୍ଡର ପାଣ୍ଡ୍ୟା ୨୬ ରନ୍ କରି ଆଉଟ୍ ହୋଇଛନ୍ତି।

ଆଜି ମ୍ୟାଚରେ ରୋହିତଙ୍କ ସହ ଓପନ୍ କରୁଥିବା ଲୋକେଶ ରାହୁଲ ମଧ୍ୟ ଭଲ ବ୍ୟାଟିଂ କରି ଭାରତକୁ ଭଲ ଆରମ୍ଭ ଦେଇଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୩୬ ରନର ଶତକୀୟ ଭାଗୀଦାରୀ କରିଥିଲେ।

ରାହୁଲ ଅର୍ଦ୍ଧଶତକ ମାରିବା ପରେ ୱହାବ ରିଆଜଙ୍କ ବଲରେ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ। ସେ ୫୭ ରନ୍ କରି ଆଉଟ୍ ହୋଇଛନ୍ତି। ରୋହିତଙ୍କ ସହ କ୍ୟାପଟେନ୍ ବିରାଟ୍ କୋହଲି ବ୍ୟାଟିଂ କରୁଥିଲେ।

Related story