ଓଡ଼ିଶା ବିପକ୍ଷ ରଣଜୀ ମ୍ୟାଚ୍: ରାଜସ୍ଥାନ ୨୪୯/୫

ଭୁବନେଶ୍ୱର: ପାଟିଆଲାର ଧ୍ରୁବ ପାଣ୍ଡୋଭ ଷ୍ଟାଡିୟମରେ ଚାଲିଥିବା ‘ଗ୍ରୁପ୍‌ ବି’ର ଏକ ରଣଜୀ ମ୍ୟାଚରେ ଆଜି ପ୍ରଥମ ଦିନରେ ରାଜସ୍ଥାନ ୫ ୱିକେଟ୍‌ ହରାଇ ଓଡ଼ିଶା ବିପକ୍ଷରେ ୨୪୯ ରନ୍‌ କରିଛି। ଆଜି ଓଡ଼ିଶା ଟସ୍ ଜିତି ରାଜସ୍ଥାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ରାଜସ୍ଥାନ ପକ୍ଷରୁ ଏମ୍‌.ଏନ୍‌ ସିଂହ ୩୬, ଏ.ଭି ଗୌତମ ୪, ପି.ଆଇ ଶର୍ମା ୩୧, ଅଶୋକ ମିନାରିଆ ୪୧, ଏମ୍‌.କେ ଲୋମର ୩୮ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଏସ୍‌.ଏଫ୍‌. ଖାନ ୬୫ […]

bat

Rakesh Mallick
  • Published: Saturday, 05 November 2016
  • , Updated: 06 November 2016, 07:16 AM IST

ଭୁବନେଶ୍ୱର: ପାଟିଆଲାର ଧ୍ରୁବ ପାଣ୍ଡୋଭ ଷ୍ଟାଡିୟମରେ ଚାଲିଥିବା ‘ଗ୍ରୁପ୍‌ ବି’ର ଏକ ରଣଜୀ ମ୍ୟାଚରେ ଆଜି ପ୍ରଥମ ଦିନରେ ରାଜସ୍ଥାନ ୫ ୱିକେଟ୍‌ ହରାଇ ଓଡ଼ିଶା ବିପକ୍ଷରେ ୨୪୯ ରନ୍‌ କରିଛି।

ଆଜି ଓଡ଼ିଶା ଟସ୍ ଜିତି ରାଜସ୍ଥାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ରାଜସ୍ଥାନ ପକ୍ଷରୁ ଏମ୍‌.ଏନ୍‌ ସିଂହ ୩୬, ଏ.ଭି ଗୌତମ ୪, ପି.ଆଇ ଶର୍ମା ୩୧, ଅଶୋକ ମିନାରିଆ ୪୧, ଏମ୍‌.କେ ଲୋମର ୩୮ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଏସ୍‌.ଏଫ୍‌. ଖାନ ୬୫ ଓ ସି.ଡି. ବିସ୍ତ୍‌ ୨୦ ରନ୍‌ କରି ନଟ୍‌ ଆଉଟ୍‌ ଅଛନ୍ତି। ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ, ଦୀପକ ବେହେରା, ଆଲୋକ ମଙ୍ଗରାଜ, ଧୀରଜ ସିଂହ, ଗୋବିନ୍ଦ ପୋଦ୍ଦାର ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି।

ଓଡ଼ିଶା ତୃତୀୟ ମ୍ୟାଚ୍ ଦିଲ୍ଲୀ ବିପକ୍ଷରେ ଖେଳିଥିଲା। ଏହା ଡ୍ର’ ରହିଥିଲା। ବିଦର୍ଭ ବିପକ୍ଷ ପ୍ରଥମ ମ୍ୟାଚ୍ ଓଡ଼ିଶା ଡ୍ର’ ରଖିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ସୌରାଷ୍ଟ୍ରକୁ ୩୨ ରନ୍‌ରେ ପରାସ୍ତ କରିଥିଲା। ଏହା ସହିତ ୩ଟି ମ୍ୟାଚ୍‌ରୁ ୮ ପଏଣ୍ଟ ପାଇ ଓଡ଼ିଶା ଦଳ ‘ଗ୍ରୁପ୍‌ ବି’ର ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ଚାରୋଟି ମ୍ୟାଚ୍ ଖେଳି ସାରିଥିବା ରାଜସ୍ଥାନ ୯ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି।

Related story