ରଣଜୀ କ୍ୱାର୍ଟର ଫାଇନାଲ: ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଗୁଜରାଟ୍‌ ୨୪୬/୩

ଜୟପୁର: ଚଳିତ ରଣଜୀ ଟ୍ରଫିରେ ଓଡ଼ିଶା ବିପକ୍ଷ କ୍ୱାର୍ଟର ଫାଇନାଲ୍‌ରେ ଗୁଜରାଟ ୬୪ ରନ୍‌ର ଲିଡ୍‌ ନେଇ ଦ୍ୱିତୀୟ ଇନିଂସର ବ୍ୟାଟିଂ ଆରମ୍ଭ କରି ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ ହରାଇ ୨୪୬ ରନ୍‌ କରିଛି। ଗୁଜରାଟ୍‌ ପକ୍ଷରୁ ଏସ୍‌ପି ଗୋହିଲ୍‌ ୧୧୦ ଓ ଏମ୍‌ସି ଜୁନେଜା ୬ ରନ୍‌ କରି ନଟ୍‌ଆଉଟ୍‌ ଅଛନ୍ତି। ଓଡ଼ିଶା ପକ୍ଷରୁ ଧିରଜ ସିଂହ ୨ଟି ଓ ବସନ୍ତ ମହାନ୍ତି ଗୋଟିଏ ୱିକେଟ୍‌ ନେଇଥିବା ବେଳେ ଅନ୍ୟ […]

athagarh

Rakesh Mallick
  • Published: Sunday, 25 December 2016
  • , Updated: 25 December 2016, 06:27 PM IST

ଜୟପୁର: ଚଳିତ ରଣଜୀ ଟ୍ରଫିରେ ଓଡ଼ିଶା ବିପକ୍ଷ କ୍ୱାର୍ଟର ଫାଇନାଲ୍‌ରେ ଗୁଜରାଟ ୬୪ ରନ୍‌ର ଲିଡ୍‌ ନେଇ ଦ୍ୱିତୀୟ ଇନିଂସର ବ୍ୟାଟିଂ ଆରମ୍ଭ କରି ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ ହରାଇ ୨୪୬ ରନ୍‌ କରିଛି। ଗୁଜରାଟ୍‌ ପକ୍ଷରୁ ଏସ୍‌ପି ଗୋହିଲ୍‌ ୧୧୦ ଓ ଏମ୍‌ସି ଜୁନେଜା ୬ ରନ୍‌ କରି ନଟ୍‌ଆଉଟ୍‌ ଅଛନ୍ତି। ଓଡ଼ିଶା ପକ୍ଷରୁ ଧିରଜ ସିଂହ ୨ଟି ଓ ବସନ୍ତ ମହାନ୍ତି ଗୋଟିଏ ୱିକେଟ୍‌ ନେଇଥିବା ବେଳେ ଅନ୍ୟ କୌଣସି ବୋଲର ଗୁଜରାଟ୍‌ ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଉଟ୍‌ କରିବାରେ ସଫଳ ହୋଇପାରିନଥିଲେ।

ଗୁଜରାଟର ପ୍ରଥମ ଇନିଂସର ୨୬୪ ରନ୍‌ର ଜବାବରେ ଓଡ଼ିଶା ମାତ୍ର ୧୯୯ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଗୁଜରାଟର ପକ୍ଷରୁ ଜେଜେ ବୁମ୍‌ରା ୫ଟି ୱିକେଟ୍‌ ନେଇ ଓଡ଼ିଶାର ବ୍ୟାଟିଂ ବିପର୍ଯ୍ୟୟ ସୃଷ୍ଟି କରିଥିଲେ।

Related story