ରଣଜୀ ମାଚ୍‌: ୩୦୧ରେ ଆସାମ ଅଲ୍‌ଆଉଟ, ଓଡ଼ିଶା ୧୫୦/୨

ଭୁବନେଶ୍ୱର: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସ୍‌ନାଲ୍ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ଆସାମ ରଣଜୀ ମ୍ୟାଚର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଓଡ଼ିଶା ୨ ୱିକେଟ୍‌ ହରାଇ ୧୫୦ ରନ୍‌ ସଂଗ୍ରହ କରିଛି। ଦଳ ପକ୍ଷରୁ ସନ୍ଦିପ ପଟ୍ଟନାୟକ ୧ ରନ ଏବଂ ଅବିନାଶ ଶାହା ୨୬ ରନ୍‌ କରି ଆଉଟ୍‌ ହୋଇଛନ୍ତି। ଅଧିନାୟକ ଗୋବିନ୍ଦ ପୋଦ୍ଦାର ୧୦ ଚୌକା ଓ ୧ ଛକା ସହାୟତାରେ ୮୧ ଏବଂ ସୁଭ୍ରାଂଶୁ ସେନାପତି ୩ ଚୌକା ଓ ଗୋଟିଏ ଛକା […]

ranji-match

Rakesh Mallick
  • Published: Monday, 14 November 2016
  • , Updated: 14 November 2016, 07:43 PM IST

ଭୁବନେଶ୍ୱର: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସ୍‌ନାଲ୍ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ଆସାମ ରଣଜୀ ମ୍ୟାଚର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଓଡ଼ିଶା ୨ ୱିକେଟ୍‌ ହରାଇ ୧୫୦ ରନ୍‌ ସଂଗ୍ରହ କରିଛି। ଦଳ ପକ୍ଷରୁ ସନ୍ଦିପ ପଟ୍ଟନାୟକ ୧ ରନ ଏବଂ ଅବିନାଶ ଶାହା ୨୬ ରନ୍‌ କରି ଆଉଟ୍‌ ହୋଇଛନ୍ତି। ଅଧିନାୟକ ଗୋବିନ୍ଦ ପୋଦ୍ଦାର ୧୦ ଚୌକା ଓ ୧ ଛକା ସହାୟତାରେ ୮୧ ଏବଂ ସୁଭ୍ରାଂଶୁ ସେନାପତି ୩ ଚୌକା ଓ ଗୋଟିଏ ଛକା ସହାୟତାରେ ୩୪ ରନ୍‌ କରି ଅପରାଜିତ ଅଛନ୍ତି।

ଗତକାଲିର ଅମୀମାଂସିତ ୫ ୱିକେଟ୍‌ରେ ୨୨୪ ରନ୍‌ କରିଥିବା ଆସାମ ଦଳ ଆଜି ୩୦୧ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା।

ଦଳ ପକ୍ଷରୁ ଶିବଶଙ୍କର ରୟ ୩୭ ଏବଂ ଅମିତ ବର୍ମା ୨୨ ରନ୍ କରିଥିଲେ। ଗତକାଲି ୮୮ ରନ୍‌ କରି ଅପରାଜିତ ଥିବା କୁନାଲ ସାଇକିଆ ଆଜି ଶତକୀୟ ପାରି ଖେଳିଥିଲେ। ୧୮ ଚୌକା ସହାୟତାରେ ସେ ୧୩୫ ରନ୍‌ ସଂଗ୍ରହ କରିଥିଲେ।

ଓଡ଼ିଶା ପକ୍ଷରୁ ବସନ୍ତ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନ ୩ଟି ଲେଖାଏଁ ୱିକେଟ୍ ଏବଂ ବିପ୍ଳବ ସାମନ୍ତରାୟ ୨ଟି ୱିକେଟ୍‌ ଅକ୍ତିଆର କରିଥିଲେ।

Related story