ରଣଜୀ ମ୍ୟାଚ୍‌: ୧୮୬ରେ ସୌରାଷ୍ଟ୍ର ଅଲ୍‌ଆଉଟ୍‌, ଓଡ଼ିଶା ୬୨/୨

ହାଇଦ୍ରାବାଦ: ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ସୌରାଷ୍ଟ୍ର ବିପକ୍ଷ ରଣଜୀ ମ୍ୟାଚ୍‌ର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଓଡ଼ିଶା ତା’ର ଦ୍ୱିତୀୟ ପାଳିରେ ୨ ୱିକେଟ୍‌ ହରାଇ ୬୨ ରନ୍‌ କରି ନେଇଛି। ପ୍ରଥମ ଇନିଂସରେ ଶତକ ମାରିଥିବା ସନ୍ଦିପ ପଟ୍ଟନାୟକ ୧୦ ବଲରୁ ୨ ଚୌକା ସହାୟତାରେ ୮ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଅଧିନାୟକ ଗୋବିନ୍ଦ ପୋଦ୍ଦାର ୨୫ ବଲ୍‌ରୁ ୨ ଚୌକା ସହାୟତାରେ ୧୩ ରନ୍‌ କରିଥିଲେ। ଅନ୍ୟତମ […]

basant

Rakesh Mallick
  • Published: Friday, 14 October 2016
  • , Updated: 14 October 2016, 06:47 PM IST

ହାଇଦ୍ରାବାଦ: ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ସୌରାଷ୍ଟ୍ର ବିପକ୍ଷ ରଣଜୀ ମ୍ୟାଚ୍‌ର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଓଡ଼ିଶା ତା’ର ଦ୍ୱିତୀୟ ପାଳିରେ ୨ ୱିକେଟ୍‌ ହରାଇ ୬୨ ରନ୍‌ କରି ନେଇଛି। ପ୍ରଥମ ଇନିଂସରେ ଶତକ ମାରିଥିବା ସନ୍ଦିପ ପଟ୍ଟନାୟକ ୧୦ ବଲରୁ ୨ ଚୌକା ସହାୟତାରେ ୮ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଅଧିନାୟକ ଗୋବିନ୍ଦ ପୋଦ୍ଦାର ୨୫ ବଲ୍‌ରୁ ୨ ଚୌକା ସହାୟତାରେ ୧୩ ରନ୍‌ କରିଥିଲେ। ଅନ୍ୟତମ ଓପ୍ନର ରଞ୍ଜିତ ସିଂହ ୭୨ ବଲ୍‌ରୁ ୩ ଚୌକା ସହାୟତାରେ ୨୫ ରନ୍‌ ଏବଂ ଅନୁରାଗ ସାରଙ୍ଗୀ ୩୪ ବଲ୍‌ରୁ ୨ ଚୌକା ସହାୟତାରେ ୧୩ ରନ୍‌ କରି ଅପରାଜିତ ଅଛନ୍ତି।

ସୌରାଷ୍ଟ୍ର ପକ୍ଷରୁ ଯାଦବ ଏବଂ ଜାନୀ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି।

୪ ରନ୍‌ରୁ ଆଜି ଖେଳ ଆରମ୍ଭ କରିଥିବା ସୌରାଷ୍ଟ୍ରର ବ୍ୟାଟ୍ସମ୍ୟାନ ମାନେ ଓଡ଼ିଶା ବୋଲଙ୍କ ମୁକାବିଲା କରି ନ ପାରି ୧୮୬ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲେ। ଦଳ ପକ୍ଷରୁ ଅଧିନାୟକ ଯାଦବ ଶାହା ୯୮ ବଲ୍‌ରୁ ସର୍ବାଧିକ ୬୪ ରନ୍‌ କରିଥିଲେ। ସୌରାଷ୍ଟ୍ରର ୬ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ।

ଓଡ଼ିଶା ପକ୍ଷରୁ ବସନ୍ତ ମହାନ୍ତି ୫୮ ରନ୍‌ ଦେଇ ୪ଟି ୱିକେଟ୍‌ ନେଇଥିଲେ। ସେହିପରି ସୂର୍ଯ୍ୟକାନ୍ତ ପ୍ରଧାନ ଏବଂ ଧୀରଜ ସିଂହ ୩ଟି ଲେଖାଏଁ ୱିକେଟ୍‌ ନେଇଥିଲେ।

ଗତକାଲି ସନ୍ଦିପଙ୍କ ୧୨୩ ରନ୍‌ ବଳରେ ଓଡ଼ିଶା ପ୍ରଥମ ପାଳିରେ ୨୨୮ ରନ୍‌ କରିଥିଲା।

Related story