ରଣଜୀ ଟ୍ରଫି: କ୍ୱାର୍ଟର ଫାଇନାଲ ଲାଇନଅପ ଚୂଡ଼ାନ୍ତ

ନୂଆଦିଲ୍ଲୀ: ଚଳିତ ସଜିନରେ ରଣଜୀ ଟ୍ରଫିର ସମସ୍ତ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ଶେଷ ହୋଇଛି। ଫଳରେ ଆସନ୍ତା ୨୦ ତାରିଖରୁ କ୍ୱାର୍ଟର ଫାଇନାଲ ମୁକାବିଲା ଅନୁଷ୍ଠିତ ହେବ। ଶେଷ ୮ରେ ଓଡ଼ିଶା ସମେତ ବେଙ୍ଗଲ, ଗୁଜରାଟ, ଗୋଆ, କର୍ଣ୍ଣାଟକା, ଜମ୍ମୁ-କଶ୍ମୀର, ସୌରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶ ରହିଛନ୍ତି। ହେଲେ ଦିଲ୍ଲୀ ଓ ମୁମ୍ବାଇ ଭଳି ରାଜ୍ୟ ଏଥର କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇନାହାନ୍ତି। କ୍ୱାର୍ଟର ଫାଇନାଲ ଲାଇନଅପ ଚୂଡ଼ାନ୍ତ ହେବା ପରେ କେଉଁ ଟିମ୍‌ କାହା ସହ […]

re

Hemant Lenka
  • Published: Saturday, 15 February 2020
  • , Updated: 15 February 2020, 06:52 PM IST

ନୂଆଦିଲ୍ଲୀ: ଚଳିତ ସଜିନରେ ରଣଜୀ ଟ୍ରଫିର ସମସ୍ତ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ଶେଷ ହୋଇଛି। ଫଳରେ ଆସନ୍ତା ୨୦ ତାରିଖରୁ କ୍ୱାର୍ଟର ଫାଇନାଲ ମୁକାବିଲା ଅନୁଷ୍ଠିତ ହେବ। ଶେଷ ୮ରେ ଓଡ଼ିଶା ସମେତ ବେଙ୍ଗଲ, ଗୁଜରାଟ, ଗୋଆ, କର୍ଣ୍ଣାଟକା, ଜମ୍ମୁ-କଶ୍ମୀର, ସୌରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶ ରହିଛନ୍ତି।

ହେଲେ ଦିଲ୍ଲୀ ଓ ମୁମ୍ବାଇ ଭଳି ରାଜ୍ୟ ଏଥର କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇନାହାନ୍ତି। କ୍ୱାର୍ଟର ଫାଇନାଲ ଲାଇନଅପ ଚୂଡ଼ାନ୍ତ ହେବା ପରେ କେଉଁ ଟିମ୍‌ କାହା ସହ ଖେଳିବ, ତା’ହା ମଧ୍ୟ ସ୍ଥିର ହୋଇଯାଇଛି।

ମ୍ୟାଚ୍‌ ସୂଚୀ ଅନୁଯାୟୀ-

ଗୁଜରାଟର ମୁକାବିଲା ଗୋଆ ସହ ହେବ। ଏହି ମ୍ୟାଚ୍‌ଟି ଭାଲସାଦରେ ଅନୁଷ୍ଠିତ ହେବ। ସେହିପରି ଓଡ଼ିଶାର ମୁକାବିଲା ବେଙ୍ଗଲ ସହ ହେବ। ଏହା କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ।

କର୍ଣ୍ଣାଟକା ହିଁ କ୍ୱାର୍ଟର ଫାଇନାଲରେ ଜମ୍ମୁ-କଶ୍ମୀରକୁ ଭେଟିବ। ତେବେ ମ୍ୟାଚ୍‌ କେଉଁଠି ଖେଳାଯିବ, ତାହା ସ୍ଥିର ହୋଇନାହିଁ। ସୌରାଷ୍ଟ୍ର ଓଙ୍ଗୋଲରେ ଆନ୍ଧ୍ର ପ୍ରଦେଶକୁ ଭେଟିବ।

Related story