ପରବର୍ତ୍ତୀ ଦୁଇ ରଣଜୀ ମ୍ୟାଚ୍ ପାଇଁ ଓଡ଼ିଶା ଦଳ ଘୋଷିତ

କଟକ: ପରବର୍ତ୍ତୀ ଦୁଇଟି ରଣଜୀ ମ୍ୟାଚ୍ ପାଇଁ ଆଜି ଓଡ଼ିଶା ଦଳ ଘୋଷଣା କରାଯାଇଛି। ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ମନୋଜ ନାୟକ ଓ ଅଂଶୁମାନ ଗୋପଙ୍କୁ ଟିମ୍‌ରେ ସାମିଲ କରାଯାଇଛି। ପ୍ରତୀକ ଦାସ ଓ ରଶ୍ମୀରଞ୍ଜନ ସାହୁଙ୍କୁ ବାଦ୍ ଦିଆଯାଇଛି। ଓଡ଼ିଶା ତା’ର ପରବର୍ତ୍ତୀ ରଣଜୀ ମ୍ୟାଚ୍ ଦିଲ୍ଲୀ ବିରୁଦ୍ଧରେ ଅକ୍ଟୋବର ୨୭ ତାରିଖରୁ ମୋହାଲିର ପଞ୍ଜାବ କ୍ରିକେଟ୍ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ଖେଳିବ। ଏହା ପରେ ନଭେମ୍ବର ୫ ତାରିଖରୁ ଦଳ ରାଜସ୍ଥାନ ବିପକ୍ଷରେ ପଟିଆଲାରେ […]

gobinda poddar

Rakesh Mallick
  • Published: Saturday, 22 October 2016
  • , Updated: 22 October 2016, 02:35 PM IST

କଟକ: ପରବର୍ତ୍ତୀ ଦୁଇଟି ରଣଜୀ ମ୍ୟାଚ୍ ପାଇଁ ଆଜି ଓଡ଼ିଶା ଦଳ ଘୋଷଣା କରାଯାଇଛି। ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ମନୋଜ ନାୟକ ଓ ଅଂଶୁମାନ ଗୋପଙ୍କୁ ଟିମ୍‌ରେ ସାମିଲ କରାଯାଇଛି। ପ୍ରତୀକ ଦାସ ଓ ରଶ୍ମୀରଞ୍ଜନ ସାହୁଙ୍କୁ ବାଦ୍ ଦିଆଯାଇଛି।

ଓଡ଼ିଶା ତା’ର ପରବର୍ତ୍ତୀ ରଣଜୀ ମ୍ୟାଚ୍ ଦିଲ୍ଲୀ ବିରୁଦ୍ଧରେ ଅକ୍ଟୋବର ୨୭ ତାରିଖରୁ ମୋହାଲିର ପଞ୍ଜାବ କ୍ରିକେଟ୍ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ଖେଳିବ। ଏହା ପରେ ନଭେମ୍ବର ୫ ତାରିଖରୁ ଦଳ ରାଜସ୍ଥାନ ବିପକ୍ଷରେ ପଟିଆଲାରେ ଆଉ ଏକ ମ୍ୟାଚ୍ ଖେଳିବ।

ଚଳିତ ସିଜିନ୍‌ରେ ଓଡ଼ିଶା ଦୁଇଟି ମ୍ୟାଚ୍ ଖେଳି ସାରିଛି। ବିଦର୍ଭ ବିପକ୍ଷ ମ୍ୟାଚ୍ ଡ୍ର’ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଦଳ ସୌରାଷ୍ଟ୍ରକୁ ୩୨ ରନ୍‌ରେ ପରାସ୍ତ କରିଥିଲା।

Related story