ଇଂଲଣ୍ଡ ସହ କ୍ରିକେଟ ଲଢ଼େଇ: ଭାରତର ପଲା ଭାରୀ!

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତାକାଲି ବର୍ମିଂହାମରେ ଲଢ଼େଇ ହେବ। ୧୯୩୨ରେ ପ୍ରଥମେ ଭାରତ ଓ ଇଂଲଣ୍ଡ ମଧ୍ୟରେ କ୍ରିକେଟ୍‌ ଲଢ଼େଇ ଆରମ୍ଭ ହୋଇଥିଲା। ଏହା ଏକ ଟେଷ୍ଟ ମ୍ୟାଚ୍‌ ଥିଲା। ଏହାପରେ ୧୯୭୪ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ଲଢ଼େଇ ଆରମ୍ଭ ହୋଇଥିଲା। ସେବେଠାରୁ ଦୁଇ ଦେଶ ୯୯ଟି ମ୍ୟାଚ୍‌ରେ ପରସ୍ପରକୁ ଭେଟିଛନ୍ତି। ଏହି ୯୯ଟି ମୁକାବିଲାରୁ ଭାରତ ଅଧିକାଂଶ ମ୍ୟାଚ୍‌ ଜିତିଛି। ଅର୍ଥାତ ଆସନ୍ତାକାଲି ଭାରତର ପଲା ଭାରୀ ରହିଛି। ୯୯ଟି […]

we

Hemant Lenka
  • Published: Saturday, 29 June 2019
  • , Updated: 29 June 2019, 04:36 PM IST

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତାକାଲି ବର୍ମିଂହାମରେ ଲଢ଼େଇ ହେବ। ୧୯୩୨ରେ ପ୍ରଥମେ ଭାରତ ଓ ଇଂଲଣ୍ଡ ମଧ୍ୟରେ କ୍ରିକେଟ୍‌ ଲଢ଼େଇ ଆରମ୍ଭ ହୋଇଥିଲା। ଏହା ଏକ ଟେଷ୍ଟ ମ୍ୟାଚ୍‌ ଥିଲା।

ଏହାପରେ ୧୯୭୪ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ଲଢ଼େଇ ଆରମ୍ଭ ହୋଇଥିଲା। ସେବେଠାରୁ ଦୁଇ ଦେଶ ୯୯ଟି ମ୍ୟାଚ୍‌ରେ ପରସ୍ପରକୁ ଭେଟିଛନ୍ତି। ଏହି ୯୯ଟି ମୁକାବିଲାରୁ ଭାରତ ଅଧିକାଂଶ ମ୍ୟାଚ୍‌ ଜିତିଛି। ଅର୍ଥାତ ଆସନ୍ତାକାଲି ଭାରତର ପଲା ଭାରୀ ରହିଛି।

୯୯ଟି ମୁକାବିଲାରୁ ଭାରତ ୫୩ଟିରେ ଜିତିଥିବା ବେଳେ ଇଂଲଣ୍ଡ ୪୧ଟି ମ୍ୟାଚ୍‌ ଜିତିଛି। ସେହିପରି ଦୁଇଟି ମ୍ୟାଚ୍‌ ଟାଏ ରହିଥିବା ବେଳେ ୩ଟି ମ୍ୟାଚ୍‌ ନିଷ୍ଫଳ ରହିଥିଲା।

ଅବଶ୍ୟ ବିଶ୍ୱକପ୍‌ରେ ଦୁଇ ଦେଶ ମଧ୍ୟରେ ଲଢ଼େଇ ବିଚାରକୁ ନେଲେ, ଉଭୟଙ୍କ ରେକର୍ଡ ସମାନ ରହିଛି। ଏଯାଏ ବିଶ୍ୱକପ୍‌ରେ ଉଭୟ ଦଳ ୭ଥର ମୁହାଁମୁହିଁ ହୋଇଛନ୍ତି। ଏଥିରୁ ଭାରତ ୩ଟି ଓ ଇଂଲଣ୍ଡ ମଧ୍ୟ ସମାନ ୩ଟି ମ୍ୟାଚ୍‌ ଜିତିଛି। ଗୋଟିଏ ମ୍ୟାଚ୍ ଟାଏ ରହିଛି।

Related story