ମୋଦିଙ୍କ ବିରୋଧରେ ବିବାଦୀୟ ବୟାନ ଦେଲେ ପାକ୍ କ୍ରିକେଟର୍ ଆଫ୍ରିଦି

ଲାହୋର: ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦି ନିଜର ବିବାଦୀୟ ବୟାନ୍ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ପାକିସ୍ତାନରେ ପିଏସଏଲ୍ ଖେଳୁଥିବା ଆଫ୍ରିଦି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଡ଼ା ବୟାନ ଦେଇଛନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ସିରିଜ୍ ନହେବା ପଛରେ ଆଫ୍ରିଦି ସିଧାସଳଖ ମୋଦିଙ୍କୁ ଦାୟୀ କରିଛନ୍ତି। ଆଫ୍ରିଦିଙ୍କ କହିବା ଅନୁଯାୟୀ, ଯେପର୍ଯ୍ୟନ୍ତ ମୋଦି କ୍ଷମତାରେ ଅଛନ୍ତି, ସେଯାଏ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ସମ୍ପର୍କ ସ୍ଥାପନ ହୋଇପାରିବ […]

AFRIDI

AFRIDI

Ranjit Kumar Jena
  • Published: Tuesday, 25 February 2020
  • Updated: 25 February 2020, 08:48 PM IST

Sports

Latest News

ଲାହୋର: ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦି ନିଜର ବିବାଦୀୟ ବୟାନ୍ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ପାକିସ୍ତାନରେ ପିଏସଏଲ୍ ଖେଳୁଥିବା ଆଫ୍ରିଦି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଡ଼ା ବୟାନ ଦେଇଛନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ସିରିଜ୍ ନହେବା ପଛରେ ଆଫ୍ରିଦି ସିଧାସଳଖ ମୋଦିଙ୍କୁ ଦାୟୀ କରିଛନ୍ତି।

ଆଫ୍ରିଦିଙ୍କ କହିବା ଅନୁଯାୟୀ, ଯେପର୍ଯ୍ୟନ୍ତ ମୋଦି କ୍ଷମତାରେ ଅଛନ୍ତି, ସେଯାଏ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ସମ୍ପର୍କ ସ୍ଥାପନ ହୋଇପାରିବ ନାହିଁ । ଆଫ୍ରିଦି କହିଛନ୍ତି, ମୋଦିଙ୍କ ମାନସିକତା ସମ୍ପୂର୍ଣ୍ଣ ନକାରାତ୍ମକ। ଯେପର୍ଯ୍ୟନ୍ତ ମୋଦି କ୍ଷମତାରେ ଅଛନ୍ତି, ମୋ ଲାଗୁନି ଯେ ଭାରତ ତରଫରୁ କୌଣସି ପ୍ରତିକ୍ରିୟା ମିଳିବ। ପୂରା ପାକିସ୍ତାନ ଏବଂ ଭାରତୀୟମାନେ ମଧ୍ୟ ମୋଦିଙ୍କ ଚିନ୍ତାଧାରା ଭଲ ଭାବେ ଜାଣନ୍ତି।

ପୂର୍ବତନ କ୍ୟାପଟେନ୍ ଆଫ୍ରିଦି ଆହୁରି କହିଛନ୍ତି, ଭାରତ ଓ ପାକିସ୍ତାନ ସମ୍ପର୍କ କେବଳ ଜଣେ ବ୍ୟକ୍ତିଙ୍କ ପାଇଁ ଖରାପ ହୋଇଛି, ସେ ହେଉଛନ୍ତି ମୋଦି। ସୀମାର ଉଭୟ ପାଶ୍ୱର୍ରୁ ଲୋକେ ପରସ୍ପରର ଦେଶ ବୁଲିବାକୁ ଚାହାନ୍ତି। ମୋଦି କ'ଣ ଚାହାନ୍ତି ଏବଂ ତାଙ୍କ ଏଜେଣ୍ଡା କ'ଣ, ତାହା ମୁଁ ଜାଣିନାହିଁ। କିନ୍ତୁ ଗୋଟିଏ କଥା ସତ ଯେ, ମୋଦି କେବେବି ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଭଲ କରିବାକୁ ଦେବେ ନାହିଁ।

ସୂଚନାଯୋଗ୍ୟ, ଦୁଇ ଦେଶ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ପରସ୍ପରକୁ ଭେଟୁଛନ୍ତି, କିନ୍ତୁ ୨୦୧୩ ପରଠାରୁ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇନାହିଁ। ପାକିସ୍ତାନ ଶେଷଥର ପାଇଁ ୨୦୧୩ରେ ଭାରତ ଗସ୍ତରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ଖେଳିଥିଲା। ସେହିପରି ଭାରତ ୨୦୦୬ରେ ଶେଷଥର ପାଇଁ ରାହୁଲ୍ ଡ୍ରାଭିଡଙ୍କ ନେତୃତ୍ୱରେ ପାକିସ୍ତାନ ଗସ୍ତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos