ମୋଦିଙ୍କୁ ଟ୍ୱିଟ କଲେ ଅଶ୍ୱିନ୍, ‘ଆମ ଭୋଟ ପାଇଁ ବ୍ୟବସ୍ଥା କର’

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶର ବ୍ୟୟବହୁଳ ଲିଗ ଆଇପିଏଲ ଏବଂ ଅନ୍ୟପଟେ ନିର୍ବାଚନ। ଆଇପିଏଲ ସମୟରେ ନିର୍ବାଚନର ପ୍ରଭାବ ଖେଳାଳିମାନଙ୍କ ଉପରେ ପଡିବା ସ୍ୱାଭାବିକ କଥା। ଏଭଳି ସ୍ଥିତିରେ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୱିଟ କରି କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ, ଆଇପିଏଲ ସମୟରେ ଖେଳୁଥିବା କ୍ରିକେଟର ଯେଉଁ ସହରରେ ଥିବେ, ସେହିଠାରେ ହିଁ ସେମାନେ ଯେପରି ନିଜର ଭୋଟ ଦେଇପାରିବେ। କାରଣ ଆଇପିଏଲ […]

ash

ash

Ranjit Kumar Jena
  • Published: Monday, 25 March 2019
  • Updated: 25 March 2019, 09:02 PM IST

Sports

Latest News

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶର ବ୍ୟୟବହୁଳ ଲିଗ ଆଇପିଏଲ ଏବଂ ଅନ୍ୟପଟେ ନିର୍ବାଚନ। ଆଇପିଏଲ ସମୟରେ ନିର୍ବାଚନର ପ୍ରଭାବ ଖେଳାଳିମାନଙ୍କ ଉପରେ ପଡିବା ସ୍ୱାଭାବିକ କଥା। ଏଭଳି ସ୍ଥିତିରେ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୱିଟ କରି କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ, ଆଇପିଏଲ ସମୟରେ ଖେଳୁଥିବା କ୍ରିକେଟର ଯେଉଁ ସହରରେ ଥିବେ, ସେହିଠାରେ ହିଁ ସେମାନେ ଯେପରି ନିଜର ଭୋଟ ଦେଇପାରିବେ।

କାରଣ ଆଇପିଏଲ ସମୟରେ ଭାରତୀୟ କ୍ରିକେଟରମାନଙ୍କୁ ପୂରା ଦେଶ ଭ୍ରମଣ କରିବାକୁ ପଡିଥାଏ। ପ୍ରଧାନମନ୍ତ୍ରୀ ଆଇପିଏଲ ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରନ୍ତୁ ବୋଲି ଅଶ୍ୱିନ ଟ୍ୱିଟ କରିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଅଶ୍ୱିନଙ୍କ ସମେତ ଅନେକ ଖେଳାଳିଙ୍କୁ ଭୋଟ ପାଇଁ ସଚେତନତା ସୃଷ୍ଟି କରିବା ପାଇଁ ଟ୍ୱିଟରରେ ଟ୍ୟାଗ କରିଥିଲେ, ଏଥିରେ ଶିଖର ଧୱନ୍, ଦୀପା କର୍ମକାର, ହୀମା ଦାସ ଓ ସାକ୍ଷୀ ମଲିକ ସାମିଲ ଥିଲେ।

ଅଶ୍ୱିନ୍ ହୁଏତ ନିଜର ଅନୁରୋଧ ପ୍ରଧାନମନ୍ତ୍ରୀଙ୍କୁ କରିଛନ୍ତି, କିନ୍ତୁ ଭାରତରେ ନିର୍ବାଚନ ପ୍ରକ୍ରିୟାର ଅଧିକାର ଓ ଦାୟିତ୍ୱ ନିର୍ବାଚନ କମିଶନଙ୍କ ନିକଟରେ ଅଛି। ଏହା ଏକ ସ୍ୱତନ୍ତ୍ର ସମ୍ବିଧାନିକ ସଂସ୍ଥା। ନିର୍ବାଚନ କରିବାରେ ରାଜନୈତିକ ଦଳର କୌଣସି ଭୂମିକା ରହିନଥାଏ। ସୂଚନାଯୋଗ୍ୟ, ଚଳିତ ବର୍ଷ ଲୋକସଭା ନିର୍ବାଚନ ଏପ୍ରିଲ ୧୧ରୁ ମେ' ୧୯ ତାରିଖ ପର୍ଯ୍ୟନ୍ତ ସାତୋଟି ପର୍ଯ୍ୟାୟରେ ହେବ। ଏହା ପରେ ମେ' ୨୩ ତାରିଖରେ ପଳାଫଳ ଘୋଷଣା କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos