ଏହି କ୍ରିକେଟର୍‌ଙ୍କ ଶତକୀୟ ପାଳିରେ ଭାରତ କେବେ ହାରିନି ମ୍ୟାଚ୍‌ 

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ପୂର୍ବ କ୍ରିକେଟର୍‌ ଗୁଣ୍ଡପା ବିଶ୍ୱନାଥ ୬୯ ବର୍ଷରେ ପହଞ୍ଚିଛନ୍ତି। ଗତ କାଲି ତାଙ୍କର ଜନ୍ମଦିନ ଥିଲା। ୧୯୪୯ ଫେବ୍ରୁଆରୀ ୧୨ରେ ସେ ଜନ୍ମ ଗ୍ରହଣ କରିଥିଲେ। ଦୀର୍ଘବର୍ଷ ଧରି ସେ ଭାରତୀୟ କ୍ରିକେଟ୍‌ ଟିମ୍‌ରେ ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ ଭାବେ ସାମିଲ ଥିଲେ। ସେ ଭାରତ ପକ୍ଷରୁ ଖେଳି ଏଭଳି ଏକ ରେକର୍ଡ କରିଛନ୍ତି ଯାହା ଆଜି ପର୍ଯ୍ୟନ୍ତ କୌଣସି ଖେଳାଳି କରି ପାରିନାହାଁନ୍ତି। ସେ ୯୧ ଟେଷ୍ଟ ମ୍ୟାଚ୍‌ ଖେଳି ୧୪ଟି […]

99821

Ordigital Desk
  • Published: Tuesday, 13 February 2018
  • , Updated: 13 February 2018, 09:55 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ପୂର୍ବ କ୍ରିକେଟର୍‌ ଗୁଣ୍ଡପା ବିଶ୍ୱନାଥ ୬୯ ବର୍ଷରେ ପହଞ୍ଚିଛନ୍ତି। ଗତ କାଲି ତାଙ୍କର ଜନ୍ମଦିନ ଥିଲା। ୧୯୪୯ ଫେବ୍ରୁଆରୀ ୧୨ରେ ସେ ଜନ୍ମ ଗ୍ରହଣ କରିଥିଲେ। ଦୀର୍ଘବର୍ଷ ଧରି ସେ ଭାରତୀୟ କ୍ରିକେଟ୍‌ ଟିମ୍‌ରେ ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ ଭାବେ ସାମିଲ ଥିଲେ। ସେ ଭାରତ ପକ୍ଷରୁ ଖେଳି ଏଭଳି ଏକ ରେକର୍ଡ କରିଛନ୍ତି ଯାହା ଆଜି ପର୍ଯ୍ୟନ୍ତ କୌଣସି ଖେଳାଳି କରି ପାରିନାହାଁନ୍ତି। ସେ ୯୧ ଟେଷ୍ଟ ମ୍ୟାଚ୍‌ ଖେଳି ୧୪ଟି ଶତକ ହାସଲ ଓ ୩୫ ଅର୍ଦ୍ଧଶତକ ମାରିଛନ୍ତି। ତାଙ୍କର ଏହି ଶତକୀୟ ପାଳି ଭାରତ ପାଇଁ ବେଶ ଲକି ସାବ୍ୟସ୍ତ ହୋଇଥିଲା। କାରଣ ଯେବେ ଯେବେ ସେ ଶତକ ଲଗାଇଛନ୍ତି ଭାରତ ମ୍ୟାଚ୍‌ କେବେ ହାରିନି। ଟେଷ୍ଟରେ ସେ ୯୧ ମ୍ୟାଚରୁ ୬୦୮୦ ରନ କରିଛନ୍ତି। ସେହିପରି ଦିନିକିଆରେ ସେ ୨୫ଟି ମ୍ୟାଚରୁ ୪୩୯ ରନ କରିଛନ୍ତି। ଟେଷ୍ଟରେ ଗୁଣ୍ଡପା  ଯେଉଁ ମ୍ୟାଚରେ ୧୪ଟି ଶତକ ମାରିଛନ୍ତି ସେଥିରେ ଭାରତ ୪ଟି  ମ୍ୟାଚରେ ଜିତିଥିବା ବେଳେ ୧୦ ମ୍ୟାଚ ଡ୍ର ରଖିଛି।

ଗୁଣ୍ଡପା ଟେଷ୍ଟରେ ୯୧ଟି ମ୍ୟାଚ୍‌ ଖେଳି ୪୧.୯୩ ଆଭରେଜରେ ୬୦୮୦ ରନ କରିଛନ୍ତି ସେହିପରି ଦିନିକିଆରେ ସେ ୨୫ଟି ମ୍ୟାଚ୍‌ ଖେଳି ୧୯.୯୫ ଆଭରେଜରେ ୪୩୯ ରନ କରିଛନ୍ତି। ସେ ଟେଷ୍ଟରେ ମାତ୍ର ଗୋଟିଏ ୱିକେଟ୍‌ ହାସଲ କରିଛନ୍ତି।   

Related story