ରଣଜୀ ଟ୍ରଫି: ରୋମାଞ୍ଚକର ସ୍ଥିତିରେ ଓଡ଼ିଶା-ଝାରଖଣ୍ଡ ମ୍ୟାଚ୍‌

କଟକ (ଓଡ଼ିଶା ରିପୋର୍ଟର): ବାରବାଟୀ ଷ୍ଟାଡିୟମରେ ଓଡ଼ିଶା ଓ ଝାରଖଣ୍ଡ ମଧ୍ୟରେ ଚାଲିଥିବା ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ୍‌-ସି’ର ମ୍ୟାଚ୍ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଓଡ଼ିଶାର ୪୩୬ ରନ୍ ଜବାବରେ କୁମାର ସୂରଜ ଓ ବିରାଟ୍ ସିଂହଙ୍କ ଦମଦାର ବ୍ୟାଟିଂ ବଳରେ ଝାରଖଣ୍ଡ ଜବରଦସ୍ତ ବ୍ୟାଟିଂ କରିଛି ଏବଂ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୯ ୱିକେଟ୍ ହରାଇ ୩୫୫ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ରାହୁଲ୍ ଶୁକ୍ଳା ୨୫ ଓ ଅଜୟ […]

ranji

ranji

Ranjit Kumar Jena
  • Published: Friday, 14 February 2020
  • Updated: 14 February 2020, 08:16 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ବାରବାଟୀ ଷ୍ଟାଡିୟମରେ ଓଡ଼ିଶା ଓ ଝାରଖଣ୍ଡ ମଧ୍ୟରେ ଚାଲିଥିବା ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ୍‌-ସି'ର ମ୍ୟାଚ୍ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଓଡ଼ିଶାର ୪୩୬ ରନ୍ ଜବାବରେ କୁମାର ସୂରଜ ଓ ବିରାଟ୍ ସିଂହଙ୍କ ଦମଦାର ବ୍ୟାଟିଂ ବଳରେ ଝାରଖଣ୍ଡ ଜବରଦସ୍ତ ବ୍ୟାଟିଂ କରିଛି ଏବଂ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୯ ୱିକେଟ୍ ହରାଇ ୩୫୫ ରନ୍ କରିଛି।

ଷ୍ଟମ୍ପ ଅପସାରଣ ବେଳକୁ ରାହୁଲ୍ ଶୁକ୍ଳା ୨୫ ଓ ଅଜୟ ଯାଦବ ୨୧ ରନରେ ବ୍ୟାଟିଂ କରୁଥିଲେ। ଝାରଖଣ୍ଡ ଆହୁରି ୮୧ ରନରେ ପଛୁଆ ଥିବା ବେଳେ ହାତରେ ମାତ୍ର ଗୋଟିଏ ୱିକେଟ୍ ବାକି ରହିଛି। ଅନ୍ୟପକ୍ଷରେ ପ୍ରଥମ ଇନିଂସ୍ ଅଗ୍ରଣୀ ପାଇଁ ଓଡ଼ିଶାକୁ ଗୋଟିଏ ୱିକେଟ୍ ଆବଶ୍ୟକ ହେଉଛି। ଆସନ୍ତାକାଲି ପ୍ରଥମ ସେସନରେ ଓଡ଼ିଶା ଝାରଖଣ୍ଡକୁ ଅଲଆଉଟ୍ କରି ପ୍ରଥମ ଇନିଂସ୍ ଅଗ୍ରଣୀ ସହ ୩ ନିର୍ଣ୍ଣାୟକ ପଏଣ୍ଟ ହାସଲ କରିବାକୁ ଚାହିଁବ।

ଶୁକ୍ରବାର ତୃତୀୟ ଦିବସରେ ଝାରଖଣ୍ଡ ତା'ର ପୂର୍ବଦିନର ସ୍କୋର ୭୧/୨ରୁ ଖେଳ ଆରମ୍ଭ କରିଥିଲା। ଗୁରୁବାର ୧୦ ରନରେ ଅପରାଜିତ ଥିବା ଉତ୍କର୍ଷ ସିଂହ (୧୫) ନିଜ ସ୍କୋରରେ ଆଉ ୫ ରନ୍ ଯୋଡ଼ିବା ପରେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ୍ ହୋଇଯାଇଥିଲେ। ତେବେ ସୂରଜ ଓ କ୍ୟାପଟେନ୍ ସୌରଭ ତିୱାରୀ ଚତୁର୍ଥ ୱିକେଟ୍ ପାଇଁ ୭୯ ରନ୍ ଯୋଡ଼ି ଟିମର ସ୍ଥିତି ସୁଧାରିଥିଲେ। ସୂରଜଙ୍କ ଦମଦାର ଶତକୀୟ ଇନିଂସରେ ବ୍ରେକ୍ ଲଗାଇଥିଲେ ପାର୍ଟଟାଇମ୍ ସ୍ପିନର୍ ଗୋବିନ୍ଦ ପୋଦ୍ଦାର।

ସୂରଜ ୧୩୭ ବଲରେ ୧୮ ଚୌକା ଓ ୧ ଛକା ବଳରେ ୧୦୭ ରନ୍ କରି କ୍ଲିନ୍ ବୋଲ୍ଡ ହୋଇଥିଲେ। ତାଙ୍କ ପରେ କ୍ୟାପଟେନ୍ ସୌରଭ ତିୱାରୀ (୨୧)ଙ୍କୁ ଦେବବ୍ରତ ପ୍ରଧାନ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ। ୱିକେଟକିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଷନ ୧୩ ରନ୍ କରି ସୂର୍ଯ୍ୟକାନ୍ତଙ୍କ ବଲରେ ବିପ୍ଳବ ସାମନ୍ତରାୟଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ତେବେ ବିରାଟ୍ ସିଂହ ଅର୍ଦ୍ଧଶତକ ମାରି ଝାରଖଣ୍ଡ ସ୍କୋରକୁ ୩୦୦ ପର୍ଯ୍ୟନ୍ତ ଟାଣିଥିଲେ। ସେ ସପ୍ତମ ୱିକେଟ୍ ପାଇଁ ସାହିଲ୍ ରାଜ (୩୦)ଙ୍କ ସହ ୩୯ ରନ୍‌, ଅଷ୍ଟମ ୱିକେଟ୍ ପାଇଁ ଆଶିଷ କୁମାର (୪)ଙ୍କ ସହ ୧୭ ରନ୍ ଏବଂ ନବମ ୱିକେଟ୍ ପାଇଁ ରାହୁଲ୍ ଶୁକ୍ଳାଙ୍କ ସହ ୨୮ ରନ୍ ଯୋଡ଼ି ପରେ ଆଉଟ୍ ହୋଇଥିଲେ।

ବିରାଟ୍ ୮୩ (୧୧୫ ବଲ୍‌, ୧୦ ଚୌକା, ୩ ଛକା) ରନ୍ କରି ସୂର୍ଯ୍ୟକାନ୍ତଙ୍କ ବଲରେ ଆଉଟ୍ ହୋଇଥିଲେ। ୩୦୬ ରନରେ ୯ ୱିକେଟ୍ ହରାଇ ଝାରଖଣ୍ଡ ବିପଦରେ ପଡ଼ିଥିଲା ବେଳେ ଦୁଇ ଟେଲ୍ ଏଣ୍ଡର୍ ରାହୁଲ୍ ଓ ଅଜୟ ଯାଦବ ଶେଷ ୱିକେଟ୍ ପାଇଁ ଅପରାଜିତ ୪୯ ରନ୍ ଯୋଡ଼ି ଓଡ଼ିଶା ବୋଲରଙ୍କୁ ନୟାନ୍ତ କରିଥିଲେ। ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ବସନ୍ତ ମହାନ୍ତି ଓ ଦେବବ୍ରତ ୨ଟି ଲେଖାଏ ୱିକେଟ୍ ଅକ୍ତିଆର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos