ରମଜାନ୍‌ରେ ଚାଲିଲା ଆମ୍‌ଲାଙ୍କ ବ୍ୟାଟ୍

ଲଣ୍ଡନ: ରମଜାନ ମାସରେ ବିଶ୍ୱକପ୍ ପଡ଼ୁଥିବାରୁ ଦକ୍ଷିଣ ଆଫ୍ରିକାର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଖୁସି ପ୍ରକାଶ କରିଛନ୍ତି। ଏ ନେଇ ଆମଲା କହିଛନ୍ତି, ରୋଜା ରଖିବା ଦ୍ୱାରା ଭଲ ମାନସିକ ଓ ଆଧ୍ୟାତ୍ମିକ କସରତ୍ ହୋଇଥାଏ। ବିଶେଷକରି ରମଜାନ୍ ମାସ ମୋ ପାଇଁ ବହୁତ ଖାସ। ମୁଁ ପ୍ରତିବର୍ଷ ରୋଜା ରଖେ। ମୋ ମତରେ, ଏହା ବର୍ଷର ସବୁଠାରୁ ଭଲ ମାସ। ଏହି ସମୟ ମଧ୍ୟରେ ଜଣେ ମଣିଷ ମାନସିକ ଓ ଶାରୀରିକ ଭାବେ ଫିଟ୍ ରହିଥାଏ। ରୋଜା […]

amla

Hemant Lenka
  • Published: Monday, 27 May 2019
  • , Updated: 27 May 2019, 09:24 PM IST

ଲଣ୍ଡନ: ରମଜାନ ମାସରେ ବିଶ୍ୱକପ୍ ପଡ଼ୁଥିବାରୁ ଦକ୍ଷିଣ ଆଫ୍ରିକାର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଖୁସି ପ୍ରକାଶ କରିଛନ୍ତି। ଏ ନେଇ ଆମଲା କହିଛନ୍ତି, ରୋଜା ରଖିବା ଦ୍ୱାରା ଭଲ ମାନସିକ ଓ ଆଧ୍ୟାତ୍ମିକ କସରତ୍ ହୋଇଥାଏ। ବିଶେଷକରି ରମଜାନ୍ ମାସ ମୋ ପାଇଁ ବହୁତ ଖାସ। ମୁଁ ପ୍ରତିବର୍ଷ ରୋଜା ରଖେ। ମୋ ମତରେ, ଏହା ବର୍ଷର ସବୁଠାରୁ ଭଲ ମାସ। ଏହି ସମୟ ମଧ୍ୟରେ ଜଣେ ମଣିଷ ମାନସିକ ଓ ଶାରୀରିକ ଭାବେ ଫିଟ୍ ରହିଥାଏ। ରୋଜା ଯୋଗୁ ମୋ ପ୍ରଦର୍ଶନରେ ସୁଧାର ଆସିଛି ବୋଲି ଆମଲା କହିଛନ୍ତି।

ଦକ୍ଷିଣ ଆଫ୍ରିକାର ଅନ୍ତିମ ଏକାଦଶରେ ହୁଏତ ଆମଲାଙ୍କ ସ୍ଥାନ ପକ୍କା ହୋଇନାହିଁ। କିନ୍ତୁ ବିଶ୍ୱକପ୍ ପୂର୍ବରୁ ଅଭ୍ୟାସ ମ୍ୟାଚରେ ଲଗାତାର ଅର୍ଦ୍ଧଶତକ ମାରି ଆମଲା ଭାରତ ବିପକ୍ଷ ଜୁନ୍ ୫ ତାରିଖରେ ହେବାକୁଥିବା ପ୍ରଥମ ମ୍ୟାଚରେ ନିଜ ଦାବିଦାରକୁ ମଜଭୁତ୍ କରିଛନ୍ତି।

ଦକ୍ଷିଣ ଆଫ୍ରିକାର ସର୍ବଶ୍ରେଷ୍ଠ ଟେଷ୍ଟ ବ୍ୟାଟ୍ସମ୍ୟାନ୍ ଆମଲା ଶ୍ରୀଲଙ୍କା ବିପକ୍ଷ ଅଭ୍ୟାସ ମ୍ୟାଚରେ ୬୫ ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷ ବର୍ଷା ବାଧାପ୍ରାପ୍ତ ମୁକାବିଲାରେ ଅପରାଜିତ ୫୧ ରନ୍ କରିଥିଲେ। ଆମଲା କହିଛନ୍ତି, "ଅଭ୍ୟାସ ମ୍ୟାଚରେ ବ୍ୟାଟରୁ ରନ୍ ବାହାରିବା ମୋତେ ଆଶ୍ୱସ୍ତି ଦେଇଛି। ଅନ୍ତିମ ଏକାଦଶରେ ସ୍ଥାନ ପାଏ କି ନପାଏ, ତାକୁ ନେଇ ମୁଁ ଚିନ୍ତା କରୁନାହିଁ। ମୋ ପକ୍ଷେ ଯାହା ସମ୍ଭବ, ତାହା କରିବି।"

ସୂଚନାଯୋଗ୍ୟ, ବିଶ୍ୱକପ୍ ପ୍ରସ୍ତୁତି ପାଇଁ ଆମଲା ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇନଥିଲେ। ସେ କହିଛନ୍ତି, ଦିନିକିଆଠାରୁ ଟି-୨୦ କ୍ରିକେଟ୍ ସମ୍ପୂର୍ଣ୍ଣ ଭିନ୍ନ। ଦିନିକିଆ କ୍ରିକେଟ୍ ଫର୍ମାଟରେ ନିଜକୁ ଢ଼ାଳିବା ପାଇଁ ମୁଁ ବ୍ୟାଟିଂ କୋଚ୍ ଡେଲ୍ ବେଙ୍କେଷ୍ଟେନଙ୍କ ସହ ଦୁଇ ସପ୍ତାହ ଅଭ୍ୟାସ କରିଛି। ବେଳେବେଳେ ଏହା କାମ ଦିଏ ଏବଂ ଦିଏ ନାହିଁ ବୋଲି ଆମଲା କହିଛନ୍ତି।

Related story