ଟି-ଟ୍ୱେଣ୍ଟିରେ ସର୍ବାଧିକ ଶତକ ହାସଲ କରିଥିବା କ୍ରିକେଟର୍‌ଙ୍କ ଲିଷ୍ଟରେ ସାମିଲ ହେଲେ ଏହି ଭାରତୀୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ସମୟ ଧରି ଟିମ୍‌ରୁ ବାହାରେ ରହିଥିବା ସୁରେଶ ରାଇନାଙ୍କ ଫର୍ମ ଫେରିଆସିଛି। ସୟଦ ମୁସ୍ତାଖ ଅଲି ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟରେ ବେଙ୍ଗଲ ବିପକ୍ଷରେ ସେ ଜବରଦସ୍ତ ବ୍ୟାଟିଂ କରିଛନ୍ତି। ୟୁପି ପକ୍ଷରୁ ଖେଳୁଥିବା ରାଇନା ମାତ୍ର ୫୯ ବଲରେ ବିସ୍ଫୋରକ ୧୨୬ ରନର ପାଳି ଖେଳିଛନ୍ତି। ଏହା ଟି-ଟ୍ୱେଣ୍ଟି କ୍ରିକେଟ୍‌ର ରାଇନାଙ୍କ ୪ର୍ଥ ଶତକ। ଏହାସହ ରାଇନା ଟି-ଟ୍ୱେଣ୍ଟିରେ ସର୍ବାଧିକ ଶତକ ଅର୍ଜନ କରିଥିବା ଭାରତୀୟ ଖେଳାଳିଙ୍କ ଲିଷ୍ଟରେ ସାମିଲ ହୋଇଛନ୍ତି। ରାଇନାଙ୍କ ପୂର୍ବରୁ […]

india_650_052814065902

Ordigital Desk
  • Published: Wednesday, 24 January 2018
  • , Updated: 24 January 2018, 10:46 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ସମୟ ଧରି ଟିମ୍‌ରୁ ବାହାରେ ରହିଥିବା ସୁରେଶ ରାଇନାଙ୍କ ଫର୍ମ ଫେରିଆସିଛି। ସୟଦ ମୁସ୍ତାଖ ଅଲି ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟରେ ବେଙ୍ଗଲ ବିପକ୍ଷରେ ସେ ଜବରଦସ୍ତ ବ୍ୟାଟିଂ କରିଛନ୍ତି। ୟୁପି ପକ୍ଷରୁ ଖେଳୁଥିବା ରାଇନା ମାତ୍ର ୫୯ ବଲରେ ବିସ୍ଫୋରକ ୧୨୬ ରନର ପାଳି ଖେଳିଛନ୍ତି। ଏହା ଟି-ଟ୍ୱେଣ୍ଟି କ୍ରିକେଟ୍‌ର ରାଇନାଙ୍କ ୪ର୍ଥ ଶତକ। ଏହାସହ ରାଇନା ଟି-ଟ୍ୱେଣ୍ଟିରେ ସର୍ବାଧିକ ଶତକ ଅର୍ଜନ କରିଥିବା ଭାରତୀୟ ଖେଳାଳିଙ୍କ ଲିଷ୍ଟରେ ସାମିଲ ହୋଇଛନ୍ତି। ରାଇନାଙ୍କ ପୂର୍ବରୁ ବିରାଟ କୋହଲି ଏବଂ ରୋହିତ ଶର୍ମା ୪ଟି ଲେଖାଁଏ ଶତକ ହାସଲ କରିସାରିଛନ୍ତି।

ସୁରେଶ ରାଇନାଙ୍କ ଏଭଳି ପାରି ଦେଖି ପୂର୍ବ କ୍ରିକେଟର୍‌ ଆକାଶ ଚୋପ୍ରା ତାଙ୍କୁ ପ୍ରଶଂସା କରିଛନ୍ତି। ଚୋପ୍ରା ଏହି ମ୍ୟାଚ୍‌ରେ କମେଣ୍ଟ୍ରି  କରୁଥିବା ସମୟରେ କହିଥିଲେ ‘ଏକ ଥା ଟାଇଗର’ ଏବଂ ‘ଟାଇଗର ଜିନ୍ଦା ହେ’। ମ୍ୟାଚ୍ ଆରମ୍ଭରୁ ଚୋପ୍ରା କହିଥିଲେ ‘ଏକ ଥା ସୁରେଶ ରାଇନା’ ଏବଂ ମ୍ୟାଚ୍‌ ଶେଷରେ କହିଥିଲେ ‘ରାଇନା ଜିନ୍ଦା ହେ’। ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ ୨୦୧୮ ଆଇପିଏଲରେ ରାଇନାଙ୍କୁ ଚେନ୍ନାଇ ସୁପରକିଙ୍ଗ ରିଟେନ୍‌ କରିଛି। ସୟଦ ମୁସ୍ତାଖ ଅଲି ଟୁର୍ଣ୍ଣାମେଣ୍ଟରେ ରାଇନାଙ୍କ ଟିମ୍‌ ୟୁପି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ୟୁପି ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍‌ ହରାଇ ୨୩୫ ରନ କରିଥିଲା। ଜବାବରେ ବେଙ୍ଗଲ ମାତ୍ର ୧୬୦ ରନ କରିପାରିଥିଲା

Related story