କିଙ୍ଗସ୍ ଇଲେଭେନ୍ ପଞ୍ଜାବର 'ମୋହାଲି ମ୍ୟାଜିକ୍'

ଚଣ୍ଡିଗଡ଼: ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରୱାଲଙ୍କ ମଧ୍ୟରେ ହୋଇଥିବା ଶତକୀୟ ଭାଗୀଦାରୀ ବଳରେ କିଙ୍ଗସ ଇଲେଭେନ୍ ପଞ୍ଜାବ ସୋମବାର ମୋହାଲିରେ ସନରାଇଜର୍ସ ହାଇଦ୍ରାବାଦକୁ ୬ ୱିକେଟରେ ପରାସ୍ତ କରିଛି। ମୋହାଲିର ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଏହି ବିଜୟ ସହ ପଞ୍ଜାବ ତା’ର ହୋମ୍ ଗ୍ରାଉଣ୍ଡରେ ଲଗାତାର ୭ଟି ମୁକାବିଲା ଜିତି ରେକର୍ଡ କରିଛି। ମୋହାଲି ପଞ୍ଜାବର ହୋମ୍ ଭେନ୍ୟୁ ଏବଂ ୨୦୧୭ ପରଠାରୁ ଏପର୍ଯ୍ୟନ୍ତ ଏହି ଷ୍ଟାଡିୟମରେ ପଞ୍ଜାବକୁ କୌଣସି ଟିମ୍ ହରାଇପାରି ନାହିଁ। ପଞ୍ଜାବ […]

punjab

punjab

Ranjit Kumar Jena
  • Published: Tuesday, 09 April 2019
  • Updated: 09 April 2019, 06:02 PM IST

Sports

Latest News

ଚଣ୍ଡିଗଡ଼: ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରୱାଲଙ୍କ ମଧ୍ୟରେ ହୋଇଥିବା ଶତକୀୟ ଭାଗୀଦାରୀ ବଳରେ କିଙ୍ଗସ ଇଲେଭେନ୍ ପଞ୍ଜାବ ସୋମବାର ମୋହାଲିରେ ସନରାଇଜର୍ସ ହାଇଦ୍ରାବାଦକୁ ୬ ୱିକେଟରେ ପରାସ୍ତ କରିଛି। ମୋହାଲିର ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଏହି ବିଜୟ ସହ ପଞ୍ଜାବ ତା'ର ହୋମ୍ ଗ୍ରାଉଣ୍ଡରେ ଲଗାତାର ୭ଟି ମୁକାବିଲା ଜିତି ରେକର୍ଡ କରିଛି।

ମୋହାଲି ପଞ୍ଜାବର ହୋମ୍ ଭେନ୍ୟୁ ଏବଂ ୨୦୧୭ ପରଠାରୁ ଏପର୍ଯ୍ୟନ୍ତ ଏହି ଷ୍ଟାଡିୟମରେ ପଞ୍ଜାବକୁ କୌଣସି ଟିମ୍ ହରାଇପାରି ନାହିଁ। ପଞ୍ଜାବ ପୂର୍ବରୁ ୫ଟି ଟିମ୍ ନିଜର ଘରୋଇ ଗ୍ରାଉଣ୍ଡରେ ୭ କିମ୍ବା ଅଧିକ ମ୍ୟାଚ୍ ଜିତିବାର ରେକର୍ଡ କରିଛନ୍ତି। ତେବେ ଏହି ମାମଲାରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ରହିଛି।

ମୁମ୍ବାଇ ନାମରେ ୱାଙ୍ଖଡେ ଷ୍ଟାଡିୟମରେ ଲଗାତାର ୧୦ଟି ମ୍ୟାଚ୍ ଜିତିବାର ରେକର୍ଡ କରିଛି। ୨୦୧୩ ଓ ୨୦୧୪ ମଧ୍ୟରେ ମୁମ୍ବାଇ ଏହି ରେକର୍ଡ କରିଥିଲା। ସେହିପରି ଚେନ୍ନାଇ ମଧ୍ୟ ତା'ର ହୋମ୍ ଗ୍ରାଉଣ୍ଡ ଚେପକ୍ କ୍ରିକେଟ୍ ଷ୍ଟାଡିୟମରେ ଲଗାତାର ୧୦ଟି ମ୍ୟାଚ୍ ଜିତିଛି। ଚେନ୍ନାଇ ଟିମ୍ ଏହି କାରନାମା ୨୦୧୩ରୁ ୨୦୧୫ ମଧ୍ୟରେ କରିଥିଲା। ହୋମ୍ ଗ୍ରାଉଣ୍ଡରେ ସର୍ବାଧିକ ମ୍ୟାଚ୍ ଜିତିବା ମାମଲାରେ ରାଜସ୍ଥାନ ରୟାଲ୍ସ ତୃତୀୟ ସ୍ଥାନରେ ରହିଛି।

ରାଜସ୍ଥାନ ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଲଗାତାର ୯ ମ୍ୟାଚ୍ ଜିତିଛି। ରାଜସ୍ଥାନ ଏହି କାରନାମା ୨୦୧୩ରୁ ୨୦୧୮ ମଧ୍ୟରେ କରିଥିଲା। ଚତୁର୍ଥ ସ୍ଥାନରେ ମଧ୍ୟ ରାଜସ୍ଥାନ ରହିଛି। ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ ରାଜସ୍ଥାନ ଜୟପୁରରେ ଲଗାତାର ୮ଟି ମ୍ୟାଚ୍ ଜିତିଥିଲା। ପଞ୍ଚମ ସ୍ଥାନରେ ଚେନ୍ନାଇ ଟିମ୍ ରହିଛି, ଯିଏ ୨୦୧୧ରେ ଚେପକ ଷ୍ଟାଡିୟମରେ ଲଗାତାର ୭ଟି ମ୍ୟାଚ୍ ଜିତିଛି।

ସୂଚନାଯୋଗ୍ୟ, ସୋମବାର ଖେଳାଯାଇଥିବା ମ୍ୟାଚରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୫୦ ରନ୍ କରିଥିଲା। ଦଳ ପକ୍ଷରୁ ଡେଭିଡ୍ ୱାର୍ଣ୍ଣରଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ।

ୱାର୍ଣ୍ଣର ସର୍ବାଧିକ ୭୦ (୬୨ ବଲ, ୬ ଚୌକା, ୧ ଛକା) ରନ୍ କରିଥିବା ବେଳେ ବିଜୟ ଶଙ୍କର ୨୬, ମନିଷ ପାଣ୍ଡେ ୧୯, ମହମ୍ମଦ ନବି ୧୨ ଓ ଦୀପକ ହୁଡା ମାତ୍ର ୩ ବଲରେ ଅପରାଜିତ ୧୪ ରନ୍ କରିଥିଲେ। ପଞ୍ଜାବ ପକ୍ଷରୁ ମୁଜୀବ-ଉର-ରେହମାନ୍, ମହମ୍ମଦ ଶାମି ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

୧୫୧ ରନର ବିଜୟଲକ୍ଷ୍ୟକୁ ପଞ୍ଜାବ ୧୯.୫ ଓଭରରେ ୪ ୱିକେଟ୍ ହରାଇ ହାସଲ କରିନେଇଥିଲା। ଦଳ ପକ୍ଷରୁ ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରୱାଲ୍ ଦ୍ୱିତୀୟ ୱିକେଟ୍ ପାଇଁ ୧୧୪ ରନର ଶତକୀୟ ଭାଗୀଦାରୀ କରିଥିଲେ। ମ୍ୟାନ୍ ଅଫ୍ ଦି ମ୍ୟାଚ୍ ରାହୁଲ ୫୩ ବଲରେ ୭ ଚୌକା ଓ ୧ ଛକା ସହ ଅପରାଜିତ ୭୧ ଓ ମୟଙ୍କ ୪୩ ବଲରେ ୩ ଚୌକା ଓ ୩ ଛକା ସହ ୫୫ ରନ୍ କରି ଆଉଟ୍ ହୋଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ କ୍ରିସ ଗେଲ୍ (୧୬), ଡେଭିଡ୍ ମିଲର୍ (୧) ଓ ମନଦୀପ ସିଂହ (୨) ନିରାଶ କରିଥିଲେ। ହାଇଦ୍ରାବାଦ ପକ୍ଷରୁ ସନ୍ଦୀପ ଶର୍ମା ୨ଟି, ରଶିଦ୍ ଖାନ୍ ଓ ସିଦ୍ଧାର୍ଥ କୌଲ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story