ରିଓ ଅଲିମ୍ପିକ୍‌: ୮ ଭାରତୀୟ ବକ୍ସରଙ୍କ ପାଇଁ ଜଣେ ଫିଜିଓ ନିଯୁକ୍ତ

ନୂଆଦିଲ୍ଲୀ: ବ୍ରାଜିଲ୍‌ର ରିଓ ଡି ଜେନେରିଓରେ ହେବାକୁ ଥିବା ଅଲିମ୍ପିକ୍‌ରେ ଭାରତୀୟ ମହିଳା ବକ୍ସରଙ୍କ ପାଇଁ କୌଣସି ମହିଳା ଫିଜିଓଥେରାପିଷ୍ଟଙ୍କୁ ନିଯୁକ୍ତି ଦିଆଯାଇନାହିଁ। ଉଭୟ ପୁରୁଷ ଓ ମହିଳା ବକ୍ସରଙ୍କ ପାଇଁ ଭାରତୀୟ କ୍ରୀଡା ପ୍ରାଧୀକରଣ (ସାଇ) ମାତ୍ର ଜଣେ ଫିଜିଓଙ୍କୁ ନିଯୁକ୍ତି ଦେଇଛି। ସାଇ ପକ୍ଷରୁ ନିଯୁକ୍ତ ବ୍ରଜେସ କୁମାର ୫ ଜଣ ପୁରୁଷ ଓ ୩ ଜଣ ମହିଳା ବକ୍ସରଙ୍କର ଦାୟିତ୍ୱ ତୁଲାଇବେ। ମହିଳା ବକ୍ସର ଭିନେଶ ପୋଗତ କହିଛନ୍ତି,“ରିଓ ଅଲିମ୍ପିକ୍‌ରେ ଆମେ ମହିଳା […]

vinesh phogat

Rakesh Mallick
  • Published: Thursday, 14 July 2016
  • , Updated: 15 July 2016, 10:16 AM IST

ନୂଆଦିଲ୍ଲୀ: ବ୍ରାଜିଲ୍‌ର ରିଓ ଡି ଜେନେରିଓରେ ହେବାକୁ ଥିବା ଅଲିମ୍ପିକ୍‌ରେ ଭାରତୀୟ ମହିଳା ବକ୍ସରଙ୍କ ପାଇଁ କୌଣସି ମହିଳା ଫିଜିଓଥେରାପିଷ୍ଟଙ୍କୁ ନିଯୁକ୍ତି ଦିଆଯାଇନାହିଁ। ଉଭୟ ପୁରୁଷ ଓ ମହିଳା ବକ୍ସରଙ୍କ ପାଇଁ ଭାରତୀୟ କ୍ରୀଡା ପ୍ରାଧୀକରଣ (ସାଇ) ମାତ୍ର ଜଣେ ଫିଜିଓଙ୍କୁ ନିଯୁକ୍ତି ଦେଇଛି। ସାଇ ପକ୍ଷରୁ ନିଯୁକ୍ତ ବ୍ରଜେସ କୁମାର ୫ ଜଣ ପୁରୁଷ ଓ ୩ ଜଣ ମହିଳା ବକ୍ସରଙ୍କର ଦାୟିତ୍ୱ ତୁଲାଇବେ।

ମହିଳା ବକ୍ସର ଭିନେଶ ପୋଗତ କହିଛନ୍ତି,“ରିଓ ଅଲିମ୍ପିକ୍‌ରେ ଆମେ ମହିଳା ବକ୍ସରମାନେ ପୁରୁଷ ଫିଜିଓଥେରାପିଷ୍ଟଙ୍କ ସହ ସହଜ ଅନୁଭବ କରିବୁ ନାହିଁ। ଯଦି ଆମ ସହ ରୁଚାଙ୍କ ପରି ମହିଳା ଫିଜିଓ ଥାଆନ୍ତେ ତେବେ ରିଓ ଯାତ୍ରା ସୁଖଦ ହୋଇଥାନ୍ତା।”

ସୂଚନାଯୋଗ୍ୟ ଭିନେସଙ୍କ ସହ ବବିତା କୁମାରୀ ଓ ସାକ୍ଷୀ ମଲିକ୍‌ ଭାରତୀୟ ମହିଳା ବକ୍ସର ଦଳରେ ରହିଛନ୍ତି।

Related story