ରିଓ ଅଲିମ୍ପିକ ପାଇଁ ଜୋରଦାର ପ୍ରସ୍ତୁତିରେ ଲାଗିଛନ୍ତି ଦୂତୀ

ଭୁବନେଶ୍ୱର: କଟକଣା ହଟିବା ପରେ ଟ୍ରାକରେ ଟକ୍କର ପାଇଁ ଜୋରଦାର ଅଭ୍ୟାସ ଚଳାଇଛନ୍ତି ଓଡ଼ିଆ ଆଥଲେଟ୍ ଦୂତୀ ଚାନ୍ଦ। ଲକ୍ଷ୍ୟ ୨୦୧୬ ଅଲିମ୍ପିକ । ଆଣ୍ଡ୍ରୋଜେନ ଟେଷ୍ଟରେ ବିଫଳ ପରେ ଦୂତୀଙ୍କ ଉପରେ ଲାଗିଥିଲା କଟକଣା। ହେଲେ ସୁଇଜରଲ୍ୟାଣ୍ଡର କୋର୍ଟ ଅଫ୍ ଆର୍ବିଟ୍ରେସନ ଫର ସ୍ପୋର୍ଟ ଏଇ କଟକଣାକୁ ଉଠାଇବା ପରେ ଏବେ ଦୂତୀଙ୍କ ପରିବାର ଓ ଓଡ଼ିଶା କ୍ରୀଡା ଜଗତରେ ଦେଖାଦେଇଛି ଉତ୍ସାହ। ମିଶନ ୨୦୧୬ ରିଓ ଅଲିମ୍ପିକ୍ସ ଇଣ୍ଟରନ୍ୟାସନାଲ୍ ଟ୍ରାକରେ ଚମକିବା ପାଇଁ ପୁରା […]

dutee chand

Rakesh Mallick
  • Published: Sunday, 02 August 2015
  • , Updated: 05 August 2015, 10:41 AM IST

ଭୁବନେଶ୍ୱର: କଟକଣା ହଟିବା ପରେ ଟ୍ରାକରେ ଟକ୍କର ପାଇଁ ଜୋରଦାର ଅଭ୍ୟାସ ଚଳାଇଛନ୍ତି ଓଡ଼ିଆ ଆଥଲେଟ୍ ଦୂତୀ ଚାନ୍ଦ। ଲକ୍ଷ୍ୟ ୨୦୧୬ ଅଲିମ୍ପିକ । ଆଣ୍ଡ୍ରୋଜେନ ଟେଷ୍ଟରେ ବିଫଳ ପରେ ଦୂତୀଙ୍କ ଉପରେ ଲାଗିଥିଲା କଟକଣା। ହେଲେ ସୁଇଜରଲ୍ୟାଣ୍ଡର କୋର୍ଟ ଅଫ୍ ଆର୍ବିଟ୍ରେସନ ଫର ସ୍ପୋର୍ଟ ଏଇ କଟକଣାକୁ ଉଠାଇବା ପରେ ଏବେ ଦୂତୀଙ୍କ ପରିବାର ଓ ଓଡ଼ିଶା କ୍ରୀଡା ଜଗତରେ ଦେଖାଦେଇଛି ଉତ୍ସାହ। ମିଶନ ୨୦୧୬ ରିଓ ଅଲିମ୍ପିକ୍ସ ଇଣ୍ଟରନ୍ୟାସନାଲ୍ ଟ୍ରାକରେ ଚମକିବା ପାଇଁ ପୁରା ତୟାର ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦ। ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଗୋଟିଏ ପରେ ଗୋଟିଏ ସଫଳତା ପାଇ ଚାଲିଥିଲେ ଦୂତୀ। ୨୦୧୪ କମନୱେଲଥ ଗେମସରେ ମେଡାଲ ଦାବିଦାର ବି ଥିଲେ ଦୂତୀ। ହେଲେ ହଠାତ ତାଙ୍କ କ୍ୟାରିୟରରେ ଆସିଲା ହର୍ଡଲସ। ଆଣ୍ଡ୍ରୋଜେନ ହରମୋନକୁ ନେଇ ଦୂତୀଙ୍କ ଦୌଡିବା ଉପରେ ଲାଗିଲା ରୋକ୍। ଏହାକୁ ଚ୍ୟାଲେଞ୍ଜ କରି କାସର ଦ୍ୱରସ୍ଥ ହେଲେ ସେ । ତେବେ ନିକଟରେ କାସ ବର୍ତ୍ତମାନ ପାଇଁ ଦୂତୀଙ୍କ ଉପରେ ଲାଗିଥିବା କଟକଣାକୁ ଉଠାଇଦେଇଛନ୍ତି। ଏଇ ଖବର ପରେ ଖାଲି ଦୂତୀ ନୁହେଁ, ତାଙ୍କ ପରିବାର ଲୋକେ ବି ବେଶ୍ ଆସ୍ୱସ୍ଥ। ଦୂତୀ ପୁଣି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବେ ବୋଲି ସେମାନେ ବେଶ୍ ଆଶାବାଦୀ। ସୂଚନାଯୋଗ୍ୟ ନିକଟରେ ଫେଡେରେସନ୍ କପର ୧୦୦ ଓ ୨୦୦ ମିଟରରେ ସିଲଭର ମେଡାଲ ଜିତିଥିଲେ ଦୂତୀ। ସେହିପରି ନ୍ୟାସନାଲ ଗେମସର ୧୦୦ ମିଟରରେ ସ୍ୱର୍ଣ୍ଣପଦକ ଜିତିଥିଲେ ଦୂତୀ।

Related story