ରଣଜୀ ମ୍ୟାଚ୍‌: ଓଡ଼ିଶା ୩୧୮/୯

ନୂଆଦିଲ୍ଲୀ: ଦିଲ୍ଲୀର ପାଲମ୍‌ ଏୟାରଫୋର୍ସ କମ୍ଲେକ୍ସ ଷ୍ଟାଡିୟମରେ ଚାଲିଥିବା ରଣଜୀ ମ୍ୟାଚ୍‌ର ଆଜି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଓଡ଼ିଶା ୯ ୱିକେଟ୍‌ ହରାଇ ୩୧୮ ରନ୍‌ ସଂଗ୍ରହ କରିଛି। ଫଳରେ ଓଡ଼ିଶା ପ୍ରଥମ ପାଳିରେ ୧୩୯ ରନ୍‌ର ଅଗ୍ରଣୀ ହାସଲ କରିଛି। ଓଡ଼ିଶା ପକ୍ଷରୁ ସୌରଭ ରାୱତ ୧୨ ଚୌକା ଓ ୧ ଛକା ସହାୟତାରେ ସର୍ବାଧିକ ୮୫ ରନ୍‌ କରି ଆଉଟ୍‌ ହୋଇଛନ୍ତି। ବିପ୍ଳବ ସାମନ୍ତରାୟ ୬ ଚୌକା ସହାୟତାରେ ୫୮ ଏବଂ […]

ranji-match

ranji-match

Rakesh Mallick
  • Published: Tuesday, 22 November 2016
  • Updated: 22 November 2016, 05:40 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀର ପାଲମ୍‌ ଏୟାରଫୋର୍ସ କମ୍ଲେକ୍ସ ଷ୍ଟାଡିୟମରେ ଚାଲିଥିବା ରଣଜୀ ମ୍ୟାଚ୍‌ର ଆଜି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଓଡ଼ିଶା ୯ ୱିକେଟ୍‌ ହରାଇ ୩୧୮ ରନ୍‌ ସଂଗ୍ରହ କରିଛି। ଫଳରେ ଓଡ଼ିଶା ପ୍ରଥମ ପାଳିରେ ୧୩୯ ରନ୍‌ର ଅଗ୍ରଣୀ ହାସଲ କରିଛି।

ଓଡ଼ିଶା ପକ୍ଷରୁ ସୌରଭ ରାୱତ ୧୨ ଚୌକା ଓ ୧ ଛକା ସହାୟତାରେ ସର୍ବାଧିକ ୮୫ ରନ୍‌ କରି ଆଉଟ୍‌ ହୋଇଛନ୍ତି। ବିପ୍ଳବ ସାମନ୍ତରାୟ ୬ ଚୌକା ସହାୟତାରେ ୫୮ ଏବଂ ଅଧିନାୟକ ଗୋବିନ୍ଦ ପୋଦ୍ଦାର ୭ ଚୌକା ସହାୟତାରେ ୪୪ ରନ କରି ଆଉଟ୍‌ ହୋଇଛନ୍ତି। ବସନ୍ତ ମହାନ୍ତି ୧୬ ରନ୍‌ ଏବଂ ଆଲୋକ ମଙ୍ଗରାଜ ୧୦ ରନ୍‌ କରି ଅପରାଜିତ ଅଛନ୍ତି।

କର୍ଣ୍ଣାଟକ ପକ୍ଷରୁ ଏସ୍‌. ଗୋପାଳ ୫ଟି ୱିକେଟ୍‌ ଅକ୍ତିଆର କରିଛନ୍ତି।

ଗତକାଲି ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା କର୍ଣ୍ଣାଟକ ଦଳ ପ୍ରଥମ ଦିନରେ ସମସ୍ତ ୱିକେଟ୍‌ ହରାଇ ୧୭୯ ରନ୍‌ କରିଥିଲା। କର୍ଣ୍ଣାଟକ ପକ୍ଷରୁ ସି.ଏମ. ଗୌତମ ସର୍ବାଧିକ ୫୪ ରନ୍‌ କରିଥିଲେ।

ଓଡ଼ିଶା ପକ୍ଷରୁ ବସନ୍ତ ମହାନ୍ତି ୩ଟି ଏବଂ ବିପ୍ଳବ ସାମନ୍ତରାୟ ୨ଟି ୱିକେଟ୍‌ ନେଇଥିଲେ। ସୂର୍ଯ୍ୟକାନ୍ତ ପ୍ରଧାନ, ଆଲୋକ ମଙ୍ଗରାଜ ଏବଂ ଧୀରଜ ସିଂହ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos