ଆରସିବିକୁ ୧୫୮ ରନରେ ରୋକିଲା ରାଜସ୍ଥାନ

ଜୟପୁର: ପୁଣି ଫେଲ୍ ମାରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବ୍ୟାଟିଂ ଲାଇନ୍। ମଙ୍ଗଳବାର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲର ୧୪ତମ ମ୍ୟାଚରେ ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୫୮ ରନ୍ କରିବାକୁ ସକ୍ଷମ ହୋଇଛି। ଦଳ ପକ୍ଷରୁ ଓପ୍ନର ପାର୍ଥିବ ପଟେଲ ସର୍ବାଧିକ ୬୭ (୪୧ ବଲ୍, ୯ ଚୌକା, ୧ ଛକା) ରନ୍ କରିଛନ୍ତି। ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ହାସଲ କରିବା ପାଇଁ ରାଜସ୍ଥାନକୁ ୧୫୯ […]

ipl 14

ipl 14

Ranjit Kumar Jena
  • Published: Tuesday, 02 April 2019
  • Updated: 02 April 2019, 09:53 PM IST

Sports

Latest News

ଜୟପୁର: ପୁଣି ଫେଲ୍ ମାରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବ୍ୟାଟିଂ ଲାଇନ୍। ମଙ୍ଗଳବାର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲର ୧୪ତମ ମ୍ୟାଚରେ ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୫୮ ରନ୍ କରିବାକୁ ସକ୍ଷମ ହୋଇଛି।

ଦଳ ପକ୍ଷରୁ ଓପ୍ନର ପାର୍ଥିବ ପଟେଲ ସର୍ବାଧିକ ୬୭ (୪୧ ବଲ୍, ୯ ଚୌକା, ୧ ଛକା) ରନ୍ କରିଛନ୍ତି। ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ହାସଲ କରିବା ପାଇଁ ରାଜସ୍ଥାନକୁ ୧୫୯ ରନ୍ କରିବାକୁ ପଡ଼ିବ। ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ଆଜିଙ୍କ ରାହାଣେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଆରସିବି ପକ୍ଷରୁ ପାର୍ଥିବଙ୍କ ସହ ଅଧିନାୟକ ବିରାଟ ଇନିଂସ ଓପନ୍ କରିବାକୁ ଆସିଥିଲେ। ଦୁହେଁ ପ୍ରଥମ ୱିକେଟ ପାଇଁ ୪୯ ରନ୍ ଯୋଡ଼ିଥିଲେ। ତେବେ ରାଜସ୍ଥାନ ସ୍ପିନର ଶ୍ରେୟସ ଗୋପାଲ ବୋଲିଂ କରିବାକୁ ଆସି ଆରସିବିକୁ ଲଗାତାର ତିନୋଟି ଝଟକା ଦେଇଥିଲେ।

ଗୋପାଲ୍ ଆରସିବି ଅଧିନାୟକ ବିରାଟ (୨୩), ଏବି ଡି'ଭିଲିୟର୍ସ (୧୩) ଓ ଶିମରନ ହେଟମେୟର (୧)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ଏହା ପରେ ପାର୍ଥିବ ଓ ମାର୍କସ ଷ୍ଟୋଇନିସ୍ ସ୍ଥିତି ସମ୍ଭାଳି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ପାର୍ଥିବ ଚଳିତ ଆଇପିଏଲରେ ନିଜ ପ୍ରଥମ ଅର୍ଦ୍ଧଶତକ ୨୯ ବଲରେ ମାରିଥିଲେ।

ପାର୍ଥିବଙ୍କ ଆଉଟ ପରେ ଷ୍ଟୋଇନିସ୍ ଓ ମୋଇନ ଅଲୀ ଅପରାଜିତ ରହି ଆରସିବି ସ୍କୋରକୁ ୧୫୮ରେ ପହଞ୍ଚାଇଥିଲେ। ଷ୍ଟୋଇନିସ୍ ୩୧(୨୮ ବଲ, ୨ ଚୌକା, ୧ ଛକା) ଓ ମୋଇନ୍ ୧୮ (୯ ବଲ୍, ୨ ଚୌକା, ୧ ଛକା) ରନ୍ ଅପରାଜିତ ଥିଲେ। ରାଜସ୍ଥାନ ପକ୍ଷରୁ ଗୋପାଲ୍ ୧୨ ରନ ଦେଇ ୩ଟି ଓ ଜୋଫ୍ରା ଆର୍ଚର ଗୋଟିଏ ୱିକେଟ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos