ପିପିଇ କିଟ ପିନ୍ଧି ଆଇପିଏଲ ଖେଳିବାକୁ ଦୁବାଇ ଗଲା ଏହି ଟିମ୍‌

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୯ରେ ଆଇପିଏଲର ୧୩ତମ ସଂସ୍କରଣ ଆରମ୍ଭ ହେବ। ଏଥିପାଇଁ ଆଜି ରାଜସ୍ଥାନ ରୟାଲ୍ସର ଭାରତୀୟ ଖେଳାଳିମାନେ ୟୁଏଇ ଗସ୍ତ କରିଛନ୍ତି। ତେବେ ଗସ୍ତ ବେଳେ ସବୁ ଖେଳାଳି ପିପିଇ କିଟ ପିନ୍ଧିଥିବା ଦେଖିବାକୁ ମିଳିଛି। ମହାମାରୀ କରୋନା ଯୋଗୁ ଚଳିତ ବର୍ଷ ଆଇପିଏଲ ଭାରତ ବଦଳରେ ୟୁଏଇରେ ଆୟୋଜିତ ହେଉଛି। ତେଣୁ ସେଠାକୁ ଯିବା ବେଳେ କରୋନା ସଂକ୍ରମଣ ଦୃଷ୍ଟିରୁ ସମସ୍ତେ ପିପିଇ କିଟ ପରିଧାନ କରିଥିଲେ। ଚଳିତ ବର୍ଷ ରବିନ ଉଥାପ୍ପା […]

n

Hemant Lenka
  • Published: Thursday, 20 August 2020
  • , Updated: 20 August 2020, 04:07 PM IST

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୯ରେ ଆଇପିଏଲର ୧୩ତମ ସଂସ୍କରଣ ଆରମ୍ଭ ହେବ। ଏଥିପାଇଁ ଆଜି ରାଜସ୍ଥାନ ରୟାଲ୍ସର ଭାରତୀୟ ଖେଳାଳିମାନେ ୟୁଏଇ ଗସ୍ତ କରିଛନ୍ତି। ତେବେ ଗସ୍ତ ବେଳେ ସବୁ ଖେଳାଳି ପିପିଇ କିଟ ପିନ୍ଧିଥିବା ଦେଖିବାକୁ ମିଳିଛି। ମହାମାରୀ କରୋନା ଯୋଗୁ ଚଳିତ ବର୍ଷ ଆଇପିଏଲ ଭାରତ ବଦଳରେ ୟୁଏଇରେ ଆୟୋଜିତ ହେଉଛି।

ତେଣୁ ସେଠାକୁ ଯିବା ବେଳେ କରୋନା ସଂକ୍ରମଣ ଦୃଷ୍ଟିରୁ ସମସ୍ତେ ପିପିଇ କିଟ ପରିଧାନ କରିଥିଲେ। ଚଳିତ ବର୍ଷ ରବିନ ଉଥାପ୍ପା ରାଜସ୍ଥାନ ପକ୍ଷରୁ ଖେଳିବେ। ସେ ମଧ୍ୟ ବସ ଯୋଗେ ପିପିଇ କିଟ୍‌ ପିନ୍ଧି ଏୟାର ପୋର୍ଟରେ ପହଞ୍ଚିଥିବା ଦେଖିବାକୁ ମିଳିଛି।

ଆଇପିଏଲର ପ୍ରଥମ ସପ୍ତାହରେ ଥିବା ମ୍ୟାଚ୍‌ ଗୁଡ଼ିକରେ ରାଜସ୍ଥାନ ରୟାଲ୍ସ ବେନ ଷ୍ଟୋକ୍ସ, ଷ୍ଟିଭ ସ୍ମିଥ, ଜୋଫ୍ରା ଆର୍ଚର ଓ ଜୋଶ ବଟଲରଙ୍କ ଭଳି ଖେଳାଳିଙ୍କ ଅନୁପସ୍ଥିତି ଅନୁଭବ କରିବ। କାରଣ କାରଣ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ସେପ୍ଟେମ୍ବର ୪ରୁ ଦ୍ୱିପାକ୍ଷିକ ସିରିଜ୍ ଆରମ୍ଭ ହେବ। ଏହି ସିରିଜ ସରିବା ପରେ ଏହି ଦେଶର ଖେଳାଳି ଆଇପିଏଲରେ ଯୋଗଦେବେ।

ଏହା ପୂର୍ବରୁ କିଙ୍ଗ୍ସ ଏକାଦଶ ପଞ୍ଜାବର ଖେଳାଳିମାନେ ଆଇପିଏଲ ଖେଳିବାକୁ ୟୁଏଇ ଗସ୍ତ କରିଥିବା ମହମ୍ମଦ ଶାମି ଇନଷ୍ଟାଗ୍ରାମରେ ସୂଚନା ଦେଇଥିଲେ।

Related story