ରଣଜୀ ସେମିଫାଇନାଲ: ମୁମ୍ବାଇ ୧୭୧/୪

ରାଜକୋଟ: ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ ଷ୍ଟାଡିୟମରେ ଚାଲିଥିବା ରଣଜୀ ଟ୍ରଫି ପ୍ରଥମ ସେମିଫାଇନାଲର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ମୁମ୍ବାଇ ୪ ୱିକେଟ୍‌ ହରାଇ ୧୭୧ ରନ୍‌ କରିଛି। ଦଳ ପକ୍ଷରୁ ଏ.ପି.ତାରେ ୧୯ ଏବଂ ଏସ୍‌. ଲୟର ୨୪ ରନ କରି ଅପରାଜିତ ଅଛନ୍ତି। ଗତକାଲି ଅସମାପ୍ତ ୨୬୧/୬ରୁ ତାମିଲନାଡୁ ଆଜି ଖେଳ ଆରମ୍ଭ କରିଥିଲା। ଦଳୀୟ ସ୍କୋରରେ ଆଉ ମାତ୍ର ୪୪ ରନ୍‌ ଯୋଡ଼ି ଦଳ ୩୦୫ରେ ଶେଷ ୪ ବ୍ୟାଟ୍ସମ୍ୟାନ୍‌ଙ୍କୁ ହରାଇ […]

ranji-trophy

Rakesh Mallick
  • Published: Monday, 02 January 2017
  • , Updated: 02 January 2017, 06:32 PM IST

ରାଜକୋଟ: ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ ଷ୍ଟାଡିୟମରେ ଚାଲିଥିବା ରଣଜୀ ଟ୍ରଫି ପ୍ରଥମ ସେମିଫାଇନାଲର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ମୁମ୍ବାଇ ୪ ୱିକେଟ୍‌ ହରାଇ ୧୭୧ ରନ୍‌ କରିଛି। ଦଳ ପକ୍ଷରୁ ଏ.ପି.ତାରେ ୧୯ ଏବଂ ଏସ୍‌. ଲୟର ୨୪ ରନ କରି ଅପରାଜିତ ଅଛନ୍ତି।

ଗତକାଲି ଅସମାପ୍ତ ୨୬୧/୬ରୁ ତାମିଲନାଡୁ ଆଜି ଖେଳ ଆରମ୍ଭ କରିଥିଲା। ଦଳୀୟ ସ୍କୋରରେ ଆଉ ମାତ୍ର ୪୪ ରନ୍‌ ଯୋଡ଼ି ଦଳ ୩୦୫ରେ ଶେଷ ୪ ବ୍ୟାଟ୍ସମ୍ୟାନ୍‌ଙ୍କୁ ହରାଇ ଥିଲା।

ଟସ୍‌ ଜିତିବା ପରେ ତାମିଲାଡୁ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।

Related story