ଭାରତକୁ ବହୁତ ବଡ଼ ଝଟକା: ଅଷ୍ଟ୍ରେଲିଆ ସିରିଜରୁ ରବୀନ୍ଦ୍ର ଜାଡେଜା ଆଉଟ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି-୨୦ ସିରିଜ ପୂର୍ବରୁ ଭାରତକୁ ବହୁତ ବଡ଼ ଝଟକା ଲାଗିଛି। ଦଳର ଷ୍ଟାର ଅଲରାଉଣ୍ଡର ତଥା ଜବରଦସ୍ତ ଫର୍ମରେ ଥିବା ରବୀନ୍ଦ୍ର ଜାଡେଜା ଆହତ କାରଣରୁ ଦଳରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ଦ୍ରୁତ ବୋଲର ଶାର୍ଦ୍ଦୁଲ ଠାକୁରଙ୍କୁ ସ୍କ୍ୱାଡରେ ସାମିଲ କରାଯାଇଛି। ଶୁକ୍ରବାର ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ରେ ଭାରତ ଦମଦାର ବିଜୟ ହାସଲ କରିଥିଲା। ଏହି ମ୍ୟାଚ୍‌ରେ ଜାଡେଜା ହିଁ ବ୍ୟାଟିଂରେ ନିଜର ଯାଦୁ ଦେଖାଇଥିଲେ। ଜାଡେଜା ବିସ୍ଫୋରକ […]

f

Hemant Lenka
  • Published: Saturday, 05 December 2020
  • , Updated: 05 December 2020, 02:59 PM IST

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି-୨୦ ସିରିଜ ପୂର୍ବରୁ ଭାରତକୁ ବହୁତ ବଡ଼ ଝଟକା ଲାଗିଛି। ଦଳର ଷ୍ଟାର ଅଲରାଉଣ୍ଡର ତଥା ଜବରଦସ୍ତ ଫର୍ମରେ ଥିବା ରବୀନ୍ଦ୍ର ଜାଡେଜା ଆହତ କାରଣରୁ ଦଳରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ଦ୍ରୁତ ବୋଲର ଶାର୍ଦ୍ଦୁଲ ଠାକୁରଙ୍କୁ ସ୍କ୍ୱାଡରେ ସାମିଲ କରାଯାଇଛି।

ଶୁକ୍ରବାର ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ରେ ଭାରତ ଦମଦାର ବିଜୟ ହାସଲ କରିଥିଲା। ଏହି ମ୍ୟାଚ୍‌ରେ ଜାଡେଜା ହିଁ ବ୍ୟାଟିଂରେ ନିଜର ଯାଦୁ ଦେଖାଇଥିଲେ। ଜାଡେଜା ବିସ୍ଫୋରକ ତଥା ଅପରାଜିତ ୪୪ ରନ୍‌ର ଇନିଂସ୍‌ ଖେଳିବାରୁ ଭାରତ ୧୬୧ ରନ୍‌ କରିଥିଲା ଓ ମ୍ୟାଚ୍‌କୁ ୧୧ ରନ୍‌ରେ ଜିତିଥିଲା।

ତେବେ ଶେଷ ଓଭର୍‌ରେ ବ୍ୟାଟିଂ କରିବା ବେଳେ ମିଚେଲ ଷ୍ଟାର୍କଙ୍କ ଗୋଟିଏ ବଲ ତାଙ୍କ ହେଲମେଟ୍‌ରେ ବାଜିଥିଲା। ଏହା ସତ୍ତ୍ୱେ ସେ ଇନିଂସ୍‌ର ଶେଷ ଓଭରରେ ବ୍ୟାଟିଂ କରିଥିଲେ। ହେଲେ ଇନିଂସ ବ୍ରେକ ବେଳେ ତାଙ୍କ ଆଘାତ ଗୁରୁତର ଥିବା ଜଣାପଡ଼ିଥିଲା। ଏହି କାରଣରୁ ସେ ଫିଲ୍ଡିଂ କରିବାକୁ ଆସି ନଥିଲେ।

ତାଙ୍କ ବଦଳ ଖେଳାଳି ଭାବେ ୟୁଜବେନ୍ଦର ଚହଲ ବୋଲିଂ କରିଥିଲେ। ସେ ବଲ୍‌ରେ କମାଲ କରି ୩ଟି ୱିକେଟ ଦଖଲ କରି ଭାରତକୁ ବିଜୟ ଭେଟି ଦେଇଥିଲେ। ଏବେ ଜାଡେଜାଙ୍କ ମୁଣ୍ଡ ଅଧିକ ସ୍କାନ କରାଯିବ। ସେ ସୁସ୍ଥ ହେବାକୁ ୩ରୁ ୪ ଦିନ ସମୟ ଲାଗିବ ବୋଲି ବିସିସିଆଇର ଡାକ୍ତରୀ ଟିମ୍‌ ଏକ ବିବୃତିରେ କହିଛନ୍ତି। ଏଥିପାଇଁ ଟିମ୍‌ ମ୍ୟାନେଜମେଣ୍ଟ ଜାଡେଜାଙ୍କୁ ଟି-ସ୍କ୍ୱାଡରୁ ବାଦ ଦେଇ ଶାର୍ଦ୍ଦୁଲ ଠାକୁରଙ୍କୁ ସାମିଲ କରିଛି।

Related story