ପ୍ରଥମଶ୍ରେଣୀ କ୍ରିକେଟରେ ପୂଜାରାଙ୍କ ୧୩ଶ ଡବଲ୍ ସେଞ୍ଚୁରୀ

ରାଜକୋଟ୍‌: ଭାରତର ନିର୍ଭରଯୋଗ୍ୟ ଟେଷ୍ଟ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ଏଠାରେ ଚାଲିଥିବା କର୍ଣ୍ଣାଟକ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚରେ ୨୪୮ (୩୯୦ ବଲ୍‌, ୨୪ ଚୌକା, ୧ଛକା) ରନର ଦ୍ୱିଶତକୀୟ ଇନିଂସ୍ ଖେଳିଛନ୍ତି। ଏହା ତାଙ୍କ ପ୍ରଥମଶ୍ରେଣୀ କ୍ୟାରିୟରର ୧୩ଶ ଦ୍ୱିଶତକ। ତାଙ୍କର ଏହି ମାରାଥନ୍ ଇନିଂସ୍ ବଳରେ ସୌରାଷ୍ଟ୍ର ପ୍ରଥମ ଇନିଂସରେ ୭ ୱିକେଟ୍ ହରାଇ ୫୮୧ ରନ୍ କରି ପାଳି ଘୋଷଣା କରିଛି। ପୂଜାରା ଶନିବାର ନିଜର ୫୦ତମ ପ୍ରଥମଶ୍ରେଣୀ ଶତକ ପୂରଣ କରିଥିଲେ। […]

pujara

pujara

Ranjit Kumar Jena
  • Published: Sunday, 12 January 2020
  • Updated: 12 January 2020, 09:26 PM IST

Sports

Latest News

ରାଜକୋଟ୍‌: ଭାରତର ନିର୍ଭରଯୋଗ୍ୟ ଟେଷ୍ଟ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ଏଠାରେ ଚାଲିଥିବା କର୍ଣ୍ଣାଟକ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚରେ ୨୪୮ (୩୯୦ ବଲ୍‌, ୨୪ ଚୌକା, ୧ଛକା) ରନର ଦ୍ୱିଶତକୀୟ ଇନିଂସ୍ ଖେଳିଛନ୍ତି। ଏହା ତାଙ୍କ ପ୍ରଥମଶ୍ରେଣୀ କ୍ୟାରିୟରର ୧୩ଶ ଦ୍ୱିଶତକ। ତାଙ୍କର ଏହି ମାରାଥନ୍ ଇନିଂସ୍ ବଳରେ ସୌରାଷ୍ଟ୍ର ପ୍ରଥମ ଇନିଂସରେ ୭ ୱିକେଟ୍ ହରାଇ ୫୮୧ ରନ୍ କରି ପାଳି ଘୋଷଣା କରିଛି।

ପୂଜାରା ଶନିବାର ନିଜର ୫୦ତମ ପ୍ରଥମଶ୍ରେଣୀ ଶତକ ପୂରଣ କରିଥିଲେ। ତେବେ ରବିବାର ପୂଜାରା ତୃତୀୟ ବ୍ୟାଟ୍ସମ୍ୟାନ୍ ଭାବେ ରଣଜୀ ଟ୍ରଫିରେ ୭ଟି ଦ୍ୱିଶତକ ମାରିବାର ରେକର୍ଡ କରିଛନ୍ତି। ଏହାସହ ପୂଜାରା ମଧ୍ୟ ରଣଜୀ ଟ୍ରଫିରେ ୬ହଜାର ରନ୍ ପୂରଣ କରିଛନ୍ତି।

ପୂଜାରା ଓ ସିନିୟର ବ୍ୟାଟ୍ସମ୍ୟାନ୍ ଶେଲଡନ୍ ଜ୍ୟାକସନଙ୍କ ମଧ୍ୟରେ ୩୯୪ ରନର ରେକର୍ଡ ପାର୍ଟନରଶିପ୍ କରି ସୌରାଷ୍ଟ୍ରକୁ ଏହି ବିଶାଳ ସ୍କୋର ଦେଇଥିଲେ। ପୂଜାରାଙ୍କ ବ୍ୟତୀତ ଜ୍ୟାକସନ୍ ୧୬୧ ଓ ପ୍ରେରକ ମାଙ୍କଡ୍ ଅପରାଜିତ ୮୬ ରନ୍ କରିଥିଲେ। ଜବାବରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା କର୍ଣ୍ଣାଟକ ୧ ୱିକେଟ୍ ହରାଇ ୧୩ ରନ୍ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos