୧୨୫ ରନ୍‌ରେ ଅଟକିଲେ ଧୋନି ଧୁରନ୍ଧର

ଅବୁଧାବି: ରବୀନ୍ଦ୍ର ଜାଡେଜାଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ୱେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ ହରାଇ ୧୨୫ ରନ୍‌ କରିଛି। ଫଳରେ ରାଜସ୍ଥାନ ରୟାଲ୍ସକୁ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାକୁ ଜିତିବା ପାଇଁ ୧୨୬ ରନ୍‌ର ଟାର୍ଗେଟ ମିଳିଛି। ଜାଡେଜା ଅପରାଜିତ ୩୫ ରନ୍‌ କରିଥିବା ବେଳେ ଧୋନି ୨୮ ଓ ସାମ କୁରାନ ୨୨ ରନ୍‌ର ଇନିଂସ୍‌ ଖେଳିଛନ୍ତି। ଆଜିର ମ୍ୟାଚ୍‌ରେ ଧୋନି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ […]

c

Hemant Lenka
  • Published: Monday, 19 October 2020
  • , Updated: 19 October 2020, 09:19 PM IST

ଅବୁଧାବି: ରବୀନ୍ଦ୍ର ଜାଡେଜାଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ୱେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ ହରାଇ ୧୨୫ ରନ୍‌ କରିଛି। ଫଳରେ ରାଜସ୍ଥାନ ରୟାଲ୍ସକୁ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାକୁ ଜିତିବା ପାଇଁ ୧୨୬ ରନ୍‌ର ଟାର୍ଗେଟ ମିଳିଛି। ଜାଡେଜା ଅପରାଜିତ ୩୫ ରନ୍‌ କରିଥିବା ବେଳେ ଧୋନି ୨୮ ଓ ସାମ କୁରାନ ୨୨ ରନ୍‌ର ଇନିଂସ୍‌ ଖେଳିଛନ୍ତି।

ଆଜିର ମ୍ୟାଚ୍‌ରେ ଧୋନି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଦଳ ତୃତୀୟ ଓଭର୍‌ରେ ଫାଫ ଡୁପ୍ଲେସିସ(୧୦)ଙ୍କୁ ହରାଇଥିଲା। ସର୍ବଦା ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ସାମ କୁରାନ ଆଜି ଧିମା ବ୍ୟାଟିଂ କରିଥିଲେ। ସେ ୱାଟସନଙ୍କ ମିଶି ସ୍ଥିତି ସମ୍ଭାଳିବାରକୁ ଚେଷ୍ଟା କରିଥିଲେ ହେଁ ଉଭୟଙ୍କ ମଧ୍ୟରେ କେବଳ ୧୩ ରନ୍‌ର ଭାଗିଦାରୀ ହୋଇପାରି ଥିଲା। ୮ ରନ୍‌ କରିଥିବା ୱାଟସନଙ୍କୁ ଯୁବ କାର୍ତ୍ତିକ ତ୍ୟାଗୀ ପ୍ୟାଭିଲିୟନ ପଠାଇ ଚେନ୍ନାଇକୁ ବଡ଼ ଝଟକା ଦେଇଥିଲା।

ଏହାପରେ ସାମ କୁରାନ ମଧ୍ୟ ୨୮ ବଲରେ ୨୫ ରନ୍‌ କରି ଶ୍ରେୟସ ଗୋପାଲଙ୍କ ବଲରେ ଆଉଟ ହୋଇଯାଇଥିଲେ। ଅମ୍ବାତି ରାୟୁଡୁ(୧୩) ପୁଣିଥରେ ସମସ୍ତଙ୍କୁ ନିରାଶ କରିଛନ୍ତି। ଧୋନି ଓ ଜାଡେଜା ଅପେକ୍ଷାକୃତ ଧିମା ଖେଳି ୧୭.୪ ଓଭର ସୁଦ୍ଧା ଦଳକୁ ୧୦୭ରେ ପହଞ୍ଚାଇଥିଲେ। ଏହି ସମୟରେ ୨୮ ବଲରୁ ୨୮ ରନ୍‌ କରିଥିବା ଧୋନି ରନ ଆଉଟ ହୋଇଯାଇଥିଲେ।

କିନ୍ତୁ ଜାଡେଜା ଶେଷ ଭାଗରେ କିଛି ରନ୍‌ ଆଦାୟ କରିବାରୁ ଦଳ ୧୨୫ରେ ପହଞ୍ଚି ପାରିଥିଲା। ଜାଡେଜା ଶେଷ ଯାଏ ୩୦ ବଲରୁ ୩୫ ଓ କେଦାର ଯାଦବ ୭ ବଲରେ ୪ ରନ୍‌ କରି ଅପରାଜିତ ରହିଥିଲେ।

ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର, କାର୍ତ୍ତିକ ତ୍ୟାଗୀ, ରାହୁଲ ତେୱାତିଆ ଓ ଶ୍ରେୟସ ଗୋପାଲ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।

Related story