ବର୍ଷା ଯୋଗୁ ବାତିଲ ହେଲା ବିଶ୍ୱକପ୍‌ର ଆଉ ଏକ ମ୍ୟାଚ୍‌

ବ୍ରିଷ୍ଟଲ୍‌: ଆଇସିସି ବିଶ୍ୱକପ୍‌ରେ ଗୋଟିଏ ପରେ ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁ ବଳି ପଡ଼ିବାରେ ଲାଗିଛି। ଆଜି ବ୍ରିଷ୍ଟଲ୍‌ରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ କରିଦିଆଯାଇଛି। ଫଳରେ ଉଭୟ ଦଳକୁ ଗୋଟିଏ ଲେଖାଏ ପଏଣ୍ଟ ମିଳିଛି। ଏହାପୂର୍ବରୁ ପାକିସ୍ତାନ-ଶ୍ରୀଲଙ୍କା ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଥିଲା। ସେହିପରି ଗତକାଲି ମଧ୍ୟ ବର୍ଷା ଯୋଗୁ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍‌ ମ୍ୟାଚ୍‌ ବାତିଲ ହୋଇଯାଇଥିଲା। ବାଂଲାଦେଶ ଏବଂ ଶ୍ରୀଲଙ୍କା ବିଶ୍ୱକପ୍‌ରେ […]

saq

Hemant Lenka
  • Published: Tuesday, 11 June 2019
  • , Updated: 11 June 2019, 07:10 PM IST

ବ୍ରିଷ୍ଟଲ୍‌: ଆଇସିସି ବିଶ୍ୱକପ୍‌ରେ ଗୋଟିଏ ପରେ ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁ ବଳି ପଡ଼ିବାରେ ଲାଗିଛି। ଆଜି ବ୍ରିଷ୍ଟଲ୍‌ରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ କରିଦିଆଯାଇଛି।

ଫଳରେ ଉଭୟ ଦଳକୁ ଗୋଟିଏ ଲେଖାଏ ପଏଣ୍ଟ ମିଳିଛି। ଏହାପୂର୍ବରୁ ପାକିସ୍ତାନ-ଶ୍ରୀଲଙ୍କା ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଥିଲା। ସେହିପରି ଗତକାଲି ମଧ୍ୟ ବର୍ଷା ଯୋଗୁ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍‌ ମ୍ୟାଚ୍‌ ବାତିଲ ହୋଇଯାଇଥିଲା।

ବାଂଲାଦେଶ ଏବଂ ଶ୍ରୀଲଙ୍କା ବିଶ୍ୱକପ୍‌ରେ ଏଯାଏ ଗୋଟିଏ ଲେଖାଏ ମ୍ୟାଚ୍‌ ଜିତିଛନ୍ତି। ଶ୍ରୀଲଙ୍କା ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡଠାରୁ ପରାସ୍ତ ହୋଇଥିବା ବେଳେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ବିଜୟୀ ହୋଇଥିଲା।

ସେହିପରି ବାଂଲାଦେଶ ତା’ର ପ୍ରଥମ ମ୍ୟାଚ୍‌ରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା। ହେଲେ ଦ୍ୱିତୀୟ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡଠାରୁ ଏବଂ ତୃତୀୟ ମ୍ୟାଚ୍‌ରେ ଇଂଲଣ୍ଡଠାରୁ ପରାସ୍ତ ହୋଇଥିଲା। ଏବେ ବର୍ଷା ବାଂଲାଦେଶର ୪ର୍ଥ ମ୍ୟାଚ୍‌କୁ ଧୋଇ ଦେଇଛି।

ଲଗାତାର ଦୁଇ ଦିନ ଧରି ବିଶ୍ୱକପ୍‌ର କୌଣସି ମ୍ୟାଚ୍‌ ହୋଇପାରୁ ନାହିଁ। ଏହି ସପ୍ତାହ ସାରା ଇଂଲଣ୍ଡରେ ବର୍ଷା ଜାରି ରହିବାର ଆଶଙ୍କା ରହିଛି। ଏପରି ସ୍ଥିତିରେ ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ ଉପରେ ମଧ୍ୟ କଳାବାଦଲ ଘୋଟେଇ ହୋଇ ରହିଛି। ସେହିପରି ରବିବାର ଭାରତ-ପାକିସ୍ତାନ ମ୍ୟାଚ୍‌ ଅନୁଷ୍ଠିତ ହେବ। ଯଦି ବର୍ଷା ଏହାକୁ ଧୋଇ ଦିଏ, ତା’ହେଲେ ବିଶ୍ୱକପ୍‌କୁ ନେଇ ଲୋକଙ୍କ ମନରେ ରହିଥିବା ଉତ୍ସାହ ନିଶ୍ଚିତ ଫିକା ପଡ଼ିଯିବ।

ଅନ୍ୟପକ୍ଷରେ ବର୍ତ୍ତମାନର ପଏଣ୍ଟ ତାଲିକା ଅନୁଯାୟୀ ନ୍ୟୁଜିଲ୍ୟାଣ୍ଡ ୬ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିବା ବେଳେ ୪ ପଏଣ୍ଟ ସହ ଇଂଲଣ୍ଡ ଦ୍ୱିତୀୟ, ୪ ପଏଣ୍ଟ ସହ ଭାରତ ତୃତୀୟ ଓ ୪ ପଏଣ୍ଟ ସହ ଅଷ୍ଟ୍ରେଲିଆ ୪ର୍ଥ ସ୍ଥାନରେ ରହିଛନ୍ତି।

Related story